ପାରାଦ୍ୱୀପ ପୋଲିସକୁ ବଡ ସଫଳତା ; ୩୮୦୦ଲିଟର ଏଚ୍ଏସଡି ଓ ବୋଟ୍ ଜବତ ,୩ ଗିରଫ୍

Straight to the Point

(ଓଡ଼ିଶା ଜର୍ଣ୍ଣାଲ): ପାରାଦ୍ୱୀପ ମେରାଇନ୍ ପୋଲିସକୁ ମଳିଛି ଏକ ବଡ ସଫଳତା । ଗତ ଫେବୃଆରୀ ୨୪ ଓ ମାର୍ଚ୍ଚ ମାସ ୭ ତାରିଖରେ ପାରାଦ୍ୱୀପ ଆଇଓସିଏଲ୍ରୁ ବନ୍ଦରକୁ ବିଛାଯାଇଥିବା ଏସ୍ଆର କନ୍ଭେୟର ବେଲ୍ଟ ନିକଟସ୍ଥ ପାଇପଲାଇନ୍କୁ କଣା କରି ହାଇ ସ୍ପିଡ୍ ଡିଜେଲ (ଏଚ୍ଏସ୍ଡି ) ଦୁର୍ବୁତ୍ତମାନେ ଚୋରିକରି ନେଇଥିଲେ । ଏବଂ ଏହାଦ୍ୱାରା ଏଥିରୁ ନିର୍ଗତ ତୈଳ ସ୍ଥାନୀୟ କାଉଡିଆ ନଦୀରେ ମିଶି ଜଳ ପ୍ରଦୂଷିତ ହୋଇ ଜଳଚର ଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିଥିଲା । ବିଭିନ୍ନ ପରିବେଶବିତ୍ ଓ ସଂଗଠନ ଏହାର କଡା ବିରୋଧ ମଧ୍ୟ କରିଥିଲେ ।

ତେବେ ଜଗତସିଂହପୁର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଘଟଣାର ପର୍ଦାଫାସ କରିଥିଲା । ଏହି ଘଟଣାରେ ନିୟୋଜିତ ହୋଇଥିବା ପାଇପ୍ , ତେଲ ଚୋରି ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ବୋଟ୍ ଓ ୩୮୦୦ଲିଟର ଏଚ୍ ଏସ୍ ଡି ଡିଜେଲ୍କୁ ପୁଲିସ ଜବତ କରିଛି । ଏହି ଘଟଣାରେ ଜଡିତ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ଥାନା ଅଧିନସ୍ଥ ରାମନଗର ଗ୍ରାମର ରବିନ୍ଦ୍ର କୁମାର ବର୍ମନ (୩୦) ଓ ପ୍ରସନ୍ନଜିତ୍ ମଣ୍ଡଳ (୨୧), ପାରାଦ୍ୱୀପ ଅଭୟ ଚାନ୍ଦପୁର ଥାନା ଅଧିନସ୍ଥ ନୁଆଗାଁର କୁଞ ବିହାରୀ ଦଳାଇ (୨୫) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଅନ୍ୟଜଣେ ଅଭିଯୁକ୍ତ ସଞୟ ମଲ୍ଲିକ ଫେରାର ଥିବା ଜଣାପଡିଛି ।

error: Thank You Keep Visiting