୧୨୦ ଟନ୍ ଚୋରା କୋଇଲା ଜବତ, ବେପାରୀ ଫେରାର
ତାଳଚେର : ତାଳଚେର ଟାଉନ୍ ପୁଲିସ୍ ପକ୍ଷରୁ ଧରପଗଡ କରାଯାଇ ପ୍ରମୋଦ ପ୍ରସାଦ, ସ୍କଟଲାଣ୍ଡପୁର ଏବଂ ପୁରୁଣା ଯୁବରାଜ ହାଇସ୍କୁଲ ପଛ ପାଶ୍ୱର୍ରୁ ପ୍ରାୟ ୧୨୦ ଟନ୍ରୁ ଉଦ୍ଧ୍ୱର୍ ଚୋରା କୋଇଲା ଜବତ କରାଯାଇଛି । ଘଟଣା ସ୍ଥଳରୁ କୋଇଲା ବେପାରୀମାନେ ଫେରାର ହୋଇଯାଇଥିବା ଜଣା ପଡିଛି । ପୁଲିସ୍ ଜବତ କରିଥିବା କୋଇଲାକୁ ଲିଙ୍ଗରାଜ ଖଣି କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତାଳଚେରର ବିଭିନ୍ନ କୋଇଲା ଖଣି ଅଞ୍ଚଳରୁ ପ୍ରତିଦିନ ଶତାଧିକ ଟ୍ରକରେ ଚୋରା କୋଇଲା ଚାଲାଣ ହେଉଥିବା ବେଳେ ଖଣି କାର୍ଯ୍ୟରେ ନିୟୋଜିତ ଥିବା ଘରୋଇ ସୁରକ୍ଷାକର୍ମୀ ଏବଂ ଅସାଧୁ ଖଣି କର୍ମଚାରୀଙ୍କ ସଲାସୁତରାରେ ଏହି ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।