ଅବକାରୀ ଚଢଉ ୪୦ବୋତଲ ଚୋରାମଦ ଜବତ,୨ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରତାପ କୁମାର ଦାସଙ୍କ ତତ୍ୱାବଧାନରେ ଓ ସଦର ଅବକାରୀ ସବ୍ଇନ୍ସପେକ୍ଟର ମାନସୀ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଚଢଉ ସମୟରେ ନାଉଗାଁ ଥାନା ଅଧିନ ନାଉଗାଁ କାନୁନ୍ଗୋ ସାହିର ଚୋରାମଦ ବେପାରୀ ଦିଲ୍ଲିପ ମହାନ୍ତି ଓ କୋକିଡିହ ଗ୍ରାମର ଛଚିନ୍ଦ୍ର ସାହୁ ଙ୍କ ଠାରୁ ମିଶି ୪୦ବୋତଲରୁ ଉଦ୍ଧ୍ୱର୍ ଦେଶି ବିଦେଶୀ ଚୋରା ମଦ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି । ଏହି ଚଢଉରେ ଏ.ଏସ.ଆଇ କଳ୍ପନା ଜେନା,କନଷ୍ଟେବଳ ବିଷ୍ଣୁ ନାଏକ,ସରୋଜ ସାହୁ,ବିଶ୍ୱନାଥ ମୁଣ୍ଡା,ସବିତା ନାୟକ,ଶ୍ରୀଧର ସିଂ ଓ ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲଥିଲେ ।ଉକ୍ତ ୨ଚୋରା ମଦବେପାରୀ ଦିଲ୍ଲିପ ଓ ଛଚିନ୍ଦ୍ରକୁ ଅବକାରୀ ବିଭାଗ କୋର୍ଟ ·ଲଣ କରାଯାଇଥିବା ଜିଲ୍ଲା ଇନ୍ସପେକ୍ଟର ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting