ସିର୍ଲୋ ମହାନଦୀ ପଠାରୁ ଅବାଧରେ ଗଛ କଟାଚାଲିଛି:ପ୍ରଶାସନ ନୀରବ

Straight to the Point

ଜଗତସିଂହପୁରକେନ୍ଦ୍ର ଓ ରାଜ୍ୟ ସରକାର ବୃକ୍ଷ ରୋପଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ସରକାରୀ ସ୍ଥାନରେ ଲକ୍ଷ ଲକ୍ଷ ଗଛ ଲଗାଯାଉଥିଲେ ମଧ୍ୟ ସେଗୁଡିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ କାଠ ମାଫିଆ ଓ କାଠ ଚୋରଙ୍କ ଦ୍ୱାରା ସେଗୁଡିକ ହଜାର ହଜାର ସଂଖ୍ୟାରେ ପ୍ରତିଦିନ କଟାଯାଇ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ସିର୍ଲୋ ମହାନଦୀ ପଠାରୁ ଦୁର୍ବୁତମାନେ ଅବାଧରେ ଶହ ଶହ ଗଛ କାଟି ନେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଛି । ପ୍ରକାଶ ଥାଉକି, କିଶନ ନଗର ତହସିଲ ଅନ୍ତର୍ଗତ ମହାନଦୀର ଦକ୍ଷିଣ ପାଶ୍ୱର୍ ପଠାର ଶିର୍ଲୋ ଯାହନପୁର ଓ ବ୍ରହ୍ମପୁର ଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ ଗତ ୫ବର୍ଷ ତଳେ ପଚାଶ ହଜାର ଗଛ ଲଗାଯାଇଥିଲା । ଏହି ଗଛ ଗୁଡିକ ୫ବର୍ଷ ମଧ୍ୟରେ ବଡ ବଡ ହୋଇ ଘଂଚ ଜଙ୍ଗଲ ସୃଷ୍ଟି ହେବାସହିତ ମହାନଦୀର କରାଳ ସ୍ରୋତରୁ ନଦୀବନ୍ଧ ଓ ପଠା ଖାଇବାରୁ ବଂଚିତ କରିଥିଲା । ମାତ୍ର ଏହି ନଦୀପଠାରୁ ଏହି ବଡ ବଡ ଗଛ ଗୁଡିକୁ ସ୍ପଷ୍ଟ ଦିବାଲୋକରେ କେତେକ ଦୁର୍ବୁତ ଓ କାଠ ଚୋର ଶହ ଶହ ଗଛ ଗୁଡିକୁ କାଟି ନେଉଛନ୍ତି । ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଓ ପୋଲିସକୁ ସମାଜସେବୀ ରଘୁନାଥ ଚୌଧୁରୀ ଜଣାଇଥିଲେ ମଧ୍ୟ ସେଥିପ୍ରତି ଜଙ୍ଗଲ ବିଭାଗ ତହସିଲ, କିମ୍ବା ପୋଲସ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ମହାନଦୀର ଦକ୍ଷିଣପାଶ୍ୱର୍ ପଠାର ଯାହନପୁର ଠାରେ ସବୁଠାରୁ ଅଧିକ ଗଛ କାଟି ନେଇଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଗଛ କଟାଳିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରବେଶବିତ୍ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ବିଜୟ କୁମାର ସ୍ୱାଇଁ, ସମାଜସେବୀ ରଘୁନାଥ ଚୌଧୁରୀ , ମା ଉତ୍ପଳାକ୍ଷୀ ଯୁବକ ସଂଘ ଓ ଜନସାଧାରଣ ଦାବୀ କରିଛନ୍ତି ତୁରନ୍ତ ଏହି ଗଛ କଟା ରୋକା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଜଣାଇଛନ୍ତି ।

error: Thank You Keep Visiting