ମନ୍ଦିରରେ ପ୍ରବେଶାଧିକାର

Straight to the Point
ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ସହପ୍ରତିଋତ୍ୱିକ, ବିଭାଗୀୟମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

ଜଗତର ନାଥ ପୁଣ୍ୟବ୍ରହ୍ମ ସ୍ୱୟଂ ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆମ ଭିତରେ ବିବିଧତା ରହୁଛି କ’ଣ ପାଇଁ? ଏହା ସତ ଯେ ଶ୍ରୀମନ୍ଦିର ଅଣହିନ୍ଦୁ ପ୍ରବେଶ ନେଇ ମାନ୍ୟବର ସୁପ୍ରିମକୋର୍ଟ ବିଚାର କରିବାକୁ ପରାମର୍ଶ ଦେବା ପରେ ଏ ପ୍ରସଙ୍ଗ ଗମ୍ଭୀରତାର ରୂପ ନେଇଛି । ଏଠାରେ ଉଲ୍ଲେଖନୀୟ ଯେ, ଶ୍ରୀମନ୍ଦିର ସତ୍ତ୍ୱଲିପି ଦ୍ୱିତୀୟ ଭାଗର ୪୭ ପୃଷ୍ଠାରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ରହିଥିବା କଟକଣା ସମ୍ପର୍କରେ ସ୍ପଷ୍ଟ ସୂଚୀତ ହୋଇଛି । ୧୯୫୨ ମସିହା ଶ୍ରୀମନ୍ଦିର ସତ୍ତ୍ୱଲିପି ତଥ୍ୟ ଅନୁଯାୟୀ ଭିନ୍ନ ଧର୍ମାବଲମ୍ବୀଙ୍କ ପ୍ରବେଶକୁ ବାଧା କରାଯାଇଛି । କେବଳ ସେତିକି ନୁହେଁ ମନ୍ଦିର ଭିତରକୁ କୁଷ୍ଠରୋଗୀଙ୍କ ପ୍ରବେଶ ମଧ୍ୟ ନିଷିଦ୍ଧ କରାଯାଇଛି । ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିରରେ କେବଳ ହିନ୍ଦୁମାନେ ପ୍ରବେଶ କରନ୍ତି ଯାହାକି ଶହ ଶହ ବର୍ଷର ପ୍ରଚଳିତ ପରମ୍ପରା । ଏପରିକି ଯେଉଁ ସମୟରେ ଶ୍ରୀମନ୍ଦିର ଗୋରା ଇଂରେଜ ଶାସକଙ୍କ କର୍ତ୍ତୃତ୍ୱରେ ଥିଲା ସେତେବେଳେ ମଧ୍ୟ ଗୋରା ସାହେବମାନେ ଶ୍ରୀମନ୍ଦିର ନିୟମ ଓ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ କରୁଥିଲେ ଏବଂ ଶ୍ରୀମନ୍ଦିର ପରମ୍ପରା ଓ ନିୟମରେ କୌଣସି ହସ୍ତକ୍ଷେପ କରୁନଥିଲେ । ଏପରିକି ଜଣେ ବ୍ରିଟିଶ ପଦାଧିକାରୀ ଏମ୍.ଆର. ମଠ ଚକଡାରେ ଶ୍ରୀମନ୍ଦିର ଦର୍ଶନ କରୁଥିଲେ ।
ଶ୍ରୀମନ୍ଦିରକୁ ନେଇ କେବଳ ସାଧାରଣ ନାଗରିକ ନୁହଁନ୍ତି ଭାରତ ବର୍ଷର ପ୍ରସିଦ୍ଧିଲାଭ କରିଥିବା ରାଷ୍ଟ୍ରନେତାମାନେ ବି ପ୍ରବେଶର ସୁଯୋଗ ପାଇନାହାନ୍ତି । ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଚାହିଁଲେ ମଧ୍ୟ ପ୍ରବେଶରୁ ବଞ୍ôଚତ ହୋଇଥିବା ବ୍ୟକ୍ତିତ୍ୱମାନେ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ, ଆଚାର୍ଯ୍ୟ ବିନୋବା ଭାବେ, ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର, ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର.ଆମ୍ବେଦକର, ଇସ୍କନର ପ୍ରତିଷ୍ଠାତା ସ୍ୱାମୀ ପ୍ରଭୁପାଦ, ବ୍ରିଟିଶ ଭାଇସ୍ରାୟ ଲର୍ଡ଼ କର୍ଜନ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଥାଇଲ୍ୟାଣ୍ଡର ରାଣୀ ମହାଚକ୍ରୀ ଶ୍ରୀଧରନ୍ ଓ ସୁଇଜରଲ୍ୟାଣ୍ଡର ଏଲିଜାବେଥ ଜିଗଲର । ତେବେ ହିନ୍ଦୁ ଧର୍ମରେ ଦୀକ୍ଷା ନେବାପରେ ଶ୍ରୀମନ୍ଦିରକୁ ଦୟାମାତା ନାମକ ଜଣେ ଆମେରିକୀୟ ନାଗରିକ ପ୍ରବେଶ ଅନୁମତି ପାଇଥିଲେ । ୧୮୩୪ରେ ଜାତିର ପିତା ମହାତ୍ମା ଗାନ୍ଧୀ ହରିଜନ ମାନଙ୍କୁ ନେଇ ଶ୍ରୀମନ୍ଦିରକୁ ପ୍ରବେଶ ଚାହିଁଥିଲେ ବି ତାହା ଫଳବତୀ ହୋଇନଥିଲା । ଭୂଦାନ ଆନ୍ଦୋଳନର ସ୍ରଷ୍ଟା ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସମାଜ ସେବକ ଆଚାର୍ଯ୍ୟ ବିନୋବା ଭାବେ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ପାଇ ନଥିଲେ । ୧୯୭୭ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଚାହିଁଥିଲେ ବି ସୁଯୋଗ ପାଇ ନଥିଲେ । ୧୯୪୫ରେ ସମ୍ବିଧାନ ସ୍ରଷ୍ଟା ବି.ଆର.ଆମ୍ବେଦକର ଜଗନ୍ନାଥଙ୍କ ଦର୍ଶନରୁ ବଞ୍ôଚତ ହୋଇଥିଲେ । ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଶ୍ରୀମନ୍ଦିର ପ୍ରବେଶରୁ ମଧ୍ୟ ବଞ୍ôଚତ ହୋଇଥିଲେ । ଯଦିଓ ୨୦୦୫ରେ ଥାଇଲ୍ୟାଣ୍ଡର ରାଣୀ ମହାଚକ୍ରୀ ଶ୍ରୀଧାରିଣୀଙ୍କୁ ଶ୍ରୀମନ୍ଦିର ଅନୁମତି ମିଳିନଥିଲା କାରଣ ସେ ଜଣେ ବୌଦ୍ଧ ଧର୍ମାବଲମ୍ବୀ ଥିଲେ । ସୁଇଜରଲ୍ୟାଣ୍ଡର ଏଲିଜାବେଥ ଜିଗଲର ନାମକ ଜଣେ ମହିଳା ଶ୍ରୀମନ୍ଦିରକୁ ପାଖାପାଖି ୧କୋଟି ୭୮ଲକ୍ଷ ଦାନ କରିଥିଲେ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶର ସୁଯୋଗ ପାଇନଥିଲେ । ତେବେ ଆମେରିକାନ୍ ନାଗରିକ ହିନ୍ଦୁଧର୍ମ ଗ୍ରହଣ କରିଥିବା ଦୟାମାତା ୧୯୫୦ ମସିହା ତଥା ରାଜା ବୀରକିଶୋରଙ୍କ ସମୟରେ ରାଜାଙ୍କ ଅଧୀନରେ ମନ୍ଦିରର ପରିଚାଳନା ଦାୟିତ୍ୱ ଥିôବାରୁ ସେ ମନ୍ଦିରରେ ପ୍ରବେଶର ସୁଯୋଗ ପାଇଥିଲେ ।
ପତିତ ଜନଙ୍କୁ କୋଳେଇ ନେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇ ଥିବାବେଳେ ମନ୍ଦିରରେ ପ୍ରବେଶାଧିକାରକୁ ନେଇ ମନ ଭିତରେ ବିଭିନ୍ନ ପ୍ରସଙ୍ଗ ଉଠୁଛି । ୧୯୪୮ ମସିହା ଠାରୁ ଶ୍ରୀମନ୍ଦିରରେ ଦଳିତମାନଙ୍କ ପ୍ରବେଶା ଅଧିକାର ଉପରେ ଥିବା ଆଇନଗତ କଟକଣା ଉଠିଯାଇଥିଲେ ବି ସାମାଜିକ ଚଳଣୀର ଦୃଷ୍ଟିକୋଣକୁ ନେଇ ରାଜ୍ୟର ଅନ୍ୟ ମନ୍ଦିର ମାନଙ୍କରେ ଏହି ନିଷେଧାଦେଶ ଏଯାବତ୍ ବଳବତ୍ତର ରହିଛି । କିଛି ବର୍ଷ କେନ୍ଦ୍ରାପଡ଼ା ରାଜନଗର ଠାରେ ଜଗନ୍ନାଥ ମନ୍ଦିରରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପ୍ରସଙ୍ଗ ସୃଷ୍ଟି ହୋଇଥିଲା । ମନ୍ଦିରରେ ପ୍ରବେଶାଧିକାରକୁ ନେଇ ସାମ୍ବିଧାନିକ ଆଇନ ଓ ସାମାଜିକ କଟକଣା ଭିତରେ ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । କେନ୍ଦ୍ରାପଡ଼ାର କେରଡ଼ାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିରରେ ୨୦୦୬ ମସିହାରେ ପ୍ରବେଶାଧିକାରକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ଭିତରେ ବିବାଦ ଜାତୀୟ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିଲା । ସେହିପରି ୨୦୧୦ରେ ପୁରୀର ବ୍ରହ୍ମଗିରି ସନ୍ନିକଟ ରଣପଡ଼ାରେ ରହିଥିବା କାଳୀ ମନ୍ଦିରରେ ଦଳିତମାନଙ୍କ ପ୍ରବେଶାଧିକାରକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ୨୦୧୧ରେ କଂଗ୍ରେସ ନେତା ଜଗଦୀଶ ଟାଇଟେଲରଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ (ଶିଖ୍ ସମ୍ପ୍ରଦାୟର ହୋଇଥିବାରୁ)ଅଭିଯୋଗ ବି ଉଠିଥିଲା ।
ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶକୁ ନେଇ ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚାର ଅନ୍ତ ହୋଇନାହିଁ । ପୁରୀ ଶ୍ରୀମନ୍ଦିରରେ କେବଳ ବ୍ରିଟିଶ ସରକାରର ଭାଇସରାୟ ଲର୍ଡ଼ କର୍ଜନ ନୁହଁନ୍ତି, ବିଶ୍ୱକବି ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର, ସମ୍ବିଧାନ ପ୍ରଣେତା ଭୀମରାଓ ସାହେବ୍ ଆମ୍ବେଦକର, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଧର୍ମଗୁରୁ ଦଲାଇଲାମା, ଥାଇଲ୍ୟାଣ୍ଡର ରାଜକୁମାର ମହାଚକ୍ରୀ ସିରିନ୍ଧୋର୍ଣ୍ଣଙ୍କ ଭଳି ବିଶିଷ୍ଟ ଲୋକଙ୍କୁ ଅନୁମତି ମିଳିନଥିଲା । ୧୯୦୦ ମସିହାରେ କର୍ଜନ ସାହେବ, ୧୯୪୫ରେ ଆମ୍ବେଦକର, ୧୯୮୪ରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ôଚତ ହୋଇଥିଲେ । ତେବେ ୨୦୦୫ରେ ବୌଦ୍ଧ ହୋଇଥିବାରୁ ଥାଇଲାଣ୍ଡର ରାଜକୁମାର ଜଗନ୍ନାଥଙ୍କ ଦର୍ଶନ ପାଇଥିବାବେଳେ ୧୯୮୪ରେ ଶ୍ରୀମନ୍ଦିର ଭିତରକୁ ନଯାଇ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ରଘୁନନ୍ଦନ ଲାଇବ୍ରେରୀର ଛାତ ଉପରୁ ଶ୍ରୀ ମନ୍ଦିର ଦର୍ଶନ କରିଥିଲେ । କିନ୍ତୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ତଥ୍ୟ ଅନୁଯାୟୀ ସନ୍ଥ କବୀର ଓ ନାନକ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଥିଲେ । ୨୦୦୬ରେ ସୁଇଜରଲାଣ୍ଡର ଏଲିଜାବେଥ ଜିଗ୍ଲର ଶ୍ରୀମନ୍ଦିରକୁ ରେକର୍ଡ଼ ସଂଖ୍ୟକ ହୁଣ୍ଡିକୁ ଏକ କୋଟି ଅଠୋସ୍ତରୀ ଲକ୍ଷ ଦାନ ଦେଇଥିଲେ ମଧ୍ୟ ସେ ଜଣେ ଖ୍ରୀଷ୍ଟିଆନ ହୋଇଥିବାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିନଥିଲେ । ଇତିହାସର ତଥ୍ୟ ଅନୁଯାୟୀ ୧୯୫୮ରେ ଆମେରିକାନ୍ ଫ୍ରାଏରାଇଟ୍ ପୁରୀର ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ କରିବା ସହିତ ମୁକ୍ତିମଣ୍ଡପ ଠାରୁ ବିଧିବଦ୍ଧ ଅନୁମତି ପାଇଥିଲେ । ସେ ପରମହଂସ ଯୋଗାନନ୍ଦଙ୍କ ଦୀକ୍ଷିତ ହୋଇ ହିନ୍ଦୁଧର୍ମ ଗ୍ରହଣ କରିବା ସହିତ ଦୟାମାତା ନାମରେ ପରିଚିତ ଥିଲେ । ଶ୍ରୀମନ୍ଦିରରେ ପ୍ରବେଶାଧିକାରକୁ ନେଇ ୧୯୫୫ ମସିହାରେ ଏକ ଆଇନ ପ୍ରଣୟନ ହୋଇଛି । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆଇନ ୧୯୫୫(୩୦-ଏ, ୪-ବି ଓ ସି)ରେ ଲିପିବଦ୍ଧ ରହିଛି । ବିଭିନ୍ନ ସମୟରେ ଧରାନପଡ଼ି ମନ୍ଦିର ଭିତରକୁ ପଶିଯାଇଥିବା କିଛି ଅନ୍ୟଧର୍ମର ଲୋକଙ୍କୁ ନେଇ ଶ୍ରୀମନ୍ଦିରରେ ଉତ୍ତେଜନା ସୃଷ୍ଟି ହୋଇଥାଏ । ଭାରତୀୟ ସମ୍ବିଧାନର ୧୪, ୧୫ ଓ ୧୯ ଧାରାରେ ବ୍ୟକ୍ତି ସ୍ୱାଧୀନତା ଓ ବ୍ୟକ୍ତି ଅଧିକାର ଉଲ୍ଲେଖ ଥିଲେ ବି ସାମାଜିକ ବିଧିବ୍ୟବସ୍ଥା ମନ୍ଦିରର ପ୍ରବେଶାଧିକାର କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି (!) ୧୯୩୪ରେ ଜାତିର ପିତା ମହାତ୍ମା ଗାନ୍ଧିଜୀ ଶ୍ରୀମନ୍ଦିରରେ ଅନ୍ୟଧର୍ମର ଲୋକ ତଥା ଦଳିତଙ୍କୁ ପ୍ରବେଶ କରାଇବା ନେଇ ଉଦ୍ୟମ କରିଥିଲେ ବି ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ପାଇନଥିଲେ । ତେବେ ଏହା ବିରୋଧରେ ସେ ସିଂହଦ୍ୱାର ଠାରୁ ହିଁ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ତେବେ ୧୯୪୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ.ମହତାବ ଶ୍ରୀମନ୍ଦିରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରି ଦଳିତମାନଙ୍କୁ ପ୍ରବେଶାଧିକାର କରାଇଥିଲେ । ୧୯୭୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଅଣହିନ୍ଦୁଙ୍କ ମନ୍ଦିରପ୍ରବେଶାଧିକାରକୁ ବିରୋଧ କରି ନିଜେ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ ।
ପ୍ରଶ୍ନ ଉଠୁଛି ଜଗତରନାଥ ଭାବେ ପରିଚିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାତି ଓ ଧର୍ମର ବାଧକ ରହିବା ଉଚିତ କି ? ଗବେଷକମାନେ ଶ୍ରୀମନ୍ଦିର ପ୍ରତିଷ୍ଠା ବେଳେ କଟକଣା ନଥିଲା ବୋଲି କହୁଛନ୍ତି । ଇତିହାସର ତଥ୍ୟ ଅନୁଯାୟୀ ଷଷ୍ଠଶତାବ୍ଦୀର ରକ୍ତବାହୁ ଠାରୁ ବିଭିନ୍ନ ସମୟରେ ବିଧର୍ମୀ ଶକ୍ତିମାନେ ମନ୍ଦିର ଉପରେ ଆକ୍ରମଣ କରି ଧ୍ୱଂସବିଧ୍ୱଂସ କରିଛନ୍ତି । ଜଗନ୍ନାଥଙ୍କ ଉପରେ ୧୮ଥର ଆକ୍ରମଣ ହୋଇଥିବାବେଳେ ମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ବାହାରେ ଏକ ପ୍ରକାର ଅଜ୍ଞାତବାସରେ ରହିଛନ୍ତି । ୧୭୦୦ ଶତାବ୍ଦୀର ବାମଦେବ ସଂହିତା ଓ ୧୮୦୦ ଶତାବ୍ଦୀର ନିଳାଦ୍ରୀ ମହୋଦୟ ପୁସ୍ତକରେ ଅଣହିନ୍ଦୁମାନଙ୍କ ପ୍ରବେଶାଧିକାରକୁ ନେଇ କଟକଣା ସମ୍ପର୍କରେ ତଥ୍ୟ ଲିପିବଦ୍ଧ ରହିଛି । ଇଂରେଜ ଶାସନାଧୀନ ସମୟରେ ପୁରୀର କଲେକ୍ଟର ଥିବା ଗ୍ରୁମ୍ ସାହେବ ସ୍ୱୟଂ ଆଇନ କରିଥିଲେ ଯେ କେବଳ ଅର୍ଥୋଡକ୍ସ ହିନ୍ଦୁମାନେ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିପାରିବେ । ଦୁନିଆରେ ଗୋଟିଏ ଜାତି ତାହା ହେଉଛି ମଣିଷ ଜାତି ଆଉ ଗୋଟିଏ ଧର୍ମ ତାହା ବି ହେଉଛି ମାନବିକତାର ଧର୍ମ । ବିଶାଳ ହୃଦୟରେ ଦିବ୍ୟ ପ୍ରଦତ୍ତ ଉଦାରତାର ଦ୍ୱାର ପ୍ରଶସ୍ଥ କରି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଯେ ଭାରତୀୟ ଏହା ଭୁଲିବା ଉଚିତ ହେବନାହିଁ । ଏହି ପ୍ରସଙ୍ଗରେ ବର୍ତ୍ତମାନର ଯୁଗପୁରୁଷୋତ୍ତମ କଳକୀ ବିଗ୍ରହ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସାନ୍ତାଳ ମାନଙ୍କର ମନ୍ଦିର ପ୍ରବେଶ ସମ୍ବନ୍ଧରେ ମତ ପ୍ରକାଶ କରିକହିଲେ – ମୋର ମନେହୁଏ, ମନ୍ଦିରରେ ବିଗ୍ରହର ବେଦୀ ଯଦି ଉଚ୍ଚରେ ହୋଇଥାଏ ଓ ସମ୍ମୁଖରେ ଏକ ନାଟ ମନ୍ଦିର ଥାଏ, ତାହାଲେ ସେଠାରେ ସମସ୍ତ ଭକ୍ତବୃନ୍ଦ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ହେବେ ଏବଂ ସେମାନଙ୍କର ଅର୍ଘ୍ୟ ଆଦି ବହନ କରି ବିଗ୍ରହର ଚରଣରେ ଉତ୍ସର୍ଗ କରିବା ପାଇଁ ପୁରୋହିତମାନେ ଏକ ପାଶ୍ୱର୍ ରାସ୍ତା ଦେଇ ବିଗ୍ରହ ଚରଣରେ ନିବେଦନ କରିପାରିବେ । କେହି ବ୍ୟକ୍ତି ବିଗ୍ରହ ବା ପ୍ରତୀକଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଜାତି, ଧର୍ମ, ବର୍ଣ୍ଣ ଅପେକ୍ଷା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦାଚାରକୁ ଗୁରୁତ୍ୱ ଦେଇ କହିଛନ୍ତି – ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ, ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି, ଜଗତର ପୂର୍ବ ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧାସମ୍ପନ୍ନ ହୁଅ ଆଉ ତୁମର ମୂର୍ତ୍ତି ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ହୁଅ, ଏବଂ ସେହି ମାନଙ୍କୁ ହିଁ ସ୍ୱୀକାର କର, ଯେଉଁମାନେ ତାଙ୍କୁ ଭଲପାଆନ୍ତି । କାରଣ, ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ ।

error: Thank You Keep Visiting