ସାକ୍ଷ୍ୟ ପ୍ରମାଣ ଅଭାବରୁ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Straight to the Point

ଧର୍ମଗଡ : ୨୦୧୬ରେ ଘଟିଥିବା ଏକ ହତ୍ୟା ମାମଲର ବିଚାରକରି ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତ ତାକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ମାମଲାରୁ ପ୍ରକାଶ ଯେ ଗତ ୨୫/୧/୧୬ରେ ଆମପାଣି ଥାନା ଅନ୍ତର୍ଗତ ବିରିମୁହାଣ ଗ୍ରାମର ବଲି ମାଝି ତା’ସାନ ଭାଇ ସନିଆ ମାଝିକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ଏହି ମାମଲରେ ବଲି ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଗଙ୍ଗା ମଙ୍ଗରାଜ ମୋକଦମା ପରିଚାଳନା କରୁଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ ପ୍ରଭାବରୁ ଅଦାଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

error: Thank You Keep Visiting