ଅବକାରୀ ଗୁଇନ୍ଦା ବିଭାଗ କଟକ-୨ ଦ୍ୱାରା ୫୦କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ଅବକାରୀ ଗୁଇନ୍ଦା ବିଭାଗ କଟକ-୨ର କମିଶନର ଦେବେନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ଜଗଦିଶ ଚନ୍ଦ୍ର ସାମଲ,ଇନ୍ସପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଇଫୋକଛକ ଠାରେ ଚୋରାରେ ଗଂଜେଇ ବେପାର କରୁଥିବା ସ୍ଥାନରେ ଚଢଉ କରି ୫୦କେଜି ଚୋରା ଗଂଜେଇ ଜବତ କରିବା ସହ ଚୋରା ଗଂଜେଇ ବେପାରୀ ସନ୍ତୋଷ କୁମାର ରଥକୁ ଗିରଫ କରିଛନ୍ତି । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଠାରେ ଚୋରାରେ ଗଂଜେଇ ବେପାର ହେଉଥିବା ନେଇ ଗୁଇନ୍ଦା ରିପୋର୍ଟ ଥିଲା । ଯାହାକି ଗୁଇନ୍ଦା ସୂଚନା ଆଧାରରେ ୧ମାସ କସରତ କଲାପରେ ଆଜି ବିଖ୍ୟାତ ଚୋରା ଗଂଜେଇବେପାରିକୁ ଗୁଇନ୍ଦା ବିଭାଗ ଧରିବାକୁ ସକ୍ଷମ ହେଲା ବୋଲି ଗୁଇନ୍ଦା ଇନ୍ସପେକ୍ଟର ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।ଏହି ଚଢଉରେ କଟକ ଗୁଇନ୍ଦାବିଭାଗର ସବ୍ଇନ୍ସପେକ୍ଟର ଧନଞ୍ଜୟ ପାତ୍ର.ଏ.ଏସ.ଆଇ ଦୁର୍ଗାଚରଣ ବାରିକ,କନେଷ୍ଟବଳ ପ୍ରଦିପକୁମାର ବେହେରା,ଅର୍ଚ୍ଚନା ନାୟକ,କିଶୋର କୁମାର ରାଉତ,ସଂଜୀବ ମୁଣ୍ଡା ପ୍ରମୁଖ ସାମିଲଥିଲେ । ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏନ୍ଣ୍ଡିପିଏସ ମାମଲା ରୁଜ କରାଯାଇ ଚୋରା ଗଂଜେଇ ବେପାରୀ ସନ୍ତୋଷକୁ କୋର୍ଟ·ଲାଣ କରାଯାଇଥିବା ଗୁଇନ୍ଦା ବିଭାଗ ସବଇନ୍ସପେକ୍ଟର ଶ୍ରୀ ସୋରେନ ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting