ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ବିରୋଧରେ ବଳାକ୍ରାର ଉଦ୍ୟମ;ରଫାଦଫା କରିବାକୁ ପୋଲିସର ହିନ ଉଦ୍ୟମ

Straight to the Point

ସାକ୍ଷିଗୋପାଳ,(ଓଡିଶା ଜର୍ଣ୍ଣାଲ): ଜଣେ ମହିଳାଙ୍କ ପ୍ରତି ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଦୁଷ୍କର୍ମ ଉଦ୍ୟମ ଏବଂ ଏନେଇ ପୀଡ଼ିତାଙ୍କ ସ୍ୱାମୀ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କର ତିନି ବଖରା ଘର ଭାଙ୍ଗିଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଶେଷରେ ନ୍ୟାୟ ପାଇବା ଆଶାରେ ପୀଡ଼ିତ ପରିବାର ଥାନାର ଦ୍ୱାରସ୍ଥ ହୋଇ ଏତଲା କରିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତେ ମାମଲାର ରଫଦଫା କରିବା ପାଇଁ ସତ୍ୟବାଦୀ ଥାନା ପୋଲିସ ଏଏସଆଇ କାଶୀନାଥ ସେଠୀଙ୍କ ହିନ ଉଦ୍ୟମ ପଦାରେ ପଡିଛି । ଶେଷରେ ପୀଡ଼ିତ ଦମ୍ପତି ଆଜି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଅନ୍ୟପକ୍ଷରେ ମାମଲା ରୁଜୁ ପାଇଁ ସତ୍ୟବାଦୀ ଥାନା ଅଧିକାରୀଙ୍କୁ ଉପରିସ୍ଥ ଅଧିକାରୀ ସୂଚନା ଦେଇଥିଲେ ସୁଦ୍ଧା ସେ ଅଦ୍ୟାବଧି ଏ ସଂକ୍ରାନ୍ତରେ ମାମଲା ରୁଜୁ କରିନଥିବା ଜଣାପଡିଛି ।

ଅଭିଯୋଗ ମୁତାବକ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କର ଚରାଳି ନିକଟରେ ନଦୀ ବନ୍ଧର ଅନତି ଦୂରରେ ରହୁଥିବା ସୁରେନ୍ଦ୍ର ସାହୁ (୫୪) ଜଣେ ଭୂମିହିନ । ସେ ଏଠାରେ ଏକ ସରକାରୀ ଜମିରେ ଝାଟି ମାଟି ଘର ନିର୍ମାଣ କରି ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ରହି ଆସୁଛନ୍ତି । ଦୁଇ ପୁଅ ଓ ପତ୍ନୀଙ୍କୁ ନେଇ ତାଙ୍କର ତେଲ ଲୁଣର ସଂସାର । ଗତ ୫ ତାରିଖ ରାତିରେ ସେ ଘରେ ଅନୁପସ୍ଥିତ ଥିବା ବେଳେ ଅଭିଯୁକ୍ତ ସମିତି ସଭ୍ୟାଙ୍କ ସ୍ୱାମୀ ଇନ୍ଦ୍ରଜିତ ପ୍ରଧାନ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ (୪୭)ଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିଲେ । ସୁରେନ୍ଦ୍ର ଘରେ ପହଂଚି ଏ ନେଇ ପ୍ରତିବାଦ କରିବାରୁ ଅଭିଯୁକ୍ତ ମାନେ ତାଙ୍କର ତିନି ବଖରା ଘର ଭାଙ୍ଗି ଦେଇଥିଲେ ।

error: Thank You Keep Visiting