ପୂର୍ବଶତ୍ରୁତାରୁ ରାଜମିସ୍ତ୍ରୀଙ୍କୁ କଟୁରୀରେ ହାଣିଲେ

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅଧିନସ୍ଥ କେନ୍ଦାଳ(ରୟତ ସାହିର )ଜଣେ ରାଜମିସ୍ତ୍ରୀଙ୍କୁ କାମ କରୁଥିବା ସ୍ଥାନରେ ପୂର୍ବଶତ୍ରୁତାକୁ ନେଇ ଦୁଇଜଣ ବ୍ୟକ୍ତି କଟୁରୀରେ ହାଣିଥିବା ସୂଚନା ମିଳିଛି ।ସୂଚନାରୁ ପ୍ରକାଶ ଯୋଗ୍ୟ ଯେ କେନ୍ଦାଳ ରୟତ ସାହିର ଗଜେନ୍ଦ୍ର ପାତ୍ର ରାଜମିସ୍ତ୍ରୀ ଭାବେ କାମକରେ । ଗଜେନ୍ଦ୍ର ନି୮କଟସ୍ଥ କେନ୍ଦାଳ ହାଟରେ ରାଜ ମିସ୍ତ୍ରୀ କାମ କରୁଥିବା ସମୟରେ ହଠାତ ଦୁଇଜଣ ବ୍ୟକ୍ତି ପହଞ୍ôଚ ଗଜେନ୍ଦ୍ରକୁ ଡାକିଥିଲେ । ଗଜେନ୍ଦ୍ର କାମ ପାଖରୁ ତାଙ୍କ ନିକଟକୁ ଆସିବା କ୍ଷଣି ତାଙ୍କୁ ଲୁଚାଇଧରିଥିବା କଟୁରୀ ରେ ଚୋଟପରେ ଚୋଟ ମାରି ଲହୁଲୁହାଣ କରି ଘଟଣା ସ୍ଥଳରୁ ଦୁଇଜଣ ବ୍ୟକ୍ତ ଫେରାର ହୋଇଯାଇଥିଲେ । ଗଜେନ୍ଦ୍ରକୁ ସ୍ଥାନୀୟ ଲୋକ ତଥା ପରିବାର ଲୋକ ଘଟଣା ସ୍ଥଳରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ ମଧ୍ୟ ଗଜେନ୍ଦ୍ର ଦେହର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଥିବା ଯୋଗୁ ତାଙ୍କୁ ସଙ୍ଗେସଙ୍ଗେ କଟକ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

error: Thank You Keep Visiting