ଡିକି ଭାଙ୍ଗି ଏକଲକ୍ଷ ଲୁଟ୍ ଘଟଣାରେ ଲୁଟେରା ଆସ୍କାରୁ ଗିରଫ

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅଧିନସ୍ଥ ହାଟବଜାରରୁ ଗତ ୧୮ତାରିଖ ଦିନ ପଲ୍ଲୀ ପଞ୍ଚାୟତର କାଟସିଂହପୁର ଗ୍ରାମର ସୁଧାଂଶୁ ଶେଖର ସିଂହଙ୍କ ବାଇକ୍ ଡିକିରୁ ଏକଲକ୍ଷ ଲୁଟ ହୋଇଥିବାନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଥିଲା । ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଅଭିଯୋଗ ପାଇବାପରେ ଲୁଟେରାକୁ ଧରିବାକୁ ଜାଲ ବିଛାଇଥିଲେ । ଯାହାକି ଲୁଟେରାକୁ ଗଂଜାମ ଜିଲ୍ଲା ଆସ୍କାରୁ ଗିରଫ କଲରିଥିବା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଲୁଟେରା ଦୁଇଜଣ ଲୁଟ୍ କରିବା ସମୟରେ ପାଖରେ ଥିବା ଏକ ସିସି ଟିଭି ଫୁଟେଜରେ ସେମାନେ ଏକ ନାଲି ରଙ୍ଗର ଆପାଚି ଗାଡିରେ ଲୁଟକରି ଫରାର ହୋଇଯାଉଥିବା ଭିଡିଓ କଏଦ ହୋଇଥିଲା । ଯାହାଫଳରେ ପୋଲିସ ଲୁଟେରା ମାନଙ୍କୁ କାବୁ କରିବାକୁ ବେଶ ସହାୟକ ହୋଇଥିବା ଜଣାପଡିଛି । ତେବେ ଜଗତସିଂହପୁର ପୋଲିସ ପକ୍ଷରୁ ଦୁଇ ଲୁଟେରା ମଧ୍ୟରୁ ଜଣକୁ ଏମ୍.ସୁନିଲ ନାମକ ଲୁଟେରାକୁ କାବୁ କରିବା ସହିତ ଲୁଟ୍ ଟଙ୍କା ମଧ୍ୟରୁ ୬୬ହଜାର ଜବତ କରିଥିବା ବେଳେ ଅନ୍ୟଜଣେ ଲୁଟେରା ଏବେ ମଧ୍ୟ ଫେରାର ଅଛି । ଅନ୍ୟଲୁଟେରାକୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting