ଆରୋହଣ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଆରୋହଣ ଫାଇନାନ୍ସ ଏଜେଣ୍ଟ ଶାନ୍ତନୁ କୁମାର ନାୟକଙ୍କ ଠାରୁ ଆଜି ମଧ୍ୟାହ୍ନରେ ଜଗତସିଂହପୁର ଥାନା ଅଧିନ ତରିକୁନ୍ଦ(ନୂଆଦା) ନିକଟରୁ ୧ଲକ୍ଷ ୨୯ହଜାର ୨୦୦ଟଙ୍କା ୩ଜଣ ଦୁର୍ବୁତ୍ତ ଲୁଟି ନେଇଛନ୍ତି । ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଟକ ନରସିଂହପୁର ଅଞ୍ଚଳର ଶାନ୍ତନୁ କୁମାର ନାୟକ ଏହି ଅର୍ଥଲଗାଣ ସଂସ୍ଥାର ଏଜେଣ୍ଟ,ଆଜି ସେ ଓଡି-୦୩-୨୧୫୧ନମ୍ବର ବାଇକରେ ବାଗଲପୁର,ଗୋପିନାଥପୁର ଓ ବସନ୍ତପୁର ଆଦି ଅଞ୍ଚଳରୁ ୧ଲକ୍ଷ ୨୯ହଜାର ୨୦୦ଟଙ୍କା ଆଦାୟ କରି ଫେରୁଥିବା ସମୟରେ ୩ଜଣ ଦୁର୍ବୁତ୍ତ ପଛପଟୁ ଆକ୍ରମଣ କରି ବାଇକ ·ବି ଓ ଟଙ୍କା ଛଡାଇ ନେଇଥିଲେ । ଘଟଣା ସଂପର୍କରେ ଜଗତସିଂହପୁର ଥାନାରେ ଏତଲା ହେବା ପରେ ତଦନ୍ତ ଆରମ୍ଭ ହୋଇଥିବା ଥାନାଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନାପ୍ରଦାନ କରିଛନ୍ତି ।

error: Thank You Keep Visiting