ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଭୁଜାଲିରେ ହାଣି ହତ୍ୟା

Straight to the Point

ଜଳେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଜଳେଶ୍ୱର ଥାନା ଅନ୍ତର୍ଗତ ଖୁଲୁଡା ପଂଚାୟତର ବାସିନ୍ଦା ଭାନୁ ଜେନାଙ୍କ ପୁତ୍ର ବିଭୁତି ଭୂଷଣ ଜେନା(୪୮) ଗତକାଲି ରାତ୍ରି ପ୍ରାୟ ୮ଟା ସମୟରେ କୌଣସି ଏକ କାମରେ ବଡନଗର ବଜାରକୁ ଆସିଥିବା ବେଳେ ବର୍ତ୍ତନା ସ୍ଥିତ ୟୁଜିସି କଲେଜ ନିକଟରେ କୌଣସି ଦୁବୁର୍ତ୍ତ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରିବା ପରେ ତାର ଶବକୁ ପୋଖରୀ ଆଡି ଠାରେ ପକାଇ ଫେରାର ହୋଇ ଯାଇଥିଲେ । କିଛି ସମୟପରେ ସେହି ରାସ୍ତା ଦେଇ ଯାଉଥିବା ଜନୈକ ଗୁପ୍ଚୁପ୍ ଦୋକାନୀ ତାର ଶବକୁ ଦେଖି ବର୍ତ୍ତନା ସରପଂଚଙ୍କୁ ପଦ୍ମଲୋଚନ ବେହେରାଙ୍କୁ ଖବର ଦେଇଥିଲା ।

ସଂଗେ ସଂଗେ ସରପଂଚ ଥାନାକୁ ଖବର ଦେବାପରେ ଏଏସ୍ଆଇ ଦିଲିପ ସାମଲ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକର ଶବକୁ ଜବତ୍ କରି ତଦନ୍ତ କରିଥିଲେ । ଆଜି ମୃତ ଯୁବକର ଭାଇ ଅବନୀ ଜେନା ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୁଲିସ୍ ଭାରତୀୟ ପିଙ୍ଗଳକୋର୍ଡର ୩୦୨ ଦଫା ଅନୁଯାୟୀ ଏକ ମାମଲା ୭୨/୨୦୧୯ମୂଳେ ରୁଜୁ କରିଛି । ଏହି ଘଟଣାରେ ପୁଲିସ୍ ଅଧିକ ତଥ୍ୟ ପାଇଁ ୨ଜଣ ବ୍ୟକ୍ତିଙ୍କୁ ନାମ୍ପୋ ଫାଣ୍ଡିକୁ ଆଣି ପଚରା ଉଚରା ଜାରି ରଖିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଯୁବକକୁ ହାତ୍ୟ କରାଯାଇଛି ବୋଲି ପୁଲିସ୍ ସନ୍ଦେହ ପ୍ରକାଶ କରୁଛି । ଉକ୍ତ ହତ୍ୟାକାଣ୍ଡ ଘଟଣା ଏତେ ବିଭତ୍ସ ହୋଇଛି ଯେ ସ୍ଥାନୀୟ ଅଂଚଳରେ ଥିବା ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।

error: Thank You Keep Visiting