ଚାନ୍ଦବାଲି ଦୁର୍ଗା ମନ୍ଦିରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟ୍

Straight to the Point

ଭଦ୍ରକ (ସିପ୍ରା ରାୟ) – ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୁତ ଚାନ୍ଦବାଲି ମାଦୁର୍ଗା ମନ୍ଦିର ଆଗ ଗେଟ ତାଲା ଖୋଲି ମନ୍ଦିର ଗର୍ଭଗୃହରେ ପ୍ରବେଶ କରି ମା ପରିଧାନ କରିଥିବା ସମସ୍ତ ଅଳଙ୍କାର ସହିତ ୨କେଜି ଓଜନର ରୂପା ମୁକୁଟ ଚୋରେଇ ନେଇଛନ୍ତି । ଏଥିସହ ମଣିପୁର ହାର ଲୁଟିନେଇ ଥିବା ବେଳେ ମନ୍ଦିରର ହୁଣ୍ଡି ବାକ୍ସରୁ ସମସ୍ତ ଟଙ୍କା ଲୁଟ କରି ନେଇଛନ୍ତି । ମନ୍ଦିର ପୂଜକ ରାତି ୩ଟା ସମୟରେ ଉଠି ମନ୍ଦିର ର ଆଗ ଗେଟ ଏବଂ ଗର୍ଭ ଗୃହ କବାଟ ଖୋଲା ଥିବା ଦେଖି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ମନ୍ଦିର କମିଟିକୁ ଜଣାଇଥିଲେ । କମିଟିର ସଂପାଦକ ଚାନ୍ଦବାଲି ଥାନରେ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦବାଲି ଥାନାଧିକାରିଣୀ ତଦନ୍ତ ଆରମ୍ଭ କରିଛନ୍ତି ।

error: Thank You Keep Visiting