ଘର ନିର୍ମାଣ ପାଇଁ ବଟି ନଦେବାରୁ ବୋମା ମାଡ଼

Straight to the Point

କଟକ:  କେଶରପୁରରେ ଘର ନିର୍ମାଣ ପାଇଁ ବଟି ନଦେବାରୁ ବୋମା ମାଡ଼ ହୋଇଛି । ଏ ସମ୍ପର୍କରେ ଜମି ମାଲିକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ଏହି ବୋମା ମାଡ଼ରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ପୁଲିସ୍ ବୋମା ମାଡ଼ ଘଟଣାର ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁସାରେ ତିନିକୋଣିଆ ବଗିଚା ଅଂଚଳର ସୟଦ କୁତବୁଦ୍ଧିନ୍ ଅହମ୍ମଦ କେଶରପୁର ରେ ଏକ ଜମି କିଣିଥିଲେ । ଜାଗା କିଣିବାର ପ୍ରାୟ ୧ ବର୍ଷ ପରେ ସେ ସେଠାରେ ଘର କରିବାକୁ ଯୋଜନା କରୁଥିବା ଜାଣି ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କରି ୨ ଲକ୍ଷ ଟଙ୍କା ବଟି ମାଗିଥିଲେ । ୨ ଥର ଟଙ୍କା ପାଇଁ ଫୋନ୍ କରି ଟଙ୍କା ନପାଇବାରୁ ସେହି ଜାଗା ପାଖକୁ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ ।

error: Thank You Keep Visiting