ଅଛିଣ୍ଡା ପ୍ରଶ୍ନ

Straight to the Point
ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନୀ, ଏଚ୍.ଆଇ.ଜି ସି/୮୬ ଭୁବନେଶ୍ୱର-୩
ଆର୍ତ୍ତବନ୍ଧୁ ଦାସ, ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନୀ, ଏଚ୍.ଆଇ.ଜି ସି/୮୬ ଭୁବନେଶ୍ୱର-୩

ମୋ ପରି ଅନାମଧେୟ,ଅଧମ ମନରେ କାହିଁକି ଯେ ଏପରି ଅମିମାଂଶିତ ଅଦମ୍ୟ ପ୍ରଶ୍ନ ଉଙ୍କି ମାରୁଛି ?
ସତରେ କଣ ଏ ପ୍ରଶ୍ନର କିଛି ସମାଧାନ ସମ୍ଭବ?ନା ଏପରି ଯୁଗେ ଯୁଗେ ପୁନରାବୃତି ହୋଇ ଚାଲୁଥିବ? ସୃଷ୍ଟିକର୍ତ୍ତା ପରମାତ୍ମା ତ ଅହେତୁକ କ୍ଷମାଶୀଳ ଦାନକର୍ତ୍ତା-ମାନବୋତ୍ତର ଇତର ପ୍ରାଣୀଙ୍କୁ ପ୍ରାକୃତିକ ନିୟମ ପାଳନରେ ଯଦିଚ ସ୍ୱେଚ୍ଛାଚାରୀ ବନାଇ ନାହାନ୍ତି ତେବେ କିଆଁ? ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମାନବ ସମାଜକୁ ଏପରିବାବେ ସାଧୀନତା ଦେଇ,ପ୍ରକୁତିକୁ ବିକୃତି କରିବାରେ ସହାୟକ ହୋଇଛନ ଆଉ ସତରେ କଣ ଏ ମଣିଷକଂ ଭିତରେ ଯେଉଂମାନେ ଉନ୍ନତ ଉଚ୍ଚତ୍ତର ପ୍ରଭାବଶାଳୀ କ୍ଷମତା ସମ୍ପନ୍ନ ସେମାନେ ଯେଉଁ ହାରରେ ସଦୂପଯୋଗ ପରିବତ୍ତେ ଦୁରୁପଯୋଗ କରିବାରେ ଅଭ୍ୟସ ତାର କଣ କିଛି ଅନ୍ତ ନାହ ନା ୟାର ପରିବତ୍ତନ ସମ୍ଭବ ନୁହେ ଇତର ପ୍ରାଣୀକଂ ଠାରେ ଯେମିତି ଧରାବନ୍ଧା ପ୍ରାକୁତିକ ନିୟମ କାନୁନ କାଯ୍ୟକାରି କାଇଂ ସେମାନେ ତ କେବେ ସେଥିରୁ ବହିର୍ଭୁତ ହେଉନାହାନ୍ତି ମଣିଷକଂ ଭିତରେ ଉଚଂ ନୀଚଂ ଧନୀ ଗରିବ ବଡ଼ ସାନ ଭାବେ କିମିତି ଜଳା ମୁଖୀ ? ଆଉବା ତାର ସଂଶୋଧନ କିଏ କାହିଂକି କରିବାକୁ ଚାହିଂବ ? ପିଢ଼ି ପରେ ପିଢ଼ି ଗତାନୁଗତିକ ପଦ୍ଧତିରେ ଏଇମିତି ହୋଇ ଚାଲିଥିବ ନା ଏବେ ଯେଊ ସୂଧୀନତା ସାମ୍ୟ ବାଦାର କୁହେଳିକା ଅପରିବର୍ତ୍ତନିୟ ଭାବେ ଯେମିତି ସେମିତି ତାର କାୟା ବିସ୍ତାରୁଥିବ ? ଦେଶ ଜାତି ସମାଜ କାହିଂକି କୋଉ ଥିରେ କେମିତି ସାଧୀନ ? ବାଦର ପ୍ରକୂତ ରୂପ ରେଖ କଣ ସମାନ ନହୋଇ ଦିନୁ ଦିନ ଯଥା ପୂବ ତଥା ପର ନୀତିରେ ଅବାରିତ ଧାରା ରେ ପ୍ରବାହ ମାନ ହେଉଥିବ ? ମଣିଷ ପରି ଅନ୍ୟ କେଉଂ ଜୀବ ଏତେ ସ୍ୱାର୍ଥାନ୍ଧ ନୁହଁନ୍ତି କାରଣ କଣ ଏଇୟା କି ମଣିଷ ଠାରେ ଅହଂକାର ପୂର୍ଣ୍ଣ ମାତ୍ରାରେ ବସା ବାନ୍ଦି ରହିଛି କିନ୍ତୁ ଅନ୍ୟ ପ୍ରାଣୀଙ୍କ ଠାରେ ଏପରି ଅନୁମେୟ ହେଉନି କାହିଁକି? କ’ଣ ଏହାର ପ୍ରକୃତ ସ୍ୱରୂପ? କିଏ କାହିଁକି ଏ ବିଷୟରେ ଗଭୀର ଭାବେ ଚିନ୍ତା କରିବ ବା ଚିନ୍ତା କରିବାକୁ ବେଳ କାହାପାଖରେ କାହିଁ? ଦେଖାଯାଉଛି ଅତତତ୍ର ସର୍ବତ୍ର କିମିତି ବଡ଼ ହେବା? ସେ ବରଂ ଯେଉଁ ଉପାୟରେ ହେଉନା କାହିଁକି? ଆପେ ବଂଚିଲେ ବାପାର ନା” ବିଶେଷ କରି ଯୁଗୋପଯୋଗୀ ନୀତିରେ ରାଜନୀତି ହେଉଛି ଶ୍ରେଷ୍ଠ ନୀତି : ଯେଉଁଥିରେ କି କେବଳ ଧନ ସମ୍ପଦ ଭରିଥିବା ଲୋକ ହିଁ ପାରଙ୍ଗମ ଧନ ଯଦି ଅଛି – ରୂପ-ବିଦ୍ୟା-ବୁଦ୍ଧି-ବଳ ସବୁ ତା ପାଖରେ ମହଜୁଦ୍‍ । ଆଉ କେବଳ ସେହି ଲୋକ ହିଁ ରାଜନୀତି କରିବା ପ୍ର।।ଜୁର୍ଯ୍ୟ କିଏ କେବେ କାହିଁ ଦେଖିଛି? କି ଅନୁଭବ କରିଛି ? ଯେ ଧନ ନଥାଇ ସାଧାରଣ ବର୍ଗର ଲୋକ ନିଜ ସୁ-ଗୁଣ ବଳରେ ଜନତାଙ୍କ ନିଜପଟକୁ ଆକର୍ଷି ଭୋଟ୍‍ ହାତେଇବାରେ ସଫଳ ହେବାର? ବା ତାର ଯେତକ ସୁ-ଗୁଣ କେଉଁ ଉପାୟରେ ପରିଷ୍ପୁଷ୍ଟ ହୋଇ ପାରୁଛି?ବରଂ ଯେ ଖାଲି ଶୂନ୍ୟ ମାହାଳିଆ ଅଲଣା ତୁଣ୍ଡରେ ଜନସେବା, ଲୋକସେବା ସମାଜ ସେବା କହି ବୁଲୁଛି କି ଆତ୍ମ ଯଶର ଡ଼ିଣ୍ଡିମ ପିଟୁଛି ସେ ହିଁ ଏ ଯଶପାଇଁ ପ୍ରକୃତ ରାଜେନ÷ତିଜ୍ଞ କାହିଁକି ନା ବାଂଶ ପରମ୍ପରା ଆଭିଜାତ୍ୟକୁ ପ୍ରଦର୍ଶନ କରି ବର୍ତ୍ତମାନ ସେ ଏଇ ସ୍ଥିତିରେ, ତେଣୁ ସେ କିଆଁ ଏ ବା;ରେ ପଛେଇଯିବ?

ଭାରତୀୟ ନୀତି ପ୍ରଣୟନ -ବିଧାନ କାନୁନ ଆଇନ ସତେ ଯେ କେତେ ଯେ ମାୟାଜାଲ? ଯିଏ ଥରେ ଫସିଲା, ସେ ଆଉ କଦାପି ବାହାରିବା ପାଇଁ ମନ ବଳାଇବ ନାହିଁ । ପ୍ରାୟତଃ ଏଇ ପ୍ରକାର ଯେଉଁମାନେ ଲୋକ ସମ୍ମୁଖରେ କହି ବୁଲନ୍ତି । ପ୍ରକୃତପକ୍ଷେ ସେମାନେ ସାମୁହିକ ହେଉ ଅବା ବ୍ୟକ୍ତିଗତ ଅଧୁନା ସମାଜରେ ଯେଉଁ…… ଭଗବାନ ସୃଷ୍ଟିକର୍ତ୍ତା ତ ମଣିଷକୁ ସମାନ ଉପାଦାନ ଅସ୍ତିମଜ୍ଜା ରକ୍ତ ମାଂସରେ ଗଢ଼ିଛନ୍ତି । ତେଣୁ ପ୍ରତ୍ୟେକଙ୍କ ଶରୀରରେ ସମାନ କୋଷିକା-ରକ୍ତକଣା ଇତ୍ୟାଦି ଇତ୍ୟାଦି । ବଞ୍ôଚରହିବାକୁ ପାଣି ପବନରେ କାହା ପାଇଁ କମି ବେଶୀ ପ୍ରତ୍ୟୟମାନ ହୁଏ କି? ସାଧାରଣ ଭାବେ ସଭ୍ୟ ଶିକ୍ଷିତ ଯଦି ଏତକ ଠିକ୍‍ଭାବେ ବୁଝିଛି-ତେବେ ଶାନ ଗାଦିରେ ବସିଲା ପରେ କେମିତି ଯେ ୟାକୁ ଭୁଲିଯାଉଛି? ନାର, ଭୁଲିବାଟା ଆଇନ ସମ୍ମତ? ନା ଏହା କାହା ସ୍ୱାର୍ଥରେ ଜଡ଼ିତ? ଖାଲି ସିନା ଶୂନ୍ୟ ମାହାଳିଆ ଅଲଣା କୁଣ୍ଡରେ ରସହୀନ ସ୍ଲୋଗୋନ୍‍ ? କାର୍ଯ୍ୟକାରିତା କେତେଦୂର ସମ୍ଭବ ନା ଏଥିରେ କେଉଁ ଲୁଚାଛପା ଅଛି? ଭୋଜବାଜି କିମିୟା ବଳରେ ଯେମିତି ଯାଦୁଗର କ୍ଷଣିକ ପାଇଁ ହେଉନା, କାହିଁକି ଅଲୌକିକ ପ୍ରଦର୍ଶନ ପୂର୍ବକ ଲୋକମାନସକୂ ସବ୍ଧ କରେ,ଠିକ୍‍ ତା ଦୃଶ ଏଇ ଆମ ତଥାକଥିତ ନେତା ମନ୍ତ୍ରୀ, ପ୍ରଶାସକ,ଶାସକ ଆଇନ୍‍ ରକ୍ଷକ କି ଅଭିନେତା କ୍ରିଡ଼ାବିତ୍‍ ହୁଅନ୍ତୁ ନା କାହିଁକି ? ସେମାନେ ସଦାସର୍ବଦା ଏ ନବ ସଭ୍ୟ ଆଧୁନିକ ଯୁଗରେ ଏତେ କମ୍‍ ରୋଜଗାରରେ କେମିତି ଯେ ଚଳିବା ? କାଇଁ କଶ୍ମିନ କାଳେ ଏଇ ଯେଉଁ ବିଷମତା ସମ୍ବନେ୍ଧ ପାଟି ଖୋଲୁନାହାନ୍ତି? ଦେଶର ରାଜକୋଷରୁ ଆମ ପାଇଁ ଯେପରି ଖର୍ଚ୍ଚ ହେଉଛି ?…..ଦେଶ ଜାତି ଅଗ୍ରଗତି ପ୍ରଗତି ପାଇଁ ଆମେ ଏଇଥିରୁ କିଛି ଅଂଶ କାଟି ଜନତାକଂ ହୀତ ସାଧନ ନିମିତ୍ତ ବିନିଯୋଗ କରିବା ନା ମ ଏମିତି କେମିତି ହେବ ?ଏ ପରା ନବ ସଭ୍ୟ ଆଧୁନିକ ଯୁଗ ବରଂ ଯେଉଁମାନେ ୟାର ଆଲୋକରେ ଆଲୋକିତ ଏ ପ୍ରର୍ଯନ୍ତ ହୋଇପାରିନାହାନ୍ତି,ସେମାନେ ସେମିତି ଅନ୍ଧାରରେ ଥିଲେ କ୍ଷତି ବା କଣ ? “ଖାଇଲା ପୁଅ ରଙ୍କ” ଯେଉଁମାନେ ପାଇନାହାନ୍ତି ସେମାନେ ସେମିତି ରହିଲେ କ୍ଷତି କ’ଣ? ସେମାନେ ତ ଯେନତେନ ବଞ୍ôଚଛନ୍ତି କି ନାହିଁ? ଈଶ୍ୱର ତାଙ୍କ ପାଇଁ ଯାହା ବିଧାନ କରିଛନ୍ତି, ନା? ୧- ନେତା ମନ୍ତ୍ରୀ ହେବାପାଇଁ ନୈତିକତା ଦୃଷ୍ଟିକୋଣରୁ ନିର୍ଦ୍ଧାରିତ କୋ÷ଣସି କିଛି ଯୋଗ୍ୟତା କି ଶିକ୍ଷାଦୀକ୍ଷାର ପ୍ରମାଣ ପତ୍ରର ଆବଶ୍ୟକ ନାହିଁ

୨-ସମସ୍ତକଂ ପାଇଁ ନୀତି ନିର୍ଦ୍ଧାରଣ ହୋଇ ଏ ଏତେ ସମୟ ଚାକିରୀ କରିବ ଖେଳିବ ଅଭିନୟ କରିବ , ଆଇନ୍‍ ବ୍ୟବସାୟ କି ଅନ୍ୟ ହେଲନା କାହିଁକି ସବୁପାଇଁ ତ ବିଭିନ୍ନ ଢ଼ଙ୍ଗ ଢ଼ାଙ୍ଗରେ ସମୟ ସୀମା ନିର୍ଦ୍ଧାରଣ ଅଛି ଅଥଚ ଏ ଦେଶର ଆଇନ୍‍ ନିର୍ମାତା ସଂରକ୍ଷକ ଶାସକ ମାନକଂ କ୍ଷେତ୍ରରେ କୁଆଡ଼େ ଗଲା ଏ ସବୁ ?ଯେଉଁମାନେ ଦେଶ ସେବକ,ସମାଜ ସେବୀ ସାଧାରଣ ବର୍ଗଙ୍କଠୁଁ ବହୁ ଉର୍ଦ୍ଧରେ ଉଚ ବେତନ ଭୋଗି କି ଭତ୍ତା ଆୟକାରୀ ସେମାନଙ୍କ ପାଇଁ ରାଜକୋଷରୁ “ହ ଲ” ଲୋଡ଼ା ହେଲାବେଳେ ବର୍ତ୍ତମାନକୁ ଯେଉଁମାନେ ବୟସର ତାଡ଼ନାରେ ବୃଦ୍ଧାବସ୍ଥା ଯୋଗୁଁ ଏବେ ଅଦରକାରୀ ସେଇମାନଙ୍କ ଭିତରୁ ଦେଶ ଗଠନରେ କିଏ କେଉଁ ଭୂମିକା ନ ନିଭାଇଛି? କିଏ ଭଲ କୃଷକ ଥିଲା ତ କିଏ ଦକ୍ଷ ଶ୍ରମିକ ଥିଲା – କିଏ ବିଭିନ୍ନ ମତେ ଦେଶ ଜାତି ମାନ ସମ୍ମାନ ବୃଦ୍ଧି କରୁଥିଲା କି ବଜାୟ ରଖିପାରୁଥିଲା ଅଥଚ ସେମାନଙ୍କ ଚିନ୍ତା କରିବା ଦୂରେ ଥାଉ- ପ୍ରତିକ୍ଷଣ ମୁହୂର୍ତ୍ତରେ ବେତନ ଭତ୍ତା ବୃଦ୍ଧିର ନାରବାଜି ସମାଜକୁ ଅତିଷ୍ଠ ସିନା କରୁଛି । ହେଲେ କିଏ କେବେ ନିଜ ବେତନରୁ କୌଣସି, ବ୍ୟକ୍ତି ବିଶେଷ ହେଉ କି ସଂଗଠନ ହେଉ କିମ୍ବା ଧର୍ମ ଅନୁଷ୍ଠାନକୁ ସ୍ୱଇଚ୍ଛାରେ ଆଖିଦୃଶିଆ ରାଶି ପ୍ରଦାନର କାହିଁତ କିଛି ପ୍ରମାଣ ନାହିଁ । ବରଂ ପ୍ରକ୍ୟେକ ଦିନ ସମ୍ବାଦ ସରବରାହ ସଂସ୍ଥାମାନେ ଯେଉଁ ରକମର ସମ୍ବାଦ ପରବେଷଣ କରୁଛନ୍ତି ତା’ର କିଛି ଅନ୍ତ ନାହିଁ କି ସମାଧାନ ନାହିଁ । ଦୁର୍ନିତି ମୁଳୋତ୍ପାଟନ ସମ୍ଭବ ନହେଲେ ବି କାଇଁ କେବେ ବି ଦୋଷୀ ଦଣ୍ଡ ଭୋଗିବା ଦେଖି ଅନ୍ୟ ଯିଏ ଦୁର୍ନିତଖୋର ଚେତୁନାହାଁନ୍ତି? ହଁ ସମସ୍ତେ ନିଶ୍ଚୟ ଅବଗତ ଯେ ଲୁଣ ବିନା ସାଧାରଣଭାବେ ଯେମିତି ବଂଚିବା ଦୁରୂହ-କାହିଁକି ଲୁଣ ତ ଏତେ ପ୍ରୟୋଜନ? କ’ଣ ପାଇଁ ? ଖାଦ୍ୟରେ ସମ୍ମିଶ୍ରଣ ପାଇଁ ମାତ୍ର ତାର ମାତ୍ରରୁ ଅଧିକ କିଏ ଚାହାଁନ୍ତି? ନା ପାଣି ପବନକୁ କିଏ ଅଧିକ … ଉପଯୋଗ କରିପାରିବ? ହଁ ବରଂ ପୃଥୀତତ୍ତ୍ୱରେ ସମସ୍ତେ ଅଧିକ ଉତ୍ପାର୍ଜନ ଦିଗରେ ତତ୍ପର କିନ୍ତୁ ଅଗ୍ନତତ୍ତ୍ୱ ଯେ ଆକାଶତତ୍ତ୍ୱ କମି କାରଣରୁ ମାନ୍ଦା, ତେଣୁ ବା ଆକାଶ ତତ୍ତ୍ୱ ସଂରକ୍ଷକ ସଂଯୋଜକ ମାନେ ହିଁ ସ୍ଥୁଳ ରୂପେ ପୃଥ୍ୱୀ ତତ୍ତ୍ୱକୁ ଆଦବକାୟିଦାରେ ମାଲିକାନା ଜାହିର୍‍ କରିବାକୁ ଚେଷ୍ଟିତ । ୟାର କ’ଣ କିଛି ପରିବର୍ତ୍ତନ ସମ୍ଭବ ନୁହେଁ? କେମିତି ବା ସମ୍ଭବ ହେବ ଯେ? ଶାସକଗୋଷ୍ଠୀଙ୍କ ଚୈତନ୍ୟ ଉଦୟ ହେବ ନା ୟାର, ପରିବର୍ତ୍ତନ ସମ୍ଭବ ହେବ? ଜ୍ଞାନୀଜଗତ ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କୁ ଅଭାବ ଏମିତି ଗ୍ରାସିଛି ଯେ ଆଉ କାହା କଥା କାହାକୁ ଦିଶୁନାହିଁ, ଆଉ କେମିତି ବା ସେ ବରିଷ୍ଠ ନାଗରିଙ୍କ ଅଭାବ ଅନାଟନ ସମ୍ବନେ୍ଧ ସଚେତନ ହୋଇପାରିବେ? ଆଜି ଯେ ବୟସର କ୍ରୁର ଆକ୍ରମଣରେ ସବୁଦିଗରୁ ଅଶକ୍ତ – କିନ୍ତୁ ତା’ର ଭୋଟଖଣ୍ଡକ ବଳରେ ଏ ଆସନ ଗାଦିଟା ମିଳିଛି କି ନାହିଁ ? ଅଥଚ ତିନିଶହ ଭତ୍ତା ଶାସକମାନେ ଦେଇ – ସେମାନଙ୍କ ସମ୍ମାନ ପ୍ରତି ଆଞ୍ଚ ପହଞ୍ଚାଇଛନ୍ତି – ନା ଭିତ୍ତିହୀନ କ୍ରୁର ଉପହାସ କରୁଛନ୍ତି? ସେ କଥା କିଏ କେବେ ଚିନ୍ତା କରି ଆମୁଳ ଚୁଳ ନହେଲେ ବି ଅଚେ ଅଚେ ସୁଧାରିବାକୁ ଚାହୁଁଛନ୍ତି । ଏକଥାର ଏବେ କିଏ ବା କେମିତି ଅସହମାହିତ ହେବ? କାରଣ ଦିନ ପ୍ରତିଦିନ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଥିବା ଅଳିକ କି ଅବାନ୍ତର ବି ନୁହଁ ଯୋଉ ବାବୁଭାୟାମାନେ ନବ ସଭ୍ୟ ଆଧୁନିକ ଯୁଗର ଦ୍ୱାହି ଦେଇ ଏତେ ସବୁ କହୁଛନ୍ତି । ସତରେ କଣ ମୋନେ ଏଇ ନିରାଶ୍ରୟ ବୃଦ୍ଧାବୃଦ୍ଧାଙ୍କ ଦୁଃଖକୁ ଦେଖୁନାହାଁନ୍ତି? ସରକାର ନୀତି ପ୍ରଣୟନ କରି ଦେଲାପରେ ତାର ଗତି କୁଆଡ଼େ? ନା ସେ କେମିତି କାର୍ଯ୍ୟାରୀ ହେଉଛି? କି ବୃଦ୍ଧ ବୃଦ୍ଧା ଗରିବ ଅସହାୟ ବିଧବା ଉପଭୋକ୍ତାମାନେ କେଉଁ ଢ଼ଙ୍ଗରେ କିପରି ଭାବେ ପ୍ରାପ୍ତ ବା ଭତ୍ତା ପାଇପାରୁଛନ୍ତି? କ’ଣ ସେ ବାସ୍ତବରେ କିଏ କେବେ ଅନୁଶୀଳନ କି ସମୀକ୍ଷା କିଛି ତ ହେଲେ କରନ୍ତୁ – ନଚେତ୍‍ ଗରିବ ଗରିବ ହୋଇ ରହିଥାଉ, ଆଉ ସରକାର ପ୍ରଦତ୍ତ ଭତ୍ତା ଦିଗହରା ହୋଇ ତଥାକଥିତ ଅଭ୍ୟୁକ୍ତମାନେ ହିଁ ଭୋଗ କରିଚାଲିଥାନ୍ତୁ ଯେଉଁମାନଙ୍କର ଭୋଟ୍‍ଖଣ୍ଡକର ଦାମ୍‍ ଏତେ? ଆଉ ପ୍ରତ୍ୟେକ ଭୋଟ୍‍ ମୂଲ୍ୟ ସମାନ ଅଥଚ “ହଁ” “ଲ” ରେ ଏ ଯେଉଁ ତାରତମ୍ୟ? ସେ ସମ୍ପର୍କେ ଧନୀଙ୍କୁ ଦିଅନ୍ତୁ ଧନ – ଗରିବଙ୍କଠୁଁ ଦେଇ ତେବେ ସିନା ଗାଦି ରହିଥିବ ସ୍ଥିର ହୋଇ – ଦେଶର ଅମଲାମାନେ ପ୍ରାୟ ସମସ୍ତେ ନ ହେଲେ ବି, ଅଧିକାଂଶ ଭାବନ୍ତି ସରକାରଙ୍କ ତରଫରୁ, ପ୍ରକୃତ ଉପଭୋକ୍ତାଙ୍କୁ ଯେଉଁ ଭତ୍ତା ଅନୁଦାନ ମିଳୁଛି, ଯେ ସବୁ କେବଳ ଆମରି ଦୟାରେ …. ନହେଲେ ବି ଅଧିକାଂଶ ଭାବନ୍ତି ସରକାର ତରଫରୁ, ପ୍ରକୃତ ଉପଭୋକ୍ତାଙ୍କୁ ଯେଉଁ ଭତ୍ତା ଅନୁଦାନ ମିଳୁଛି, ସେ ସବୁ କେବଳ ଆମରି ଦୟାରେ ହେଲେ ବ ି, ସେ ବାବୁଭାୟାମାନେ, କର୍ତ୍ତବ୍ୟନିଷ୍ଠ ଭାବେ ଯେ ପ୍ରକାର କରି ଚାଲିଛନ୍ତି – ସେ ସମ୍ପର୍କେ କାହାକୁ ବା ଅଗୋଚର? ଲୋକ ପ୍ରତିନିଧିଭାବେ ରାଜନେତାମାନେ ନୋହିଲେ- କିମିତି ତୁମ୍ଭି ତୋଫାନ କରୁଛନ୍ତି ଓ ନିଜେ ନିଜେ ଆଇନ ପ୍ରଣେତା । ପାଳକ ସଂରକ୍ଷକ ହୋଇ ନିଜ ପାଇଁ ଭତ୍ତା କେବେ ବଦ୍ଧି କରୁଛନ୍ତି କାହାକୁ ବା ଅଜଣା? ଗାଦିଶୀଳ ନେତାମନ୍ତ୍ରୀ କାର୍ଯ୍ୟାଳୟରେ ସାଧାରଣ ନେତାଙ୍କୁ କିଭଳି ବ୍ୟବହାର କରୁଛନ୍ତି ? ଅଛିଣ୍ଡା ପ୍ରଶ୍ନ ।

error: Thank You Keep Visiting