ମିନାବଜାର ପରିଚାଳକଙ୍କ ଭାଇଙ୍କୁ ଛୁରାମାଡ଼ ଓ ୬୦ ହଜାର ଲୁଟ

An Independent Media

ବୌଦ୍ଧ: ବୌଦ୍ଧରେ ରଥଯାତ୍ରା ଅବସରରେ ପଡିଥିବା ମୀନାବଜାରର ପରିଚାଳକଙ୍କ ଭାଇଙ୍କୁ କିଛି ଦୁବୃତ୍ତ ଛୁରା ମାଡ କରି ୬୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ପବିତ୍ର ରଥଯାତ୍ରା ଅବସରରେ ବୌଦ୍ଧ ଷ୍ଟେଡିୟମ ଠାରେ ମୀନା ବଜାର ପକାଇଥିବା ରାଜା ଖାଁଙ୍କ ଭାଇ ଅବଦୁଲ ମହସୀନ ଖାଁ ଗତକାଲି ମୀନାବଜାର ବନ୍ଦ ହେବାପରେ ହିସାବପତ୍ର ସାରି ଘରକୁ ଫେରୁଥିବା ବେଳେ ଷ୍ଟେିଡିୟମ ଗେଟ ନିକଟରେ ୨୦ ରୁ ୨୫ ଜଣ ଯୁବକ ତାଙ୍କୁ ଘେରିଯାଇ ମାଡ ମାରିବା ସହିତ ପେଟରେ ଛୁରୀ ଭୂଷି ଧରିଥିବା ୬୦ ହଜାର ଟଙ୍କା ଛଡାଇ ଫେରାର ହୋଇଯାଇଥିଲେ । ଅବଦୁଲଙ୍କ ପେଟରେ ଛୁରୀମାଡରେ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିବାବେଳେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକାମାନେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଦୁଇଦିନ ପୂର୍ବରୁ ମୀନାବଜାରରେ ଲାଗିଥିବା ଦୋକାନରେ ସ୍ଥାନୀୟ ବାପୁଜୀନଗର ବସ୍ତିର କିଛି ଯୁବକ ଗଣ୍ଡଗୋଳ କରୁଥିବାବେଳେ ଅବଦୁଲ ପହଂଚି ସେମାନଙ୍କୁ ମନା କରିଥିଲେ । ସେହି ରାଗରେ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ଆକ୍ରମଣ କରାଯାଇ ଟଙ୍କା ଛଡାଇ ନିଆଯାଇଥିବା ଆହତ ଅବଦୁଲ ପ୍ରକାଶ କରିଛନ୍ତି । ତେବେ ଅବଦୁଲଙ୍କ ଅଭିଯୋଗକୁ ଭିତିକରି ବୌଦ୍ଧଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ବାପୁଜୀ ନଗରର କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ ହେବା ନେଇ ସଦରଥାନାରେ ଲତଖିତ ଅଭିଯୋଗ ହୋଇଛି ।

error: Thank You Keep Visiting