ପ୍ରଫୁଲ୍ଲ ଚନ୍ଦ୍ର ରାୟ

Straight to the Point

ବିଶିଷ୍ଟ ଭାରତୀୟ ରସାୟନବିତ୍, ଉଦ୍ୟମୀ ତଥା ପ୍ରଫେସର ଭାବେ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ରାୟ ଲୋକପ୍ରିୟ । ୧୮୬୧ ମସିହା ଅଗଷ୍ଟ ୨ ତାରିଖ ଆଜିର ଦିନରେ ବଙ୍ଗଳାର ଖୁଲନା ଜିଲ୍ଲାରେ ତାଙ୍କ ଜନ୍ମ । ପିଲାବେଳୁ ଇଂରାଜୀ ଶିକ୍ଷା ପ୍ରତି ପ୍ରଫୁଲ୍ଲ ରାୟଙ୍କ ଆକର୍ଷଣ ଥିଲା । ତେଣୁ ପ୍ରଥମେ ସେ ଗାଁରେ ଥିବା ମଡ଼େଲ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ତାଙ୍କ ପରିବାର କଲିକତା ଆସିଯାଇଥିଲା ଓ ପ୍ରଫୁଲ୍ଲ ସେଠାକାର ପ୍ରସିଦ୍ଧ ହେୟର ସ୍କୁଲ ଓ ଆଲବର୍ଟ ସ୍କୁଲରେ ଅଧ୍ୟୟନ କରିଥିଲେ । ସ୍କୁଲ ପଢ଼ା ସମାପ୍ତ କରିବା ପରେ ସେ କଲେଜରେ ଭୌତିକ ଓ ରସାୟନିକ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ବିଜ୍ଞାନ ବିଷୟରେ ନାମ ଲେଖାଇଲେ । ପରେ ସେ ରସାୟନ ବିଜ୍ଞାନରେ ଡକ୍ଟରେଟ ଲାଭ କରି ପ୍ରେସିଡେନ୍ସି କଲେଜରେ ସହାୟକ ଅଧ୍ୟାପକ ଭାବେ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ । ପଦୋନ୍ନତି ହୋଇ ସେ ପୁନଶ୍ଚ ସେହି କଲେଜରେ ପ୍ରବକ୍ତା ଭାବେ ନିଯୁକ୍ତି ପାଇଲେ । ଭାରତ ବର୍ଷର ସେ ଥିଲେ ପ୍ରଥମ ପ୍ରଫେସର । ପରେ ସେ ଏମେରିଟ୍ସ ପ୍ରଫେସର ପଦ ଅଳଙ୍କୃତ କରିଥିଲେ । ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ସତ୍ୟେନ୍ଦ୍ରନାଥ ବୋଷ, ମେଘନାଦ ଶାହା, ଜ୍ଞାନେନ୍ଦ୍ରନାଥ ମୁଖାର୍ଜୀ, ଜ୍ଞାନଚନ୍ଦ୍ର ଘୋଷ ପ୍ରମୁଖ ବିଶିଷ୍ଟ ବୈଜ୍ଞାନିକ ରହିଥିଲେ । ରସାୟନ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଫୁଲ୍ଲ ରାୟଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା ।

error: Thank You Keep Visiting