ଶାରୀରିକ ସଂପର୍କ ପାଇଁ ୧୦ ବର୍ଷ ନାବାଳକର ଜୀବନ ହାନୀ

Straight to the Point

ମୁମ୍ବଇ: ସାକିନାକା ପୁଲିସ ଦୁଇ ଦିନ ପୂର୍ବେ ଯେଉଁ ଦଶ ବର୍ଷୀୟ ନାବାଳକର ନିରୁଦ୍ଦିଷ୍ଟ ମାମଲା ରୁଜ୍ଜୁ କରିଥିଲା, ଆଜି ସେହି ନାବାଳକର ଶବ ଏକ ଲାଲ ରଙ୍ଗର ସୁଟକେଶରୁ ମିଳିଛି । ଅପରାଧିକ କାଣ୍ଡ ଘଟାଇବା ପରେ ଅପରାଧି ଏହି ସୁଟକେଶକୁ ଏକ ନାଳ ମଧ୍ୟରେ ଫିଙ୍ଗି ଦେଇଥିଲା । ପୁଲିସ ଏହି ସୁଟକେଶକୁ ଉକ୍ତ ନାଳରୁ ଉଦ୍ଧାର କରିଛି । ଏହି ଖବରଟି ପ୍ରଚାରିତ ହେବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ନାବାଳକକୁ କିଏ ହତ୍ୟା କରିଛି, ତା’ର ପ୍ରମାଣ ପୁଲିସ ପାଇଛି । ଅପହୃତ ମୃତକ ନାବାଳକ ପରିବାର ନିକଟକୁ ଏକ ଫୋନ୍ କଲ୍ ଆସିଥିଲା କି ନାବାଳକୁ ଛାଡ଼ିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲା ଅପରାଧି ।

ପୁଲିସ ସେହି ଫୋନ୍ କଲକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ସମସ୍ତ ପ୍ରସ୍ତାବିତ ଦିଗ ଓ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରିଥିଲା । ପୁଲିସ ସେହି ଯାଞ୍ଚ ସମୟରେ ଜଣେ ୧୫ ବର୍ଷୀୟ ନାବାଳକୁ ସନ୍ଦେହ ଘେରକୁ ନେଇଥିଲା । ପରେ ପଚରାଉଚୁରା ବେଳେ ସେହି ୧୫ ବର୍ଷୀୟ ନାବାଳକ ସ୍ୱୀକାର କରିଛି ଯେ ସେ ହିଁ ପିଲାଟିକୁ ମାରି ଏକ ଲାଲ ରଙ୍ଗର ସୁଟକେଶରେ ଭର୍ତ୍ତି କରି ଭସାଇ ଦେଇଥିଲା । ଶାରୀରିକ ସଂପର୍କ ପାଇଁ ଅଭିଯୁକ୍ତ ନାବାଳକ ଏଭଳି ବର୍ବର କାଣ୍ଡ ଘଟାଇଥିବା ସ୍ୱୀକାର କରିଛି ।

error: Thank You Keep Visiting