ଆର୍ଥିକ ଅନୀୟମିତତା ଅଭିଯୋଗରେ ପଟ୍ଟାମୁଣ୍ଡାଇ +୩ ମହିଳା କଲେଜ ଆକାଉଣ୍ଟାଟ ଛଟେଇ

An Independent Media

କେନ୍ଦ୍ରାପଡା : କଲେଜ ଅର୍ଥ ଅନୀୟମିତତା ଓ ତୋଷାରପାତ ଅଭିଯୋଗରେ ପଟ୍ଟାମୁଣ୍ଡାଇ +୩ ମହିଳା ମହାବିଦ୍ୟାଳୟର କନିଷ୍ଠ କିରାଣୀ ତଥା ଆକାଉଂଟାଟ ସଞ୍ଜୟ କୁମାର ପଣ୍ଡାଙ୍କୁ କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଚାକିରୀରୁ ଛଟେଇ କରିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଠାରୁ ସୂଚନା ମିଳିଛି । କଲେଜ ପାଣ୍ଠିରୁ ଆର୍ଥିକ ଅନୀୟମିତତା ଓ ତୋଷରପାତ ଘଟଣାରେ କଲେଜର କନିଷ୍ଠ କାରାଣୀ ତଥା ଆକାଉଂଟାଟ ଶ୍ରୀ ପଣ୍ଡା ସଂଶ୍ଳିଷ୍ଟ ଥିବାରୁ ତାଙ୍କୁ ଚାକିରୀରୁ ଛଟେଇ କରାଯାଇଥିବା ସୂଚନା ଦିଆଯାଇଛି ।

ତା ୨୨.୧୨.୨୦୧୮ରିଖରେ ଇସୁ କରାଯାଇଥିବା ନିର୍ଦେଶ ନମ୍ବର ୭୪୯୭ରେ ଶ୍ରୀ ପଣ୍ଡାଙ୍କୁ ଛଟେଇ କରାଯାଇ ତାଙ୍କ ଦାୟିତ୍ୱରେ ଥିବା ସମସ୍ତ କଲେଜ ରେକର୍ଡ ପତ୍ର ତୁରନ୍ତ କଲେଜ ଅଧ୍ୟକ୍ଷାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି ।

error: Thank You Keep Visiting