ଅପମୃତ୍ୟୁ ହତ୍ୟା ମାମଲା : ସ୍ୱାମି ଓ ପ୍ରଥମ ସ୍ତ୍ରୀ ମିଶି ଦ୍ୱିତିୟ ପତ୍ନୀକୁ କରିଥିଲେ ହତ୍ୟା

An Independent Media

ଜୟପୁର: ଜୟପୁର ସହର ପ୍ରସାଦରାଓ ପେଟା ଦ୍ୱିତୀୟ ଗଳିରେ ରହୁଥିବା ଗୌରି ଜେନା ନାମ୍ନୀ ଜଣେ ୨୫ ବର୍ଷିୟା ମହିଳା କିଛି ଅଧିକା ଔଷଧ କିମ୍ବା କୀଟନାଶକ ଖାଇ ପ୍ରାଣ ହରାଇଥିବା ସମ୍ପର୍କରେ ଗତ ୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ଜୟପୁର ଟାଉନ ଥାନାରେ ମୃତ ମହିଳାଙ୍କ ସ୍ୱାମି ସନ୍ତୋଷ କୁମାର ଜେନା ଅଭିଯୋଗ କରିଥିଲେ । ସେ ବାହାରକୁ କାମକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ଶୋଇଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଥିଲେ ।

ଅଭିଯୋଗକୁ ଭିତି କରି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥିଲା । ମହିଳା ଜଣକ ଅଧିକା ଔଷଧ ଖାଇନଥିଲେ କି ଆତ୍ମହତ୍ୟା କରିନଥିଲେ । ତାଙ୍କ ଦେହ ସାରା କ୍ଷତ ରହିବା ସହ ସ୍ୱାମୀ ଓ ପ୍ରଥମ ସ୍ତ୍ରୀ ମିଶି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଘଟଣାର ୧୦ ଦିନ ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

error: Thank You Keep Visiting