ଦାଦନ ଶ୍ରମିକଙ୍କ ଉପରକୁ ଏସିଡ୍ ଫିଙ୍ଗିଲେ ମାଲିକ

Straight to the Point

ସମ୍ବଲପୁର : ଦରମା ମାଗିବାରୁ ଦାଦନ ଶ୍ରମିକଙ୍କ ଉପରକୁ ଏସିଡ୍ ଫିଙ୍ଗିଲେ ଇଟାଭାଟି ମାଲିକ । ଏପରି ଅଭାବନୀୟ ଘଟଣା ସମ୍ବଲପୁର ଜିଲାରେ ଘଟିଛି । ମାଲିକ ଜଣକ ଅନ୍ୟ ଶ୍ରମିକଙ୍କ ଆଙ୍ଗୁଳି କାଟି ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି । ଏସିଡ୍ ମାଡର ଶିକାର ହୋଇଥିବା ଶ୍ରମିକଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ହେମଗିରିର ୧୨ଜଣ ଶ୍ରମିକ ବିଜୟନଗରମରେ ଇଟାଭାଟିରେ କାର୍ଯ୍ୟ କରୁଥିଲେ । ଶ୍ରମିକମାନେ ନିଜ ପାରିଶ୍ରମିକ ମାଗିବାରୁ ମାଲିକ ତାଙ୍କୁ ନ ଦେଇ ଓଲଟା ମାଡ ମାରନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଜଣେ ଦାଦନ ଶ୍ରମିକ ମାଲିକଙ୍କୁ ନିଜ ପାରିଶ୍ରମିକ ମାଗିଥିଲେ । ମାଲିକ ପାରିଶ୍ରମିକ ନ ଦେଇ ତାଙ୍କ ଉପରକୁ ଏସିଡ୍ ଫୋପାଡିଥିଲେ । ଏହାସହ ଅନ୍ୟ ଶ୍ରମିକମାନଙ୍କ ଆଙ୍ଗୁଠି ମଧ୍ୟ କାଟି ଦେଇଥିଲେ । କୌଶଳ କ୍ରମେ ୫ଜଣ ଶ୍ରମିକ ଘଟଣାସ୍ଥଳରୁ ଖସି ଆସିଥିଲେ । ଏସିଡ୍ ମାଡର ଶିକାର ହୋଇଥିବା ଶ୍ରମିକଙ୍କ ସହ ଅନ୍ୟ ୪ଜଣ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ଅନ୍ୟ ୨ଜଣ ସେଠାରେ ଅଟକ ଥିବା ଜଣାପଡିଛି ।

error: Thank You Keep Visiting