ଅବକାରୀ ଚଢଉ,ଚୋରା ଗଞ୍ଜେଇ ଓ ଚୋରା ମଦ ଜବତ

An Independent Media

ଜଗତସିଂହପୁର: ଜଗତସିଂହପୁର ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଇନ୍ସପେକ୍ଟର ପ୍ରତାପ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଚଢଉବେଳେ ପାରାଦ୍ୱିପ ଲକଥାନା ଅନ୍ତର୍ଗତ ବିଶ୍ୱାଳୀ ଗ୍ରାମର ଚୋରା ଗଂଜେଇ ବେପାରୀ ଅକ୍ଷୟ ସାମଲ ଓ ସେହିଥାନା ଅଧିନସ୍ଥ ପାରାଦ୍ୱିପ ଗଡ ଗ୍ରାମର ଚୋରା ମଦବେପାରୀ ଅଭିମନ୍ୟୁ ସାହୁ ଙ୍କୁ ଗିରଫ କରିବା ସହିତ ୧କେଜି ୫୦ଗ୍ରାମ ଚୋରା ଗଂଜେଇ,୪.୫୦୦ଲିତର ଚୋରାବିଦେଶୀ ମଦ ଓ ଏକ ହିରୋ ଗ୍ଲାମର ବାଇକ ଜବତ କରିଛନ୍ତି ।

ଏହି ଚଢଉରେ ପାରାଦ୍ୱିପ ଅବକାରୀ ସବଇନ୍ସପେକ୍ଟର ପ୍ରଭାକର ସେଠୀ ,ଏ.ଏସ.ଆଇ ବିରାମ ମାରାଣ୍ଡି ପ୍ରମୁଖ ଚଢଉରେ ସାମିଲଥିଲେ ।ଉକ୍ତ ଦୁଇ ଚୋରା ବେପାରୀ ଅକ୍ଷୟ ଓ ଅଭିମନ୍ୟୁକୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ·ଲଣ କରାଯାଇଥିବା ଜିଲ୍ଲା ଇନ୍ସପେକ୍ଟର ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting