ବିଳମ୍ବିତ ରାତ୍ରରେ ମୋରମ ମାଫିଆ ସକ୍ରୀୟ, ପତଡ଼ାରୁ ଲୁଟ ହେଉଛି ଲକ୍ଷଲକ୍ଷ ଟଙ୍କା

An Independent Media

ଭଦ୍ରକ: ଏହି ଜିଲାର ବନ୍ତ ତହସିଲ ଅଧିନ ମହାନ୍ତିପଡ଼ା ପଞ୍ଚାୟତର ପତଡ଼ା ଅଞ୍ଚଳରୁ ମୋରମ ମାଫିଆମାନେ ଦୈନିକ ଶହଶହ ସଂଖ୍ୟାରେ ହାଇୱା, ଟିପର ଯୋଗେ ବୋରମ େ·ରା·ଲଣ କରୁଥିବାର ଜଣାଯାଇଛି । ବିଳମ୍ବିତ ରାତ୍ରରେ ମାଫିଆ ମାନଙ୍କର ଏହି ଅପରେସନ ·ଲିଥିବା ବେଳେ କିଛି ଅସାଧୁ କର୍ମ·ରୀଙ୍କ ପ୍ରଚ୍ଛନ୍ନ ହାତ ଥିବାର ଅଭିଯୋଗ ହେଉଛି । ବନ୍ତ ବ୍ଲକର ପତଡ଼ା ଅଞ୍ଚଳଟି ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଅବସ୍ଥିତ । ଏହାର ସୁଯୋଗରେ ପତଡ଼ା ଅଞ୍ଚଳର ନିରୀହ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମାଫିଆମାନେ ରାଜସ୍ୱକୁ ଲୁଟ କରୁଛନ୍ତି ।

ଚତୁରତାର ସହ ରାତ୍ରରେ ମୋରମ ଲୁଟ କରିବା ପରେ ପାଶ୍ୱର୍ବର୍ତ୍ତୀ ଜିଲ୍ଲା ବାଲେଶ୍ୱର କିମ୍ବା କେନ୍ଦୁଝର ସୀମାକୁ ହିଟାଚି ମେସିନକୁ ନେଇ ରଖି ଦିଆଯାଏ । ଯଦ୍ୱାରା ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେବାରେ ଅସୁବିଧା ଭୋଗ କରିଥାଏ । ଅନ୍ୟପକ୍ଷରେ ମାଫିଆମାନେ ତହସିଲ ଓ ଥାନାର ତଳିଆ କର୍ମ·ରୀଙ୍କୁ ନିୟମିତ ଅର୍ଥ ଗୁଞ୍ଜା ଦେଇ ହାତ କରି ରଖିଥିବାରୁ ଚଢଉ ପୂର୍ବରୁ ସୂଚନା ପାଇଯାଇ ସର୍ତକ ହୋଇଯାଉଥିବା ଜଣା ପଡ଼ିଛି । ସେମବାର ବିଳମ୍ବିତ ରାତ୍ରରେ ବନ୍ତ ତହସିଲ ପକ୍ଷରୁ ଆଗରପଡ଼ା ଥାନା କର୍ମ·ରୀଙ୍କ ସହଯୋଗରେ ଚଢଉ କରାଯିବା ପରେ ୯ ଗୋଟି ମୋରମ ଓ ବାଲି ଗାଡ଼ି ଠାରୁ ଦେଢଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜୋରିମାନା ଆଦାୟ କରାଯାଇ ପାରିଛି । ପ୍ରତ୍ୟେକ ଦିନ ରାତ୍ରି ସମୟରେ ପ୍ରଶାସନ ସଜାଗ ରହିଲେ ଳକ୍ଷଲକ୍ଷ ଟଙ୍କାର ରାଜସ୍ୱ ଲୁଟକୁ ବନ୍ଦ କରାଯାଇ ପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

error: Thank You Keep Visiting