ମାତିଲେ ବ୍ଲୁ ପଲସର ଲୁଟେରା

Straight to the Point

ଭଦ୍ରକ: ସମୟ ଥିଲା କଳା ପଲସରରେ ଲୁଟେରା ମାନେ ଲୁଟ କରୁଥିବା ବେଳେ ଏବେ ତରିକା ବଦଳାଇ ବ୍ଲୁ ପଲସରରେ ଆସି ଲୁଟ କରୁଛନ୍ତି । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧.୨୦ ମିନିଟ ସମୟରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର- ପାଳଦା ପୂର୍ତ ବିଭାଗ ରାସ୍ତାର ପୁରସ୍ତମପୁର ନିକଟରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି । ଧାମନଗର ଥାନା ଅଧିନ ପଳିକିରି ଗ୍ରାମର ବଳରାମ ସାହୁ ନିଜ ଭୋଉଣୀ ନମିତା ଓ ଭଣଜାକୁ ମୋଟର ସାଇକେଲରେ ବସାଇ ଯାଜପୁର ଗୁଡ଼ଦାସପୁରରୁ ଆସୁଥିବା ବେଳେ ପୁରସ୍ତମପୁର ନିକଟରେ ଲୁଟ୍ର ଶିକାର ହୋଇଥିଲେ । ଲୁଟେରା ଏକ ବ୍ଲୁ ରଙ୍ଗର ପଲସର ଗାଡ଼ିରେ ଆସି ନମିତାଙ୍କ ବେକରୁ ସୁନାଚେନ୍ ଛିଡ଼ାଇନେଇ ପଳାଇଯାଇଥିଲା । ସ୍ଥାନୀୟ ଲୋକ ମାନେ ଲୁଟେରାର ପିଛା କରିଥିଲେ ମଧ୍ୟ ପାଳଦା ବାଙ୍କ ରାଜପଥକୁ ପଲସର ଛୁଇଁବା ମାତ୍ରେ ଉଭାନ ହୋଇଯାଇଥିଲା । ସୂଚନା ପାଇ ପୋଲିସ ଧର ପକଡ଼ କରିଥବଲେ ମଧ୍ୟ ନିରାଷ ହୋଇଥିଲା । ଖବର ଲେଖାହେବା ଯାଏଁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଆଗରୁ ଲୁଟେରା ମାନେ ରାଜପଥରେ ଲୁଟ୍ କରୁଥିବା ବେଳେ ଏବେ ଯୋଗାଯୋଗର ବ୍ୟବସ୍ଥା ଉନ୍ନତ ହେବା ଯୋଗୁ ଲୁଟେରା ମାନେ ଗ୍ରାମ୍ୟ ରାସ୍ତାରୁ ମଧ୍ୟ ଲୁଟ୍ କଲେଣି । ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

error: Thank You Keep Visiting