ଚୋରା ମହୁଲିମଦ ଜବତ୍ : ୨ ଗିରଫ

Straight to the Point

ନୀଳଗିରି (ଉମାକାନ୍ତ ରାଉତ): ଗତକାଲି ବାଲେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ଭଦ୍ରୀଙ୍କ ନିର୍ଦ୍ଦେଶରେ ନୀଳଗିରି ଅବକାରୀ ବିଭାଗ ଓଆଇସି ଲକ୍ଷ୍ୟସାଧବ ପ୍ରଧାନଙ୍କ ତତ୍ତ୍ୱାବଧାନରେ ନୀଳଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬୭ ଲିଟର ଦେଶି ଚୋରାମହୁଲୀମଦ ଜବତ୍ କରିବାସହ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

ସକାଳ ୬ ଘଟିକା ସମୟରେ ନୀଳଗିରି ବ୍ଳକ୍ ସଜନାଗଡ଼ ଗ୍ରାମର ଫାଗୁ ମାଝୀ (୨୫)ଙ୍କ ଠାରୁ ୧୨ ଲିଟର , ବଣଭୂଇଁ ଗ୍ରାମର ଜଗନ୍ନାଥ ମଲ୍ଲିକ (୬୦)ଙ୍କ ଠାରୁ ୫ ଲିଟର ଏବଂ ନୀଳଗିରି ଏନ୍.ଏ.ସି. ଘାଟଘରସାହି (ରାଜାବଗିଚା) ଅଞ୍ଚଳରୁ ବାବାଜୀ ବେହେରା (୩୪)ଙ୍କ ଠାରୁ ୧୫୦ ଲିଟର ମଦ ଜବଦ୍ସହ ଫାଗୁମାଝୀ ଏବଂ ଜଗନ୍ନାଥ ମଲ୍ଲିକଙ୍କୁ ଗିରଫ୍ କରାଯାଇ କୋ୍ ନଂ ୩/୧୯-୨୦, ୪/୧୯-୨୦ ଏବଂ ୫-୧୯୨୦ ମୂଳେ କୋର୍ଟ ଚାଲାଣ କରାଯାଇଛି । ଏଥିରେ ବାବାଜୀ ବେହେରା ଫେରାର୍ ହେବାପରେ ସକ୍ଷମହୋଇଥିଲା ବେଳେ ଏହି ଚଢ଼ାଉରେ ଭକ୍ତ ବିଭାଗର ଏ.ଏସ୍. ଆର. ଜୟନ୍ତୀ ଆଚାର୍ଯ୍ୟ, ବିଜୟ ମଳ୍ଲିକ୍, ଉର୍ମିଳାବେହେରା, ହୃଷିକେଶ ବାରିକ ପ୍ରମୁଖ ସାମିଲ ଥିଲେ ।

error: Thank You Keep Visiting