ପାଟ୍ରୋଲିଂ ବେଳେ ଗିରଫ ହେଲେ ୧୫ ମତ୍ସ୍ୟଜୀବୀ

Straight to the Point

ଟ୍ରଲର, ଭିଏଚଏଫ, ଜିପିଏସ, ଫିସ୍ ଫାଇଣ୍ଡର, ଜାଲ ଓ ମାଛ ଜବତ
ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି ନିକଟରୁ ବନ ବିଭାଗର ପାଟ୍ରୋଲିଂ ଦଳ ଫରେଷ୍ଟର ମହନ୍ତ କୁମାର ମଲ୍ଲିକ ଓ ବିଭୁତି ଭୂଷଣ ତରାଇଙ୍କ ନେତୃତ୍ୱରେ ଗୋଟିଏ ଟ୍ରଲର ସହିତ ଗୋଟିଏ ଟୁ-ସିଲିଣ୍ଡର ବୋଟକୁ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରାଯାଇଛି । ଦେବକନ୍ୟା-୧ ନାମକ ଟ୍ରଲରକୁ ଜବତ କରିବା ସହିତ ତାହା ମଧ୍ୟରୁ ଗୋଟିଏ ଲେଖାଏ ଭିଏଚଏଫ, ଜିପିଏସ, ଫିସ୍ ଫାଇଣ୍ଡର ସହ ୧୦ଟି ଜାଲ ଓ ୭୦କୁଇଣ୍ଟାଲ ମାଛ ଜବତ ହୋଇଛି ।

ଗିରଫ ମତ୍ସ୍ୟଜିବୀମାନେ ହେଲେ ପଙ୍କଜ ସାହୁ, ରବିନ୍ଦ୍ର ସିଂ, ଯଚ୍ଚିନ୍ଦ୍ର ରାମ, ପ୍ରଦୀପ ମଣ୍ଡଳ, ହୃଦାନନ୍ଦ ପାତ୍ର, ଚନ୍ଦନ ମଳିକ, ହରିହର ସେଠୀ, ଛୋଟରାୟ ସୋରେନ, ପେରୁ ସୋରେନ । ଏମାନଙ୍କ ମଧ୍ୟରୁ ୨ଜଣ ମୟୁରଭଞ୍ଜର ହୋଇଥିବାବେଳେ ଅନ୍ୟ ୮ଜଣ ବାଲେଶ୍ୱର ଅଞ୍ଚଳର ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ସେହିଭଳି ପାର୍ବତୀ-୧ ନାମକ ଟୁ-ସିଲିଣ୍ଡର ବୋଟକୁ ଜବତ କରିବା ସହ ସେଥିରୁ ଗୋଟିଏ ଲେଖାଏ ଭିଏଚଏଫ, ଜିପିଏସ ଓ ଫିସ୍ ଫାଇଣ୍ଡରକୁ ଜବତ କରିବା ସହ ୩୫ଟି ଜାଲ ଏବଂ ୭କେ.ଜି ମାଛକୁ ଜବତ କରିଛନ୍ତି । ସେଥିରୁ ୫ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି । ଗିରଫ ମତ୍ସ୍ୟଜିବୀମାନେ ହେଲେ ସେକ ହବିବ, ଲକ୍ଷ୍ମଣ ରାୟ, ଭାନୁ ଜେନା, ମାନନ ସର୍ଦ୍ଧାର, ରବିନ୍ଦ୍ର ମଳିକ । ଗିରଫ ମତ୍ସ୍ୟଜିବୀମାନେ କେନ୍ଦ୍ରାପଡାର ବୋଲି ବନବିଭାଗ ସୂତ୍ରରୁ ସୂଚନା ମିଳିଛି ।

error: Thank You Keep Visiting