ରାବଣ ପ୍ରତିମୂର୍ତି ପୋଡିବା ପରେ ଦୈବୀ-ଅଘଟଣ

Straight to the Point

କଳିଙ୍ଗ ଗୌରବ ଡଃ ଜଗନ୍ନାଥ ପ୍ରସାଦ ଦାଶ

(ଗ୍ରାମ- ବିଶ୍ୱାଳି(କନିକା), ଚାନ୍ଦବାଲି, ଭଦ୍ରକ) ଡି-୩୪, ମାନସନ୍ ଗ୍ରୀନ୍, ନନ୍ଦନକାନନ ରୋଡ, ରଘୁନାଥପୁର, ଭୁବନେଶ୍ୱର ।

 

(ଯୁଗେ ଯୁଗେ ପ୍ରେତାତ୍ମା ଅର୍ଥାତ୍ ପ୍ରେତରୂପୀ ଆତ୍ମାର ବିଶ୍ୱାସ ଅଛି । ମୃତବ୍ୟକ୍ତିର ଅତୃପ୍ତ ଆତ୍ମା ବା ପ୍ରତିଶୋଧ ପରାୟଣ ଆତ୍ମା ପ୍ରେତ ରୂପରେ ଦୃଶ୍ୟମାନ ହୋଇଥାଏ । ଏହାକୁ ବାଉତି ଲାଗିବା ମଧ୍ୟ କହିଥାନ୍ତି । କଟକରେ ଘଟିଥିବା ଘଟଣା ଶୁଣିଥିଲି । ଏହି ଗପଟି ଏଠାରେ ପ୍ରକାଶ୍ୟ ।)

ଦୁର୍ଗାପୂଜା ସମୟର ଘଟଣା । କଟକର ପୂଜା ପ୍ରସିଦ୍ଧ । ପୂଜା ଶେଷ ଦିନ ବିଜୟା ଦଶମୀ ତିଥିରେ ରାତ୍ର ସମୟରେ ରାବଣ ପୋଡି ଉତ୍ସବ ପାଳିତ ହୁଏ । ପୁରାଣ ପ୍ରସିଦ୍ଧ ରାବଣ ଜଣେ ବିଜ୍ଞ ବ୍ରାହ୍ମଣ । ସେ ଦଶଟି ବିଷୟରେ ପି.ଏଚ୍.ଡି ଉପାଧି ଭଳି ବିଦ୍ୟା ହାସଲ କରିଥିବାରୁ ତାଙ୍କର ଦଶଟି ମୁଣ୍ଡ ଥିବା ପରି ମନେ ହୁଏ । ପ୍ରଭୁ ରାମଚନ୍ଦ୍ର ଯୁଦ୍ଧରେ ତାଙ୍କୁ ଶର ବଧରେ ତାଙ୍କର ମୃତ୍ୟୁ ଦଣ୍ଡ ହୁଏ । ତେବେ ତାଙ୍କର ମୂର୍ତିକୁ ବଧ ପରିବର୍ତେ ଏବେ ପୋଡା ଯାଉଅଛି । ରାବଣ ମୂର୍ତି ପୋଡିବାରେ ଲୋକଙ୍କର ଆନନ୍ଦର ସୀମା ଅତ୍ୟଧିକ । ସାଧରାଣତଃ ମୂର୍ତି ପୋଡିବାରେ ବିଜ୍ଞ ବ୍ୟକ୍ତି , ନେତୃସ୍ଥାନୀୟ ବ୍ୟକ୍ତି ବା ବିଭିନ୍ନ ପଦ ପଦବୀରେ ବ୍ୟକ୍ତିମାନଙ୍କୁ ନିମନ୍ତ୍ରିତ କରାଯାଇଥାଏ । ଏପରି ଏକ ଘଟଣା ପ୍ରାୟ ୩୦ବର୍ଷ ତଳେ କଟକରେ ଘଟିଥିଲା । ଏହା ପୁଣି ଯେ କେତେବେଳେ ଘଟି ଯାଇପାରେ । ଘଟଣାଟି ହେଲା, ଏକ ସୁଖ ପରେ ଦୁଃଖର କଥା ।

ବିଜୟା ଦଶମୀ ରାତ୍ର ପ୍ରାୟ ୧୦ ଟା ପାଖା ପାଖି । ଆନନ୍ଦ ଉଲ୍ଲାସରେ ଲୋକମାନେ ଦୁର୍ଗାପୂଜା ଦେଖିବାରେ ବ୍ୟସ୍ତ । ଆହୁରି ମଧ୍ୟ ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକ ରୁଣ୍ଡ ହୋଇଥାନ୍ତି । ଆତସବାଜୀ ବାଣ ପ୍ରଭୃତି ବ୍ୟବହାରରେ ବିଭିନ୍ନ ଆଲୋକ ଓ ଶବ୍ଦକୁ ଲୋକମାନେ ଉପଭୋଗ କରୁଥାନ୍ତି । ରାବଣ ମୂର୍ତିଟି ପ୍ରାୟ ୨୦ ଫୁଟ ଉଚ୍ଚ । ଦଶଟି ମୁଣ୍ଡ ଏକ ବିକଟାଳ ମୂର୍ତିରେ ଅଗ୍ନି ସଂଯୋଗ କରିବେ, କଟକରେ ନେତୃସ୍ଥାନୀୟ ବ୍ୟକ୍ତି । ସୁନ୍ଦର ମଂଚ ଥାଏ । ହଠାତ୍ ମଂଚ ଉପରକୁ ଏକ ବଡବାବୁଙ୍କୁ କର୍ମକର୍ତାମାନେ ଫୁଲହାର ଦେଇ ପାଛୋଟି ନେଲେ । ତାଙ୍କୁ ଏପରି ଅଭ୍ୟର୍ଥନା ପରେ କଣ ସଂକ୍ଷିପ୍ତ ଭାଷଣ ଥାଏ । କରତାଳି
ମାରିବାରେ ଲୋକମାନେ ଆନନ୍ଦିତ ତତ୍ପରେ ନେତା ବାବୁ ଜଣକ ମୂର୍ତିରେ ଅଗ୍ନି ସଂଯୋଗ କଲେ, ଆନନ୍ଦ ଉଲ୍ଲାସର ଦୃଶ୍ୟ । ନେତା ମଧ୍ୟ ଖୁସି ।

ତତ୍ପରେ ଦେଖାଗଲା ଏକ ଦୁଃଖ ଦାୟକ ଘଟଣା । ନେତାବାବୁ ମଂଚରେ ଠିଆ ହୋଇଥିବା ସମୟରେ ହଠାତ୍ ଢଳି ପଡିଲେ । ତାଙ୍କର ବେହୋସରେ ଚେତା ଶୂନ୍ୟ । ଏଭଳି ଘଟଣାରେ କର୍ମକର୍ତାମାନେ ବିବ୍ରତ । ମଥାରେ ପାଣି ଛାଟିବା ପରେ ତାଙ୍କର ଚେତା ଫେରି ଆସିଲା । ତପ୍ତରେ ବାଚାଳଙ୍କ ପରି ରଡି କରି ଗର୍ଜନ କଲେ- ଏହାଥିଲା “ମୁଁ ରାବଣ! ମୋତେ କିଏ ଅଗ୍ନି ସଂଯୋଗ କଲା? ମୋର ପରାକ୍ରମ ସେ ଜାଣି ନାହିଁ । ମୋର ଶରୀର ଜଳାପୋଡା କରୁଛି । ଏପରି ଅନେକ କଥା ।” ଏହା ମଧ୍ୟରେ ତାଙ୍କର କଟକ ଘରକୁ ଖବର ଯିବାରେ ତାଙ୍କର ପରିବାର ବର୍ଗ ହଠାତ୍ ହାଜର ହେଲେ । ଦେଖାଗଲା ଏକ ପାହାଡିଆ ଗୁଣିଆଁ – ଗୁଣି ଗାରଡି ଜାଣିଥିବା ଲୋକଟି ଝଡାଝଡି କରୁଅଛି । ଏପରି କରିବାରେ ବାଚାଳ ହେଉଥିବା ନେତାବାବୁଙ୍କର ପରିବର୍ତନ ଆସିଛି । ତାଙ୍କର ପତ୍ନୀ ଏବଂ ପରିବାର ବର୍ଗ ତାଙ୍କୁ ଅଗ୍ନି ସଂଯୋଗ କରିବାକୁ ଡକାଇ ଥିବାରେ ବିରକ୍ତି ପ୍ରକାଶ କଲେ । ସମସ୍ତେ ହତବାକ୍ ତାଙ୍କର ପିଲାମାନେ ତାଙ୍କୁ କଟକ ବଡ ମେଡିକାଲ୍ କୁ ନେଲେ ।

ବଡ ମେଡିକାଲ୍ ରେ ଚିକିତ୍ସା ପ୍ରାୟ ୧୫ ଦିନ ଲାଗିଲା । ମଥା ଗରମ ଥାଏ । ବକିବା ସାମାନ୍ୟ କମିଲା । ସଦାବେଳେ ଚିନ୍ତାଗ୍ରସ୍ତ । ଅନୁତପ୍ତ ଥାଅନ୍ତି , କାହିଁକି ରାବଣେଶ୍ୱରଙ୍କୁ ଅଗ୍ନି ସଂଯୋଗ କଲେ । ତତ୍ପରେ ଘରକୁ ଫେରିଲେ । ସଂପୂର୍ଣଓ ବିଶ୍ରାମ । କଟକର ବଡ କବିରାଜ ଆସିଲେ, ସାକ୍ଷାତ କରିବାକୁ । ଏଲୋପାଥିକ୍ ଔଷଧ ଶେଷ ହୋଇଥାଏ । ଆରମ୍ଭ ହେଲା କବିରାଜ ଚିକିତ୍ସା । ବୃହତ ଛାଗଳାଦି ଘୃତ, ମହାଚୈତସ ଘୃତ, ନକୁଳାଦ୍ୟ ଘୃତ, ମଧ୍ୟମ ନାରାୟଣ ତୈଳ, ଅଶ୍ୱଗନ୍ଧାରିଷ୍ଟ, ରସରାଜ ରସ ଓ ପଥ୍ୟାଦିରେ ସମୟ ବିତିଲା ପ୍ରାୟ ୨ମାସରୁ ଉଦ୍ଧ୍ୱର୍ । ଔଷଧ ଶେଷ ଏକ ପ୍ରକାର ଭଲ ହେଲେ ମଧ୍ୟ ଚିନ୍ତାଗ୍ରସ୍ତ ଥାଆନ୍ତି । ଦିନକର କଥା, ତାଙ୍କର ହୋମିଓପ୍ୟାଥିକ୍ ଡାକ୍ତର ବନ୍ଧୁ ଶୁଣି ତାଙ୍କୁ ଚିକିତ୍ସା ନିମିତ ହାଜର ହେଲେ । କିଛିଦିନ ଚିକିତ୍ସା ଚାଲିଲା । ଗୁଲି ଓ ତରଳ ଔଷଧ ପ୍ରଦାନରେ ଓ ପଥ୍ୟାଦିରେ ।

ଦେବଦେବୀଙ୍କ ସେବା ଥାଏ । ଗୃହ ପୁରୋହିତ ଓ ଜ୍ୟୋତିଷଙ୍କର କାରିକା ଆରମ୍ଭ ହୁଏ । ରାବଣଙ୍କ ପ୍ରତି ଅଗ୍ନି ସଂଯୋଗର କାରିକା ଅତ୍ୟନ୍ତ ଖର୍ଚ୍ଚ ବହୁଳ,
ପୂଜାପାଠ, ହୋମ, ବ୍ରାହ୍ମଣ ଭୋଜନ, ଦାନ ଧର୍ମ ଇତ୍ୟାଦି ଚାଲିଲା । ତତ୍ପରେ ୧୦୮ ହନୁମାନ ପୂଜା ଓ ଅନ୍ୟାନ୍ୟ ମାର୍ଗ । ତତ୍ପ ରେ ଶ୍ରୀ ଜଗନ୍ନାଥ ଦର୍ଶନରେ ପୁରୀ ଯିବା ହେଲା । ବାଇଶି ପାହାଚରୁ ପୂଜା, ଠାକୁର ଦର୍ଶନ, ବେଢା ପରିକ୍ରମା, ପ୍ରସାଦ ସେବନ ଓ ଦାନ ଧର୍ମ ଏବଂ ତପ୍ତରେ ସମୁଦ୍ରରେ ସ୍ନାନ ଇତ୍ୟାଦି ଶେଷ ହେଲା । ଏକ ପ୍ରକାର ଭଲ । ବହୁତ କିଛି ଖର୍ଚ୍ଚ ହେଲା । ପୁତ୍ର କନ୍ୟା, ବନ୍ଧୁବର୍ଗ ଏବଂ ପରିବାର ବର୍ଗଙ୍କର ଅନେକ ଖର୍ଚ୍ଚ ହେଉଥାଏ । ତତ୍ପରେ ହେଲା- ଭଜନ, କୀର୍ତନ ଓ ଭୋଜନ । ଏପରି ଘଟଣା ପରେ ଦେଖାଗଲା ଯେ, ନେତା ଜଣକ ରାବଣ ମୂର୍ତି ସ୍ଥାପନ କରି ପ୍ରତିଦିନ ପୂଜା କରୁଥାନ୍ତି । ଏଭଳି ଘଟଣା ଘଟିବାରେ ତାଙ୍କର ଅଦ୍ଭୁତପୂର୍ବ ପରିବର୍ତନ । ଆଉ କେବେ ମୂର୍ତିରେ ଅଗ୍ନି ସଂଯୋଗ ନକରିବାକୁ ପ୍ରତିଜ୍ଞାବଦ୍ଧ ହେଲେ ।

ତେବେ ଉପରୋକ୍ତ ଘଟଣା ଓ ଏହାର ନେତାବାବୁଙ୍କୁ ଚିକିତ୍ସା ପଦ୍ଧତିରେ ପ୍ରାୟ ୧୦ ପ୍ରକାର ଚିକିତ୍ସା ଥିଲା । ଏଗୁଡିକ ହେଲା, ପାଣି ଛାଟିବା ଓ ଫୁଙ୍କିବା, ପାହାଡିଆ ଗୁଣିଆ ଝାଡିବା, କଟକ ମେଡିକାଲ୍ରେ ଚିକିତ୍ସା, କବିରାଜ ଓ ହୋମିଓପ୍ୟାଥିକ୍ ଚିକିତ୍ସା, ପୂଜାପାଠ, ଜ୍ୟୋତିଷଙ୍କ ପରାମର୍ଶ, ପୁରୀଧାମ ଦର୍ଶନ, ଭଜନ କୀର୍ତନ ଓ ଭୋଜନର ବ୍ୟବସ୍ଥା ଏବଂ ଶେଷରେ ରାବଣେଶ୍ୱର ପୂଜା ହେଲା । ଗପଟି ଶେଷ ।

ସର୍ବଶେଷରେ ଲେଖକଙ୍କର ଅନୁରୋଧ, ହେ- ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ମାନେ! ଆପଣମାନେ ରାବଣେଶ୍ୱର ବା କନ୍ଦରାରାଜଙ୍କୁ ନ ପୋଡି ବଧ କରନ୍ତୁ । ପୋଡାପୋଡି ଏକ ଜଘନ୍ୟ କାର୍ଯ୍ୟ ତଥା ପରିବେଶକୁ ଦୂଷିତ କରେ । ଆଉମଧ୍ୟ ରାବଣେଶ୍ୱର ବା କନ୍ଦରା ରାଜ ଅସୁର ନୁହଁନ୍ତି ।

error: Thank You Keep Visiting