ବିଇଡି ସାର୍ଟିଫିକେଟ କରାଇ ଦେବା ନାଆଁରେ ଯୁବତୀଙ୍କୁ ଦୁଷ୍କର୍ମ
କେନ୍ଦ୍ରାପଡା(ଓଡ଼ିଶା ଜର୍ଣ୍ଣାଲ) : ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ବିଇଡି ସାର୍ଟିଫିକେଟ କରାଇ ଦେବା ଆଳରେ ବାରମ୍ବାର ଦୁଷ୍କର୍ମ କରିବା ସହିତ ବିବାହର ପ୍ରଲୋଭନ ଦେଖାଇଥିବା ଘଟଣାକୁ ନେଇ ସଂପୃକ୍ତ ପିଡିତା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ବ୍ରିନ୍ଦୋଳ ଗ୍ରାମର ଜନୈକା ଯୁବତୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପାଣ୍ଡିରି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରେ ଭଡାରେ ରହି ସ୍ଥାନୀୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଏସସି ପଢୁଥିଲେ ।
ଟାଉନ ଥାନା ଅନ୍ତର୍ଗତ ଗୋପ ଛକ ନିକଟରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲିଥିବା ମାର୍ଶାଘାଇ ଥାନା ଅନ୍ତର୍ଗତ ଦଶିପୁର ଗ୍ରାମର ଗୌରାଙ୍ଗ ପ୍ରଧାନଙ୍କ ପୁଅ ସୌଭାଗ୍ୟ ରଞ୍ଜନ ପ୍ରଧାନ ଯିଏକି ସଦର ଥାନା ଅନ୍ତର୍ଗତ ବାରିମୂଳ ନିକଟରେ ରହୁଛନ୍ତି ସେ ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବା ଓ ସାର୍ଟିଫେକଟ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ଏହି ଯୁବତୀ ଜଣଙ୍କୁ ସୈାଭାଗ୍ୟଙ୍କ ସେଣ୍ଟରରେ ବିଇଡି କରିବା ପାଇଁ ସୈାଭାଗ୍ୟ ପ୍ରବର୍ତ୍ତାଇ ତାଙ୍କୁ ବିଇଡି ସାର୍ଟିଫିକେଟ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ବିଇଡି ପରୀକ୍ଷା ଦେବା ପରେ ଯୁବତୀ ଜଣକ ସାର୍ଟିଫିକେଟ ଆଣିବାକୁ ଗୋପ ଛକ ସ୍ଥିତ କାର୍ଯ୍ୟାଳୟକୁ ଯାଇଥିଲେ । ୨୦୧୬ ମସିହା ମେ ମାସରେ ଯୁବତୀକୁ ସୋଭାଗ୍ୟ ନିଜେ ରହୁଥିବା ବାରିମୁଳ ବାସ ଭବନକୁ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ଅସଦାଚରଣ ଉଦ୍ୟମ କରିବା ସହିତ ସାର୍ଟିଫିକେଟ ପ୍ରଦାନ ନିମନ୍ତେ ପ୍ରବର୍ତ୍ତାଇ ଥିଲେ । ଏଥିରେ ଯୁବତୀ ଜଣକ ଅସମ୍ମତି ହେବାରୁ ସୌଭାଗ୍ୟ ଏକ ଛୁରୀ ଦେଖାଇ ଯୁବତୀକୁ ଜୀବନରୁ ମାରି ଦେବାକୁ ଧମକ ଚମକ ଦେଇ ଜୋର ଜବରଦସ୍ତ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ନିଜ ମୋବାଇଲରେ ବିଭିନ୍ନ ଅଶ୍ଲିଳ ଫଟୋ ଉଠାଇ ନେଇଥିଲେ । ସେହି ଦିନ ଠାରୁ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ କରାଇ ଦେବାକୁ ଧମକ ଦେଇ ଯୁବତୀଙ୍କ ସହିତ ଦୈହିକ ସଂପର୍କ ରଖି ଆସୁଥିଲେ ।
ଗତ ଏକ ସପ୍ତାହ ତଳେ ଯୁବତୀ ନିଜ ବିଇଡି ସାର୍ଟିଫିକେଟ ଆଣିବା ନିମନ୍ତେ ଗୋପ ଛକ କାର୍ଯ୍ୟାଳୟକୁ ଯାଇଥିବା ସମୟରେ ଯୁବକ ଉକ୍ତ ଯୁବତୀକୁ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଟଙ୍କା ନଦେଲେ ନିଜ ମୋବାଇଲରେ ରଖିଥିବା ଫଟୋ ଗୁଡିକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ଯୁବତୀ ନିଜ ପରିବାର ସମ୍ମୁଖରେ ଘଟଣା ବିଷୟରେ ଜଣାଇବା ସହିତ ସଦର ଥାନାରେ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ।
ଯୁବତିଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ କେଶ ନଂ-୪୪/୨୦୧୯ ରେ ଆଇପିସିର ଧାରା ୩୫୪(ଡି), ୩୭୬(୨)(ଏନ), ୫୦୬ ଓ ୩୮୫ ଆଇପିସି ଏବଂ ୬୬(ଇ) ଆଇଟିଆକ୍ଟରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅଭିଯୋଗ ହେବା ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ଥାନା ସୁତ୍ରରୁ ସୂଚନା ମିଳିଛି ।