ଯୌତୁକ ଜନିତ ହତ୍ୟା ଘଟଣାରେ ୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

Straight to the Point

କେନ୍ଦ୍ରାପଡା (ଓଡିଶା ଜର୍ଣ୍ଣାଲ): ୫ବର୍ଷ ତଳର ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣାର ବିଚାରକରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞା ପାଣିଗ୍ରାହୀ ବୁଧବାର ମୃତା ମହିଳାଙ୍କ ସ୍ୱାମୀ,ଶଶୁର ଓ ଶାଶୁ ତିନି ଜଣଙ୍କୁ ଯାବଜୀବନ କାରାଦଣ୍ଡାଦେଶ ସହିତ ପ୍ରତ୍ୟେକଙ୍କୁ ଏକହଜାର ଟଙ୍କା କରି ଯୋରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଖାରୁଣୀ ଗ୍ରାମର ପୁରୁଷୋତ୍ତମ ମଳିକଙ୍କ ପୁଅ ଅକ୍ଷୟ ମଳିକ ତାଙ୍କ ଝିଅ ଲକ୍ଷ୍ମୀ ମଳିକ(୨୭)କୁ ସେହି ଥାନା ଅନ୍ତର୍ଗତ କଟରାମଲ୍ଲ ଗ୍ରାମର ଅଗସ୍ତି ମଳିକଙ୍କ ପୁଅ ସୁଶାନ୍ତ ମଳିକ(୩୧)ଙ୍କ ସହିତ ପଟ୍ଟାମୁଣ୍ଡାଇ ପତିତପାବନ ମନ୍ଦିରରେ ଗତ ୨୦୧୨ ମସିହା ଜୁଲାଇ ୯ତାରିଖରେ ବୈଦିକ ରୀତିରେ କରିଥିଲେ । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ନଗଦ ୩୦ହଜାର ଟଙ୍କା ସହିତ ୪ଟି ସୁନାମୁଦି, ୨ଟି ସୁନାଚେନ, ସୁନାକାନ ଫୁଲ ୧ହଳ, ସୁନାଚୁଡି ୮ପଟ ସମେତ ସମସ୍ତ ଆସବାବପତ୍ର ଦେଇଥିଲେ । କିନ୍ତୁ ବିବାହର ଏକମାସ ପରେ ବରଘର ପକ୍ଷରୁ ଅଧିକ ଯୈ÷ାତୁକ ଦାବିରେ ଲକ୍ଷ୍ମୀ ଉପରେ ଯୈ÷ାତୁକ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା ।

ବିବାହର ପ୍ରାୟ ୮ମାସ ପରେ ବାପଘରୁ ଏକ ରଙ୍ଗୀନ ଟିଭି ଆଣିବାକୁ ଲକ୍ଷ୍ମୀକୁ ଶଶୁର ଘର ପକ୍ଷରୁ ବାଧ୍ୟ କରାଯାଇଥିଲା । ସେ ଏଥିରେ ଅରାଜି ହେବାରୁ ତା ଉପରେ ନିର୍ଯ୍ୟାତନା ବଢିଯିବା ସହ ଗତ ୨୦୧୩ମସିହା ମାର୍ଚ୍ଚମାସ ୪ତାରିଖରେ ଶଶୁର ଶାଶୁ ଓ ସ୍ୱାମୀ ଲକ୍ଷ୍ମୀକୁ ଏକ ଘରେ ପୁରାଇ ଭିତର ପଟୁ କବାଟ ଦେଇ ତାର ହାତ,ଗୋଡ ବାନ୍ଧି ଦେବା ସହ ତା ପାଟିକୁ ବନ୍ଦ କରିଦେଇ ତା ଉପରେ କିରୋସିନ ଢାଳିଦେଇ ନିଆଁ ଲଗାଇ ଦେଇଥିଲେ । ଲକ୍ଷ୍ମୀ ନିଆଁରେ ପୋଡି ଯାଇ ଯୋରରେ ଚିତ୍କାର କରିବାରେ ସେମାନେ ଘରର କବାଟ ଖୋଲିଦେଇ ତାଙ୍କ ବୋହୁ ଲକ୍ଷ୍ମୀ ନିଆଁରେ ପୋଡିଗଲା ବୋଲି ପଡୋଶୀଙ୍କୁ କହିଥିଲେ । ଲକ୍ଷ୍ମୀକୁ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାର ଅବସ୍ଥା ସଙ୍କଟାପନ୍ନ ହେବାରୁ ଲକ୍ଷ୍ମୀକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଲକ୍ଷ୍ମୀର ପିତା ଅକ୍ଷୟ ମଳିକଙ୍କ ଅଭିଯୋଗକୁ ଆଧାରକରି ପଟ୍ଟାମୁଣ୍ଡାଇ ଥାନା ପୋଲିସ ଥାନା କେଶ ନମ୍ବର ୩୭/୨୦୧୩ରେ ଆଇପିସିର ଧାରା ୪୯୮(କ),୩୦୪(ଖ),୩୦୨,୩୪୩,୨୯୪,୫୦୬ ଓ ୩୪ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା ।

କଟକ ବଡ ଡାକ୍ତରଖାନାରେ ଲକ୍ଷ୍ମୀର ଚିକିତ୍ସାଧିନ ଅବସ୍ଥାରେ ଗତ ୨୦୧୩ମସିହା ମାର୍ଚ୍ଚ ମାସ ୧୬ତାରିଖ ରାତି ପ୍ରାୟ ୪ଟା ୫୦ମିନିଟ ସମୟରେ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଲକ୍ଷ୍ମୀ ପୋଲିସକୁ ସେହି କଟକ ବଡ ଡାକ୍ତରଖାନାରେ ଗତ ୨୦୧୩ମସିହା ମାର୍ଚ୍ଚ ମାସ ୮ତାରିଖ ରାତି ପ୍ରାୟ ୩ଟା ୫୦ମିନିଟ ସମୟରେ ମୃତ୍ୟୁକାଳିନ ଜମାନବନ୍ଦି ଦେଇ ତାକୁ ସ୍ୱାମୀ,ଶଶୁର ଓ ଶାଶୁ ମିଳିତ ଭାବରେ କିରୋସିନ ଢାଳି ପୋଡିମାରିଦେବାକୁ ଉଦ୍ୟମ କରିଥିବା କଥା କହିଥିଲା । ଏସଟି କେଶ ନମ୍ବର ୧୦୬/୨୦୧୩ରେ ଏହି ଘଟଣାର ବିଚାର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜଙ୍କ କୋର୍ଟରେ ଜିଆର ନମ୍ବର ୬୪/୨୦୧୩ରେ ବିଚାରାଧିନ ଥିବା ବେଳେ ଆଜି ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞା ପାଣିଗ୍ରାହୀ ମୃତ ଲକ୍ଷ୍ମୀର ସ୍ୱାମୀ ସୁଶାନ୍ତ ମଳିକ(୩୧),ଶଶୁର ଅଗସ୍ତି ମଳିକ(୫୭) ଓ ଶାଶୁ ମୁକ୍ତା ମଳିକ(୫୨)ଙ୍କୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ ଓ ୩୪ ଦଫାରେ ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କାର ଯୋରିମାନାରେ ଦଣ୍ଡିତ କରାଯାଇଛି । ଏହି ଯୋରିମାନା ଅନାଦେୟ ହେଲେ ଅଧିକ ଏକମାସ କାରାଦଣ୍ଡରେ ଅଭିଯୁକ୍ତମାନେ ଦଣ୍ଡିତ ହେବେ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନା ମାମଲାର ପରିଚାଳନା କରୁଥିଲେ ।

error: Thank You Keep Visiting