ବୋମା ମାଡ ଘଟଣାରେ ଜଣେ ଗିରଫ,ବୋମା ଜବତ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଉକୁନ୍ଦରା ଗ୍ରାମପଞ୍ଚାୟତର ସରପଞ୍ଚ ଗତ ୨୨ତାରିଖ ରାତି ୧୧ଟା ସମୟରେ ରେ ବୋମାମାଡ କରି ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ଏହି ବୋମାମାଡ ନେଇ ଉକୁନ୍ଦରା ସରପଞ୍ଚ ଚନ୍ଦ୍ରଶେଖର ଦାଶ ବିରଡି ଥାନାରେ ଏକ ମାମଲା ରୁଜୁ କରିଥିଲେ । ବୋମାମାଡରେ ତାଙ୍କର କାର ଆଗ ସଂପୂର୍ଣ୍ଣ ନଷ୍ଟ ହେଇଯିବା ସହିତ ଅନ୍ୟାନ୍ୟ ସାମଗ୍ରୀ କ୍ଷତବିକ୍ଷତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଚନ୍ଦ୍ରଶେଖରଙ୍କ ଅଭିଯୋଗ କ୍ରମେ ବିରଡି ଥାନା ପୋଲିସ କେଶ୍ ନଂ ୨୪/୧୯ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରାଯାଇଥିଲା ।

ଏହି ବୋମାମାଡ ଘଟଣାରେ ସଂପୃକ୍ତ ଥିବା ଭୁୁବନେଶ୍ୱର ସାଲିଆସାହିର ବଂଶୀଧର ଭୋଇଙ୍କ ପୁଅ ସଂଗ୍ରାମ ଭୋଇ ଓରଫ ସମ୍ଭୁକୁ ପୋଲିସ ଗିରଫ କରିଥିବା ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏସଡିପିଓ ଶ୍ରୀ ପାଲ କହିଛନ୍ତି ଉକ୍ତ ସଂଗ୍ରାମ ନାମରେ ଆନ୍ତଃରାଜ୍ୟ ଡକାୟତ ମାମଲା ଭବାନିପାଟଣା, ଭୁବନେଶ୍ୱର, କଟକ, ଜଗତସିଂହପୁର ଇତ୍ୟାଦି ଅନେକ ଜିଲ୍ଲାରେ ତାର ଡକାୟତି ମାମଲା ଥିବା ଏସଡିପିଓ ସୂଚନା ପ୍ରଦାନ କରିଛନ୍ତି । ସମ୍ବୂଙ୍କ ସହଯୋଗୀ ମଧ୍ୟ ଉକ୍ତ ବୋମାମାଡ ମାମଲାରେ ଥିବାରୁ ତଦନ୍ତରେ ବାଧା ଉପୁଜିବା ନେଇ ସୂଚନା ପ୍ରଦାନ କରିନଥିଲେ । ସମ୍ଭୁକୁ କୋର୍ଟ ·ଲାଣ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର,ବିରିଡି ଥାନା ସବ୍ଇନ୍ସପେକ୍ଟର ଜେ. ଲାକ୍ରା ଉପସ୍ଥିତ ଥିଲେ ।

error: Thank You Keep Visiting