ଜଗତସିଂହପୁର ହାଟବଜାରରୁ ଡିକି ଭାଙ୍ଗି ଏକଲକ୍ଷ ଲୁଟ

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅଧିନସ୍ଥ ହାଟବଜାରରୁ ଜଣେବ୍ୟକ୍ତିଙ୍କ ଡିକି ଭାଙ୍ଗି ଏଲଲକ୍ଷ ଲୁଟ ହୋଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପଲ୍ଲୀ ପଞ୍ଚାୟତର କାଟସିଂହପୁର ଗ୍ରାମର ସୁଧାଂଶୁ ସେଖର ସିଂହଙ୍କ ବାଲିକୁଦା ଏସବିଆଇ ଅଧିନରେ ଥିବା ସିଂହପୁର ଛକରେ ଏକ କିସ୍କୋବ୍ୟାଙ୍କ ଅଛି ।ସେ ପ୍ରତ୍ୟେକ ଦିନ ଲୋକମାନଙ୍କ ଟଙ୍କା ଡିପୋଜିଟ୍,ଉଇଥଡ୍ର.ଆକାଉଣ୍ଟ ଖୋଲିବା ଓ ଅନ୍ୟ ବ୍ୟାଙ୍କରେ କାର୍ଯ୍ୟକରନ୍ତି । ଏହା ସହିତ ସୁଧାଂଶୁଙ୍କର କମନସର୍ଭିସ ସେଣ୍ଟର ମଧ୍ୟ ଅଛି । ସେଥିରେ ମଧ୍ୟ ସେ କାର୍ଯ୍ୟକରନ୍ତି । ଆଜି ଦିନ ୧୧ଟା ସମୟରେ ଏସବିଆଇ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇ ଏକ ନୀଳ ଜରିରେ ଗାଡି ଡିକିରେ ପୁରାଇ ହାଟବଜାରସ୍ଥିତ କମନ୍ ସର୍ଭିସ ସେଣ୍ଟରକୁ ଡକ୍ୟୁମେଣ୍ଟ ଦେବାକୁ ଯାଇଥିଲେ । ସେଠାରେ ପହଞ୍ôଚ ଡକ୍ୟୁମେଣ୍ଟ ଦେଇ ପାଞ୍ଚ ମିନିଟ୍ ମଧ୍ୟରେ ଦେଖିଲା ବେଳକୁ ଡିକି ଭାଙ୍ଗି କିଏ ଏକଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି । ସାମ୍ନା ଦୋକାନର ସିସି ଟିଭି ଯାଞ୍ଚ କରି ଦେଖିଲା ବେଳକୁ ଦୁଇଜଣ ଲୁଟେରା ଆସି ଗେଟ ସାମ୍ନାରେ ଏକ ନାଲିରଙ୍ଗର ଆପାଚି ଗାଡି ଧରଜଣେ ଷ୍ଟାର୍ଟ ଅବସ୍ଥାରତେ ଥିବା ସମୟରେ ପଛରେ ବସିଥିବା ବ୍ୟକ୍ତିଟି ଡିକି ଭାଙ୍ଗି ଟଙ୍କା ଜରିକି ନେଇ ଗାଡିରେ ଫେରାର ହୋଇଯାଇଥିବା ଥାନାରେ ସୁଧାଂଶୁସେଖର ସିଂହ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଅଭିଯୋଗ ପାଇବାପରେ ଏକ ମାମଲା ପୋଲିସ କେସନଂ ୧୬୫/୧୮/୫/୧୯/ଅଣ୍ଡର ସେକସନ୍ ୩୭୯/୩୪ଆପିସିରେ ମାମଲା ରୁଜକରି ତଦନ୍ତ ଜାରିରଖିଥିବା ଜଣାପଡିଛି ।

error: Thank You Keep Visiting