ରାୟଙ୍କପାଟଣାରୁ ବନ୍ଧୁକ ଜବତ ସହ ଯୁବକ ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ପଞ୍ଚାୟତର ରାୟଙ୍କପାଟଣା ଠାରେ ପୁଲିସ ଚଢାଉ କରି ଏକ ବନ୍ଧୁକ ଜବତ କରିବା ସହ ଦିବ୍ୟରଞ୍ଜନ ସେଠୀ ଓରଫ ରାଜା ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଛି । କୌଣସି ସୂତ୍ରରୁ ଖବରପାଇ ଜଗତସିଂହପୁର ଥାନା ଅଧିକାରୀଙ୍କ ନିର୍ଦେଶରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏସ.ଆଇ ବିଶ୍ୱଜିତ ଗଡନାୟକ, ଏଏସଆଇ ଜେ. ଚୌଧୁରୀ ଓ ୩ଜଣ କନେଷ୍ଟବଲ ଆଳିପିଙ୍ଗଳ ନିକଟସ୍ଥ ରାୟଙ୍କପାଟଣା ଠାରେ ରାସ୍ତାକଡରେ ଅପେକ୍ଷା କରିଥିଲେ ।

ଏହି ସମୟରେ ଦିବ୍ୟରଞ୍ଜନ ଓରଫ ରାଜା ଯାଉଥିବା ବେଳେ ତାକୁ ପୁଲିସ ଅଟକାଇ ପଚରାଉଚୁରା କରିଥିଲା । ଏହି ସମୟରେ ତା ନିକଟରୁ ଏକ ଦେଶି ବନ୍ଧୁକ ଜବତ କରାଯାଇଥିଲା । ସଙ୍ଗେ ସଙ୍ଗେ ତାକୁ ପୁଲିସ ଅଧିକାରୀମାନେ ଥାନାକୁ ଧରିଆଣି ପଚରାଉଚୁରା କରିଥିଲେ । ବନ୍ଧୁକଟି ନିଆଳି ଅଞ୍ଚଳର କାଳିଆ ନାମକ ଜଣେ ଯୁବକର ବୋଲି ରାଜା ପୁଲିସ ଆଗରେ କହିଛି । ଜଗତସିଂହପୁର ପୁଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ରାଜାକୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।

error: Thank You Keep Visiting