ଧାରା ୩୭୦ ଉଚ୍ଛେଦ -ଏକ ବୈପ୍ଲବିକ ଆହ୍ୱାନ

An Independent Media

ଦୀର୍ଘଦିନ ବ୍ରିଟିଶମାନଙ୍କ ଅତ୍ୟାଚାରରେ ଅତ୍ୟାଚାରିତ ହୋଇ ଶେଷରେ ୧୯୪୭ ଅଗଷ୍ଟ ମାସ ୧୫ତାରିଖରେ ସ୍ୱାଧୀନତାର ମଧୁ ଚାଖିଲା ଭାରତମାତା । ମୋ ଦେଶ ଭାରତ- ଭରତ ରୁ ସୃଷ୍ଟ – ଏକ ନିଆରା ଅନୁଭବ । ଭାରତ ଏକ ସାର୍ବଭୋ÷ମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଦିତ । ଏକ ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ସାରା ବିଶ୍ୱାର ପରିଚିତ । ପରାଧିନତାର ଶିକୁଳିରୁ ମୁକ୍ତ ହୋଇ ଭାରତ ସ୍ୱାଧୀନତାର ଅନୁଭୂତିକୁ ମର୍ମେମର୍ମେ ଅନୁଭବ କରିପାରିଲା । ଆର୍ଯ୍ୟମହାତ୍ମା , ମୁନିମାନଙ୍କର ଦେଶ ଭାରତ । ଏହା ଗାନ୍ଧୀ ଗୋପବନ୍ଧୁଙ୍କର ଦେଶ । ଏଠାରେ ହିଂସା ନୁହେଁ ବରଂ ଅହିଂସାରେ ହିଁ ମନ ଜିଣିବା ଶିଖାଯାଏ । ବନ୍ଧୁକ ନୁହେଁ କଲମ ଏଠାରେ କଥା କୁହେ । ଏ ଦେଶ ବସୁଧୈବ କୁଟୁମ୍ବକମର ଗାଥାକୁ ଦୋହରାଇଥାଏ । ଏଠାରେ ଭାରତୀୟତାର ଅପୂର୍ବ ମିଳନ ସମସ୍ତଙ୍କ ପାଖରେ ଦେଖିବାକୁ ମିଳେ । ସେଇଥିପାଇଁ ତ ଭିନ୍ନଭାଷୀ ଲୋକ ବସବାସ କଲେ ହିଁ ସଭିଏଁ ଗୋଟିଏ ଛାତ ତଳେ ଏକତାର ଡ଼ୋରୀରେ ବନ୍ଧା ହୋଇଥାନ୍ତି । ଭାରତର ସମ୍ବିଧାନ କରିଥିବା ସମସ୍ତ ଧାରା ସବୁ ରାଜ୍ୟ ପାଇଁ ସମାନ ଅଟେ । କିନ୍ତୁ ବର୍ବର ପାକିସ୍ତାନୀଙ୍କ ଉଦ୍ୟମରେ ଯେପରି ଭାବେ କାଶ୍ମୀରକୁ ନିଜ ଅକ୍ତିଆରକୁ ନେବାର ପ୍ରଚେଷ୍ଟା କରାଯାଉଥିଲା , ତାହା ଅତି ନୀଚ ମାନସିକତାର ପରିଚୟ ପ୍ରଦାନ କରେ । ଆଜି ବି ଭାରତର ମାନଚିତ୍ରରେ ସର୍ବାଗ୍ରେ ଜମ୍ମୁ ଓ କାଶ୍ମୀର ଶୋଭା ପାଉଛି । ଆଜିବି ଅର୍ଦ୍ଧେକାଂଶ ଭାରତୀୟ ବସବାସ କରି ଭାରତୀୟତାର ରୂପରେଖକୁ ସ୍ପଷ୍ଟ କରୁଛନ୍ତି । କିନ୍ତୁ ଯେପରି ଭାବରେ କାଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ର ପ୍ରଭାବରେ ଆଜି କାଶ୍ମୀରକୁ ଭାରତ ସହ ଅଲଗା କରାଯିବାର ଚିତ୍ର ନଜରକୁ ଆସୁଛିତାହା ଅତି ନିନ୍ଦନୀୟ । ଭାରତର ଭୂସ୍ୱର୍ଗ ବୋଲାଉଥିବା କାଶ୍ମୀର ଯେ ସମ୍ପୂର୍ଣ୍ଣ ଭାବେ ଭାରତର ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କିନ୍ତୁ ଏହି ଧାରା ୩୭୦ ଅତି ଭିତ୍ତିହୀନ ଭାବରେ ଭାରତର ଗଣତନ୍ତ୍ରର ସମ୍ମାନକୁ କ୍ଷୟ କରୁଛି । ଏହା ଏକ ଅଗଣତାନ୍ତ୍ରିକ ଭାବରେ କାୟା ବିସ୍ତାର କରିଛି ।

ଭାରତର ସ୍ୱାଧୀନତା ମଳିବା ବେଳେ ସମସ୍ତ ରାଜ୍ୟକୁ ସେମିତି ସ୍ୱତନ୍ତ୍ରତାର ପରିଚୟ ମିଳିଥିଲା । କାଶ୍ମୀରକୁ ବି ସେମିତି ନିଜ ସ୍ୱାଧୀନତା ମଳିଥିଲା । ସେହି ସମୟରେ ସେଠାକାର ଶାସକ ଥିଲେ ହରି ସିଂ । ସେ ଏହି ସ୍ୱତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଥିଲେ । କିନ୍ତୁ ୨୦ ଅକ୍ଟୋବର ୧୯୪୭ ପାକିସ୍ତାନ ସମର୍ଥକ ଆଜାଦ କାଶ୍ମୀର ସେନା ପାକିସ୍ତାନୀ ସେନା ସହ ମିଶି କାଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶେଖ୍ ଅବଦୁଲାଙ୍କ ସହମତିରେ ହରି ସିଂ ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ମିଶି ୨୬ ଅକ୍ଟୋବର ୧୯୪୭ରେ ହସ୍ତକ୍ଷେପ କଲେ । ଏହି ସମୟରେ କାଶ୍ମୀରର କେବଳ ସୁରକ୍ଷା , ବୈଦେଶିକ ମନ୍ତ୍ରାଳୟ ଓ ଦୂରସଂଚାରର ଦାୟିତ୍ୱ ଭାରତ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲା । ସେତେବେଳେ ଭାରତ ସରକାର ଘୋଷଣା କରିଥିଲେ ଯେ ଯେତେଦିନ ଯାଏଁ ଏ ରାଜ୍ୟର ଲୋକେ ନିଜେ ନିଜର ସମ୍ବିଧାନ ପ୍ରସ୍ତୁତ କରିବାକୁ ଆଭଗର ନହୋଇଛନ୍ତି ସେତେଦିନ ଯାଏଁ ଭାରତର ସମ୍ବିଧାନ ଏହି ରାଜ୍ୟ ପ୍ରତି ଅସ୍ଥାୟୀ ଦାୟିତ୍ୱ ପ୍ରଦାନ କରିବ । ଏହି ଘୋଷଣା ପରେ ଧାରା ୩୭୦କୁ ଭାରତର ସମ୍ବିଧାନରେ ସାମିଲ କରାଗଲା ଓ ଏହା ୧୭ ନଭେମ୍ବର ୧୯୫୨ରୁ ଲାଗୁ ହୋଇଥିଲା ।

ଜମ୍ମୁ ଓ କାଶ୍ମୀର ଭାରତୀୟ ସଙ୍ଘର ଏକ ସାମ୍ବିଧାନିକ ରାଜ୍ୟ ହୋଇଥିଲେ ହେଁ ଏହାର କ୍ଷେତ୍ରଫଳ ଓ ସୀମାକୁ କେନ୍ଦ୍ର ସରକାର ସେତେବେଳେ ବଦାଳେଇପାରିବେ ଯେତେବେଳେ ଏହି ରାଜ୍ୟର ସରକାର ଅନୁମତି ପ୍ରଦାନ କରିବେ । ଏହି ଧାରା ଅନୁସାରେ ରକ୍ଷା , ବୈଦେଶିକ ମନ୍ତ୍ରାଳୟ ଓ ଦୂରସଂଚାର ବିଭାଗକୁ ଛାଡ଼ି ଅନ୍ୟ କୋ÷ଣସି ବିଭାଗରେ ହସ୍ତକ୍ଷେପ କରିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ମଧ୍ୟ କାଶ୍ମୀରର ରାଜ୍ୟସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଯାହା ଫଳରେ କାଶ୍ମୀର ନିଜେ ନିଜର ଶାସନ ବ୍ୟବସ୍ଥା ନିଜର ସମ୍ବିଧାନ ମୁତାବକ ଚଳାଉଛନ୍ତି । ଏମିତି କି ଜମ୍ମୁ ଓ କାଶ୍ମୀର ପାଖରେ ଦୁଇଟି ଝଣ୍ଡା ଅଛି – ଗୋଟିଏ ସେ ରାଜ୍ୟର ପତାକା ଓ ଅନ୍ୟଟି ଆମର ଜାତୀୟ ପତାକା । ଆଜି ବି ଦେଶର ଅନ୍ୟ କୋ÷ଣସି ରାଜ୍ୟର ନାଗରିକ ଏଠାରୁ କୋ÷ଣସି ବି ସମ୍ପତ୍ତି କିଣିପାରିବେ ନାହ÷ିଁ । ଜମ୍ୁ ଓ କାଶ୍ମୀରର ଲୋକଙ୍କୁ ଦୁଇପ୍ରକାରର ନାଗରିକତା ମଳିଛି । ଗୋଟିଏ ଜମ୍ମୁ ଓ କାଶ୍ମୀରର ଓ ଅନ୍ୟଟି ଭାରତର ନାଗରିକତ୍ୱ । ଯଦି କୋ÷ଣସି କାଶ୍ମୀର ମହିଳା ଅନ୍ୟ କୋ÷ଣସି ଭାରତୀୟଙ୍କୁ ବିବାହ କରିବ , ତାହେଲେ ସେମାନଙ୍କର କାଶ୍ମୀରର ନାଗରିକତା ଶେଷ ହୋଇଯାଏ କିନ୍ତୁ ଯଦି କାଶ୍ମୀର ମହିଳା କୋ÷ଣସି ପାକିସ୍ତାନୀ ମହିଳାଙ୍କୁ ବିବାହ କରୁଛି ତାହେଲେ ତାଙ୍କର କାଶ୍ମୀରୀ ନାଗରିକତା ଅକ୍ଷୁର୍ଣ୍ଣ ରହେ । ଏପରିକି ଆଶ୍ଚର୍ଯ୍ୟର କଥା ଯଦି କେଉଁ ପାକିସ୍ତାନୀ ପୁରୁଷ କାଶ୍ମୀର ମହିଳାଙ୍କୁ ବିବାହ କରୁଛି , ତାହେଲେ ପୁରୁଷକୁ ଭାରତର ନାଗରିକତା ମିଳିଯାଉଛି । ଏଇଥିପାଇଁ କଣ ଭାରତମାତା ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲା ????? ଜମ୍ମୁ ଓ କାଶ୍ମୀରର ଲୋକ ଯଦି କିଛି ବର୍ଷ ପାକିସ୍ତାନରେ ବସବାସ କରି ପୁଣି କାଶ୍ମୀର ଫେରନ୍ତି ତାହେଲେ ବି ତାଙ୍କୁ ପୁନର୍ବାର ଭାରତର ନାଗରିକତା ମିଳିଥାଏ । ଜମ୍ମୁ ଓ କାଶ୍ମୀରର ଲୋକ ଯଦି ଆମ ଭାରତୀୟତାର ପ୍ରତୀକ କିମ୍ବା ଜାତୀୟ ପତାକାକୁ ଅବମାନନା କରନ୍ତି , ତାହେଲେ ସେସବୁକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ । ଏହି ଧାରା ଯୋଗୁଁ କେନ୍ଦ୍ର ସରକାର ଏହି ରାଜ୍ୟ ଉପରେ କୋ÷ଣସି ବି ଜରୁରୀକାଳୀନ ଧାରା ଲଗାଇପାରିବେନାହିଁ । ଏମିତି କି ରାଇଟ୍ ଟୁ ଇନଫରମେସନ୍ ଓ ରାଇଟ୍ ଟୁ ଏଜୁକେସନ୍ ବ୍ୟବସ୍ଥା ବି କାଶ୍ମୀରରେ ଲାଗୁ ହୋଇନାହିଁ ।

ଜଣେ ଭାରତୀୟ ହିସାବରେ ମୋ ନିରପେକ୍ଷ ମତ ଏହା କି ଭାରତର ଅନ୍ୟ ରାଜ୍ୟ ମାନଙ୍କ ପରି କାଶ୍ମୀରକୁ ବି ସବୁ ସହଯୋଗ ମିଳୁ । ଏମିତି ଏକ ଧାରା ଯାହା ସର୍ବସାଧାରଣଙ୍କୁ ବିପଦରେ ପକାଇବା ସହ ଭାରତ ଓ ଭାରତର ଅଖଣ୍ଡତା ପ୍ରତି ଅବମାନନା କରୁଛି , ସେଥିପାଇଁ ସଜାଗ ହେବା ଆବଶ୍ୟକ । ଗୋଟିଏ ଅଗଣତାନ୍ତ୍ରିକ ଧାରାର ପ୍ରବାହରେ ପୁରା କାଶ୍ମୀର ଆଜି ବୁଡ଼ି ରହିଛି । ଏବେ ପାର୍ଲାମେଣ୍ଟରେ ଏହି ଧାରାର ଉଚ୍ଛେଦ ପାଇଁ ଆରୋପ ହୋଇଥିବା ବେଳେ ସମସ୍ତେ ଏହାକୁ ବିରୋଧ କରିବା ଆବଶ୍ୟକ । କାରଣ କାଶ୍ମୀର ସମ୍ପୂଣ୍ଣ ଭାବେ ଭାରତର ଏହାକୁ ଅସ୍ୱୀକାର କରାଯାଇନପାରେ । ତେବେ ଏହି ଧାରା ୩୭୦ ଉଚ୍ଛେଦ ହେବା ନିତ୍ୟାନ୍ତ ଜରୁରୀ । କାରଣ ଆମକୁ ଆଜିବି ଲାଗୁଛି ଭାରତର କିଛି ଅଂଶକୁ କେହି କାମୁ କରି ରଖିଛି । ଏସବୁର ପର୍ଦ୍ଦାଫାସ ହେବା ଦରକାର । ମୁଁ ଭାରତୀୟ , ଭାରତମାତା ମୋ ମାଆ , ତ୍ରିରଙ୍ଗା ମୋ ଜାତୀୟ ପତାକା , ଜନଗଣମନ ମୋ ଜାତୀୟ ସଙ୍ଗୀତ – ଏସବୁକୁ ଉଚ୍ଚ ସ୍ୱରରେ କାଶ୍ମୀରର ଅଧିବାସୀ କହିବାର ବେଳ ଆସିଯାଇଛି । ସରକାରଙ୍କୁ ଅନୁରୋଧ ଏ ଦିଗରେ ବ୍ୟାପକ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବେ । ତାହେଲେ ଯାଇ ଏ ଦେଶ ଏକତାର ଜୟଗାନ କରିପାରିବ , ଏହାର ଅଖଣ୍ଡତା ବଜାୟ ରହିବ । କାରଣ – ପରାଜୟ ନାହିଁ ବୀରର ଜାତକେ , ନମରେ ସେ କେବେ ପରାଣ ଆତଙ୍କେ । ଆମେ ଭାରତୀୟ – ବୀରତ୍ୱର ପ୍ରତୀକ । ଏକଥାକୁ ସ୍ମରଣ ରଖି କାର୍ଯ୍ୟ କରିବାକୁ ହେବ ।

error: Thank You Keep Visiting