କଲେଜ ଛାତ୍ରୀର ସନ୍ଦେହ ଜନକ ମୃତ୍ୟୁ

Straight to the Point

କୋରକୋଣ୍ଡା (ବରୁଣ ମଣ୍ଡଳ)ମାଲକାନଗିରି ଜିଲ୍ଲା ସ୍ନିଗ୍ଧା ମହିଳା କଲେଜର ଯୁକ୍ତ ୨ଶେଷବର୍ଷର ଛାତ୍ରୀ ଅମ୍ରିତା ମଣ୍ଡଳ ତାଙ୍କ ମେସରେ ସଂଦେହ ଜନକ ଅବସ୍ଥାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସ୍ଥାନୀୟ ଝାଟିମାଟି କଲୋନୀର ଏକ ମେସରେ ଅନ୍ୟ ୪ଜଣ ଝିଅଙ୍କ ସହ ଅମ୍ରିତା ରହୁଥିଲେ । ତାର ସମସ୍ତ ସହପାଠୀ କଲେଜ ଯାଇଥିବା ସମୟରେ ଅମ୍ରିତା ଏକାକୀ ମେସରେ ରହୁଥିଲା । ସାଥିମାନେ କଲେଜରୁ ଫେରି ଅମ୍ରିତା ବେକରେ ରଶିଲଗାଇ ସେହି କୋଠରୀରେ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଁଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି । ଅମ୍ରିତା କାମୱାଡା ଅଂଚଳର ଏମଭି ୫୦ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ତେବେ ଅମ୍ରିତାକୁ କେହି ମାରିଦେଇ ଟାଙ୍ଗିଦେଇଥିବା ସ୍ଥାନୀୟ ଅଂଚଳରେ ଚଚ୍ଚର୍୍ା ହେଉଛି ।

error: Thank You Keep Visiting