ନାବାଳିକା ସହ ଗଣବଳାତ୍କାର-୫ ଗିରଫ

Straight to the Point

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲାରେ ଜଣେ ୧୪ ବର୍ଷିୟା ନାବାଳିକା ସହ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଜଣେ ମହିଳାଙ୍କ ସହାୟତାରେ ୪ ଜଣ ଯୁବକ ନାବାଳିକା ସହ ଗଣବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୁଲିସ୍‍ ଏହି ଘଟଣାରେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ପୀଡ଼ିତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ତାର ଅବସ୍ଥା ଗୁରୁତର ରହିଛି।
ଉଲ୍ଲେଖ ଯେ ସାଗର ଜିଲା ରାଜ୍ୟ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହଙ୍କ ନିଜ ଜିଲା। ପୁଲିସ୍‍ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଦେବରି ବିଧାନସଭା ମଣ୍ଡଳ ଗୁରଜାମ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷିୟା ନାବାଳିକାକୁ ଜଣେ ମହିଳା କୌଣସି କାମ ବାହାନାରେ ନିଜ ଘରକୁ ନେଇଯାଇଥିଲେ। ସେଠାରେ ୪ ଜଣ ଯୁବକ ନାବାଳିକାକୁ ବଳାତ୍କାର କରିଥିଲେ। ପରେ ଯୁବକମାନେ ପୀଡ଼ିତାକୁ ଗୁରୁତର ଅବସ୍ଥାରେ ଏକ ସ୍କୁଲ ନିକଟରେ ଫିଙ୍ଗି ଚାଲିଯାଇଥିଲେ। ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏସ୍‍ପି ସତ୍ୟନ୍ଦ୍ର ଶୁକ୍ଳା କହିଛନ୍ତି ଯେ ଏହି ଘଟଣା ମଙ୍ଗଳବାର ରାତିର। ପୁଲିସ୍‍ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଛି।

error: Thank You Keep Visiting