ବ୍ରାଉନସୁଗାର ବେପାରୀଙ୍କ ଆଡାସ୍ଥଳୀ ପାଲଟିଛି ଜଗତସିଂହପୁର ସହର

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଜିଲ୍ଲାରେ ଚୋରା ନିଶାକାରବାର ବଢି ବଢି ·ଲୁଥିବା ଜଣାପଡିଛି ।ଜଗତସିଂହପୁର ପୌରାଞ୍ଚଳର ପାଣିସାଳିଆ ,କଲେଜଛକ , ଗୋପାଳସାଗର ଓ କଣ୍ଟାପଡା ,କୋର୍ଟଛକ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ଜନସାଧାରଣରେ ଚର୍ଚ୍ଚା ହେଉଥିବା ବିଷୟ ପ୍ରକାଶ ପାଲଟିଛି । ଏପରି ସ୍ଥଳେ ଜିଲ୍ଲା ଅବକାରୀ ବିଭାଗ ଓ ଜଗତସିଂହପୁର ଥାନା ପୋଲି ଚୋରା ଖୁଚୁରା ମଦ ବେପାରିଙ୍କୁ ଧରିଆଣୁôତବା ସ୍ଥଳେ ବ୍ରାଉନ ସୁଗାର ବେପାର ଦିର୍ଘ ଦେନହେବ ହେଉଥିଲେ ମଧ୍ୟ ନିରବ ଦ୍ରଷ୍ଠା ସାଜିଥିବା ନେଇ ଜନସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ସ୍କୁଲ ଓ କଲେଜରେ ପଢୁଥିବା କୋମଳମତୀ ବାଳକମାନେ ସିଧା ସଳଖ ଏହି ବେପାର ସହିତ ଜଡିତ ହେଉଛନ୍ତି ଏବଂ ସହରର ଯୁବକ ଓ କଲେଜ ଛାତ୍ରମାନେ ନିୟମିତ ଡ୍ରଗସ କରୁଥିବା ଦେଖାଯାଇଛି । ଏପରିକି ପାରାଦ୍ୱୀପ,କୁଜଙ୍ଗ,ଏରସମା,ତିର୍ତ୍ତୋଲ,ରାହାମା ଇତ୍ୟାଦି ଅଞ୍ଚଳରୁ ଗୋପାଳସାଗରକୁ ବ୍ରାଉନସୁଗାର ଯୋଗାଣ ହେଉଥିବାର ଖବର ମିଳୁଛି ।

ଅନୁସଂଧାନରୁ ଜଣାପଡିଛି ଯେ ଏକ କଳା-ନାଲି ରଙ୍ଗ ନମ୍ବର ବିହୀନ ପଲ୍ସର ଗାଡିରେ ଦୁଇଜଣ ଡେଙ୍ଗା-ଡେଙ୍ଗା ଯୁବକ କଟକ ଆଡୁ ବ୍ରାଉନ ସୁଗାର ଆଣି ଆସୁଛନ୍ତି । ଗୋପାଳସାଗର ଦେବୀଘର ସାମନା ଦୋକାନ,ସାଇ-ମନ୍ଦିର ରାସ୍ତା ପାଖ ଓସ୍ତ ଗଛ ଛକ ପାଖ ଦୋକାନ,ରାଧିକା ସିନେମାହଲ ପଛପଟ ଗଳି,ଗୋପାଳସାଗର ଲେଡିଜଟେଲର ପଛପଟ ପରିତ୍ୟକ୍ତ ଘର,ତ୍ରିପାଠୀ ମେସ ପାଖ ବାଉଁଶ ବଣ,ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ପାଖ ଏବଂ ଦୁଇଟି ଦଳିତ ପରିବାରଙ୍କ ଘରେ ମଧ୍ୟ ଡ୍ରଗସ ବେପାର ·ଲିଛି । କିଛି ଦିନ ତଳେ ସାଦା ପୋଷାକରେ ପୋଲିସ ଡ୍ରଗସ ସହିତ ୩ରୁ ୪ଜଣ ଯୁବକଙ୍କୁ ଧରି ବସଉଠ୍ କରି ଛାଡିଦେଇଛି ।

ଏପରିକି ପୋଲିସ ବ୍ୟାରେକ ପାଖରେ ପ୍ରବଳ ବେପାର ·ଲିଛି । ମାତ୍ର ପୋଲିସ ଓ ଅବକାରୀ ବିଭାଗ ସବୁ ଜାଣି ମଧ୍ୟ ନୀରବ ରହୁଛନ୍ତି । ଶୁଣିବାକୁ ମିଳେ ପୋଲିସ ଓ ଅବକାରୀ ବିଭାଗ ମାସିକିଆ ପଣି ନେଇ ବ୍ରାଉନସୁଗାର ବେପାରକୁ ଅଣଦେଖା କରୁଛନ୍ତି । ଗୋପାଳସାଗର ଓ ଆଖପାଖ ଅଞ୍ଚଳରେ ବ୍ରାଉନସୁଗାରକୁ କୋଡ୍ ୱାର୍ଡ ‘ପାଓ’ ଓ ଗଞ୍ଜେଇକୁ ‘ଇସୁ’ ବୋଲି ନାମ ରଖାଯାଇଥିବା ଜଣାପଡିଛି । ଏପରିକି ପାଣିସାଳିଆର ଏକ ବାଉଁଶ ବଣରେ ବ୍ରାଉନସୁଗାର ବେପାର ଚୋରାରେ ଛାଲିଥିବା ବିଷୟ ଜନସାଧାରଣରେ ପ୍ରକାଶ ପାଇଛି । ଜିଲ୍ଲା ପୁଲିସ ପକ୍ଷରୁ ଏଭଳି ବ୍ରାଉନ ସୁଗର ଚୋରା ବେପାରିଙ୍କଲ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହେଉଛି ।

error: Thank You Keep Visiting