ପୂର୍ବଶତୃତାକୁ କେନ୍ଦ୍ରକରି ବିଭତ୍ସ ହତ୍ୟା

Straight to the Point

ନୀଳଗିରି: ଗତକାଲି ରାତ୍ରି ୧୨ଟା ରୁ ୧ଟା ସମୟ ଭିତରେ ଜଣେ ବ୍ୟବସାୟୀଙ୍କୁ ଯେଭଳି ହତ୍ୟା କରାଯାଇଛି, ତାହା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟିକରିଛି, ଘଟଣାରୁ ପ୍ରକାଶ ଖନ୍ତାପଡା ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତ ଭୁଇଁପଡା ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ଅମୂଲ୍ୟ ବେହେରା (୩୫) ସାଆନ୍ତା ଛକରେ ଏକ ଭେରାଇଟି ଷ୍ଟୋର କରିଥିଲେ । ଦୈନନ୍ଦିନ ଭଳି ରାତ୍ରି ୧୦ଟାରୁ ୧୧ଟା ମଧ୍ୟରେ ଦୋକାନ ବନ୍ଦକରି ଘରକୁ ଯାଆନ୍ତି ।

ଗତକାଲି ବିଳମ୍ବିତ ରାତ୍ରିରେ ପୂର୍ବ ଶତୃତା ରୁ ହେଉ ବା ଅନ୍ୟକିଛି ଆକ୍ରୋଷର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ବିସ୍ମୟ ହତ୍ୟାକାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ଆମ ପ୍ରତିନିଧି ଯାହା ଉଲ୍ଲେଖ କରିଛନ୍ତି, ତାହା ଅବର୍ଣ୍ଣ୍ୟନୀୟ । ପ୍ରଥମେ ତାକୁ ଏକ ମୋଟା ଡେଙ୍ଗାରେ ପିଠିି ଓ ମୁଣ୍ଡରେ ଶକ୍ତ ପ୍ରହାର କଲାପରେ ତାର ଗଳାକୁ ୨ ସ୍ଥାନରେ କାଟି ତାର ଏକ ପିସ୍ ମଝିରୁ ବାହାର କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି ।

ଭାଗ୍ୟକୁ ଏକ ଘଂଟା ମଧ୍ୟରେ ଅର୍ଥାତ ଆନୁମାନିକ ରାତ୍ର ୧ ଟା ୨୦ ମି. ସମୟରେ ପୋଲିସ ପେଟ୍ରୋଲିଂ କରୁଥିଲାବେଳେ ହିରୋ ସ୍ପେଲଣ୍ଡର ପ୍ଲସ ଓଡ଼ି. ୦୧ ଜି୧୩୨୪ ବିଶିଷ୍ଟ ଗାଡିଟିକୁ ଦେଖି ଅଟକି ଯାଇଥିଲା । ଗାଡ଼ି ପାଖରେ ମୃତ ଶ୍ରୀ ବେହେରା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲାବେଳେ ୨ ଟି ମୋବାଇଲ ଏବଂ ଟଙ୍କା ବ୍ୟାଗ ଥିଲା । ମୋବାଇଲରେ ବାରମ୍ବାର କଲବି ଆସୁଥିଲା । ପୋଲିସ ଏଗୁଡିକ ସବୁ ଜବତ୍ କରିଛି ।

ସକାଳେ ଖବର ପାଇଁ ସ୍ଥାନୀୟ ଲୋକମାନେ ଅପରାଧିକୁ ଧରିବାପାଇଁ ପୂର୍ବାହ୍ନ ୭.୩୦ ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ୧୯ ସାଆନ୍ତା ଛକ ଠାରେ ଟାୟାର ଜାଳି ଅବରୋଧ କରିଥିଲେ । ପୋଲିସ୍ ପକ୍ଷରୁ ବାଲେଶ୍ୱର ସାଇଇନଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହିତ ଆସି ତଦନ୍ତ କରିଛନ୍ତି । ବିଧାୟକ ଗୋବିନ୍ଦ ଦାସ ଓ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା ।

ପୋଲିସ୍ ପକ୍ଷରୁ ୧୦୪/୧୯ ମୂଳେ ୩୦୨ ଦଫାରେ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୂଖ୍ୟ ଡାକ୍ତର ଖାନାକୁ ପଠାଯାଇ ବ୍ୟବଚ୍ଛେଦ କରାଯାଇଛି । ଏହାପରେ ଖନ୍ତାପଡା ଥାନା ଅଧିକାରୀ, ସେରଗଡ଼ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହିତ ୨୦ରୁ ଉର୍ଦ୍ଧ ପୋଲିସ୍ କର୍ମୀ ଉପସ୍ଥିତଥିଲେ । ଏହି ହତ୍ୟାକାଣ୍ଡ ପରେ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଭଳି ହତ୍ୟାକାଣ୍ଡ ପାଇଁ ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।

error: Thank You Keep Visiting