An Independent Media

ବ୍ରହ୍ମପୁର: ଡାଟମ ଚିଟ ଫଣ୍ଡ ନାମକ ଏକ ସଂସ୍ଥା ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କ ଠାରୁ ୬୦କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।  ପୂର୍ବରୁ ଏହି ଅଭିଯୋଗରେ ସଂସ୍ଥାର ଦୁଇଜଣ ଏଜେଣ୍ଟ ଗିରଫ ହୋଇଥିବାବେଳେ କମ୍ପାନୀର ଦୁଇ ମୁଖ୍ୟ ବ୍ରଜମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତ୍ରିଧାରା ମହାନ୍ତି ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗୋଳନ୍ଥରା ପୁଲିସ ପକ୍ଷରୁ ଉଭୟଙ୍କ କନିସି ସ୍ଥିତ ଏସବିଆଇ ଶାଖାରେ ଥିବା ୪ଟି ଅାକାଉଣ୍ଟରୁ ମୋଟ ୪୦ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ପୂର୍ବରୁ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ କମ୍ପାନୀର ଘର,କାର୍ୟ୍ୟାଳୟ,ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି।

error: Thank You Keep Visiting