ପୋଲିସ ରେକର୍ଡରେ ରେପିଷ୍ଟ ପିଅନ ସୁର ଫେରାର ; ଷ୍ଟାଫ୍ ହାଜିରା ଖାତାରେ ପ୍ରତିଦନି ସୁର ହାଜିର୍ ଦସ୍ତଖତ

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଦୁନୀତି ଏବଂ ଅପାରଗତାରେ ସାରା ରାଜ୍ୟରେ ଟପ୍ ସ୍ଥାନରେ ରହିଛି । ଗତ ୬ମାସ ମଧ୍ୟରେ ଖୋଦ୍ ଜିଲ୍ଲାପାଳ ଅଫିସ ନିରୀହ ମହିଳାଙ୍କୁ ବିଭିନ୍ନ ଭାବରେ ଶୋଷଣ ଏପରିକି ଚାକିରୀ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଖବର ଏହି ଜିଲ୍ଲାକୁ ବ୍ୟଭିଚାର ପରି ଏକ ନୂଆ ଉପାଧିରେ ମଣ୍ଡିତ କରିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଏହି ଯେ,ଦୁଷ୍କର୍ମକାରୀ ବହୁ ଚଚ୍ଚର୍୍ିତ ପିଅନ ସୁର ସ୍ୱାଇଁ ପୋଲିସ ଖାତାରେ ଫେରାର କୁହାଯାଉଥିବା ବେଳେ ଜିଲ୍ଲାପାଳ ଅଫିସ ଖାତାରେ ନିୟମିତ ହାଜିର ଥିବା ଦେଖାଯାଇଛି । କେବଳ ହାଜିର ନୁହେଁ ଜିଲ୍ଲାପାଳ ଅଫିସରୁ ଅଭିଯୁକ୍ତ ସୁର ସ୍ୱାଇଁ ଦସ୍ତଖତରେ ପ୍ରତିମାସର ଦରମା ନିଆଯାଉଥିବା ଜନସାଧାରଣଙ୍କୁ ଆଚମ୍ବିତ କରିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, କେନ୍ଦ୍ରାପଡା ଜିଲ୍ଲାପାଳ ଅଫିସରେ ସବ୍କଲେକ୍ଟର ଅଫିସ ପିଅନ ଭାବେ ସୁର ସ୍ୱାଇଁ ନିୟୋଜିତ ଥିଲେ ତାଙ୍କ ପ୍ରଭାବ ଓ ପତିଆରା ଜିଲ୍ଲାପାଳ ଅଫିସକୁ ପ୍ରଭାବିତ କରି ରଖିଥିବା ୬ମାସ ପୂର୍ବୈ ମହାକାଳପଡା ଅଂଚଳର ଜଣେ ଯୁବତୀ ଅଭିଯୋଗ କଲେ ଯେ ଏହି ପିଅନ ସୁର ସ୍ୱାଇ ତାଙ୍କୁ ଭୁବନେଶ୍ୱର ଓ ବାଙ୍ଗାଲୋର ନେଇ ଦୁଷ୍କର୍ମ କରିଛି ।

ଅନୂସୂଚିତ ବର୍ଗର ଏହି ଯୁବତୀଟି ଏ ସଂପର୍କରେ ଟାଉନ ଥାନାରେ ଏତଲା ଦେବା ପରେ ଗିରଫ ଭୟରେ ସୁର ସ୍ୱାଇଁ ଅଫିସ ଛାଡି ଫେରାର ହୋଇଯାଇଥିଲେ । ଅଦ୍ୟାବଧି ସୁର ଗିରଫ ହୋଇନଥିବା ବେଳେ ପୋଲିସ ତାକୁ ଫେରାର ଆସାମୀ ବୋଲି ଦର୍ଶାଇ ଆସିଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ଅଫିସରେ ବିଭିନ୍ନ ରେଜିଷ୍ଟରରେ ସୁର ସ୍ୱାଇଁର ନିୟମିତ ଦସ୍ତଖତ ରହିଥିବା ଯୋଗୁ ଜି୍ଲ୍ଲପ୍ରଶାସନ ଛତ୍ର ଛାୟାରେ ରେପିଷ୍ଟ ସୁର ସ୍ୱାଇଁ ନିୟମିତ ଡ୍ୟୁଟି ଓ ଦରମା ପାଉଥିବା ଆଶଂକା ବୃଦ୍ଧି ହୋଇଛି । ଜଘନ୍ୟ ଅପରାଧି ଅଭିଯୁକ୍ତଙ୍କୁ ଆଇନ ଅଦାଲତରେ ହାଜର କରାଇବା ପରିବର୍ତେ ପ୍ରଶାସନ ତାକୁ ପ୍ରଶୟ ଦେଉଥିବା ନେଇ ଖୋଦ୍ ଜିଲ୍ଲାପାଳ ବିବାଦ ଭିତରକୁ ଟାଣି ହୋଇଯାଇଥିବା ବୃଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

error: Thank You Keep Visiting