ଉତ୍ତମ ମଣିଷ ଓ ଆଦର୍ଶ ନେତା ନବୀନ ପଟ୍ଟନାୟକ

Straight to the Point

ପ୍ରଫେସର ଡଃ ଜଗନ୍ନାଥ ପ୍ରସାଦ ଦାଶ

ଗ୍ରାମ –ବିଶ୍ୱାଳି (କନିକା) , ପୋ – ଉଗ୍ର୍ରତାର, ଚାନ୍ଦବାଲି, ଜିଲ୍ଲା – ଭଦ୍ରକ

 

ଆଜକୁ ୭୨ ବର୍ଷର ତଳର କଥା, ଭାରତ ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ଏକ ବର୍ଷ ପୂର୍ବରୁ ପରାଧୀନ ଭାରତରେ ୧୯୪୬ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ସ୍ୱର୍ଗୀୟା ଜ୍ଞାନ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ଭାବରେ ନବୀନ ଜନ୍ମଲାଭ କରିଥିଲେ । ତାଙ୍କୁ ୫ ବର୍ଷ ବେଳେ ସେ କଟକରୁ ଦିଲ୍ଲୀ ଗଲେ ଏବଂ ମାଙ୍କର ତତ୍ତ୍ୱାବଧାନରେ ରହି ଜୀବନ ଅତିବାହିତ କଲେ । ତାଙ୍କର ଶିକ୍ଷା ଆରମ୍ଭ ହୁଏ ଏକ ନର୍ସରୀ ସ୍କୁଲ ପାଠପଢା , ପରେ ଡେରାଜୁନରେ ଏକ ସ୍କୁଲରେ ଅଧ୍ୟୟନ ଏବଂ ପରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ପଢି ୧୯୭୬ ମସିହାରେ ଇତିହାସରେ ଅନର୍ସ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଜଣେ ଲବ୍ଧ ପ୍ରତିଷ୍ଠ ଲେଖକ , ସାହିତ୍ୟିକ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବରେ ଜାତୀୟ ଏବଂ ଆର୍ନ୍ତଜାତିୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜଣେ ପାଠକ ଏବଂ ତାଙ୍କର ଦୁଇଟି ଘରରେ ବହୁତ ବହି ଆଲମାରିରେ ଥାଏ । ତାଙ୍କୁ ଅବସର ମିଳିଲେ ରାଜକାର୍ଯ୍ୟ ପରେ ପୁସ୍ଥକ ପଠନରେ ଥାଆନ୍ତି । ଜଣେ ଅବିବାହିତ , ବଡ଼ ଘରେ ଜନ୍ମ କରିଥିଲେ ମଧ୍ୟ ନିରାଡମ୍ବର ଜୀବନ ଶୈଳୀ , ସରଳ ସ୍ୱଭାବ, ବିନମ୍ର ଭାମ ଏବଂ ଶାନ୍ତ ସ୍ୱଭାବରେ ମଣିଷ ପରି ମଣିଷଟିଏ । ପରିଶ୍ରମୀ, ତ୍ୟାଗୀ, ଗର୍ବ ଓ ଅହଂକାର ଶୂନ୍ୟ ମଣିଷଟିଏ । ଭଲ ମଣିଷଟି ସବୁରି ଆଦର । ଜଣାଯାଏ , ଗ୍ରୀକ ଦାର୍ଶନିକ ସକ୍ରେଟିଶ୍ ଦିନେ ଉତ୍ତମ ମଣିଷ ପାଇବାକୁ କେତେଥର ରାତିରେ ଲଣ୍ଠନ ଜାଳି ପାଗଳ ସ୍ୱରୂପ ଖୋଜୁଥିଲେ । ଆଜିକାଲି ବେଳରେ ମଣିଷ ପଣିଆ ହଜି ଯାଇଛି ।
ସେ ଜଣେ ନେତା ଭାବରେ ରାଜନୀତିକୁ ପ୍ରବେଶ, ଜାତି , ଦେଶ ଏବଂ ମାତୃଭୂମି ପାଇଁ ଅମୂଲ୍ୟ ସମ୍ପଦ ତଥା ସ୍ୱାଗତ ଯୋଗ୍ୟ । ଦେଶ ଚାହେଁ ତାଙ୍କଭଳି ଶିକ୍ଷିତ ଯୁବକ ଯୁବତୀ ରାଜନୀତି କ୍ଷେତ୍ରକୁ ପ୍ରୟାସୀ ହେବା ଦରକାର । ଏହି ପରି ହେବାକୁ ତାଙ୍କର ପଦାଙ୍କ ଅନୁସରଣ କରୁଥିôବା କର୍ମୀ ଓ ମନ୍ତ୍ରୀମାନଙ୍କୁ ପ୍ରେରଣା ଦେଇଥାନ୍ତି । ରାଜନୀତିରେ ପ୍ରବେଶ ହୁଏ ତାଙ୍କର ୧୯୯୭ ମସିହାରେ ଆସ୍କାର ସାଂସଦ ଭାବରେ ଓଡିଶାର ହିତ ସାଧନାରେ । ନିଜର ଆବିର୍ଭାବରେ ପ୍ରାଦେଶିକ ଦଳ ଭାବରେ ବିଜୁ ଜନତା ଦଳ ଗଠିତ ହେବା, ରାଜ୍ୟ ଜନତା ଦଳର ନେତୃତ୍ୱ ନେଇ କାର୍ଯ୍ୟ କରି ଚାଲୁଛନ୍ତି, ଆଜକୁ ୨୦ବର୍ଷ ପୂର୍ତ୍ତିର୍ରେ । ୧୯୯୯ ତ୍ରୟୋଦଶ ଲୋକସଭାକୁ ଆସ୍ମା ନିର୍ବାଚନ ମଣ୍ଡଳିର ସେ ପୁର୍ନବାର ନିର୍ବାଚିତ ହୋଇ କେନ୍ଦ୍ରରେ ଖଣି ଓ ଖଣିଜ ବିଭାଗର କ୍ୟାନିନେଟ ମନ୍ତ୍ରୀ ଭାବରେ ଅବସ୍ଥାପିତ ହେବା ସୈାଭାଗ୍ୟର ବିଷୟ । ତତ୍ପରେ ୨୦୦୦ ମସିହାରେ ଆମର ଦ୍ୱାଦଶ ବିଧାନସଭା ନିର୍ବାଚନରେ ବିଜୁୁ ଜନତା ଦଳରୁ ନିଜେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ହେବା ପରେ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଓଡିଶା ରାଜନୀତିରେ ପ୍ରବେଶ କରି ଅନବରତ ଓଡିଶା ମା’ ଆ ମାଟିର ସେବାରେ ନିଜର କର୍ମୀଭୂମି ରୂପେ ବାଛି ନେଇ ଓଡିଶାର ସର୍ବାଙ୍ଗ ଉନ୍ନତିରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଓ ଅନୁରୋଧ କରି ଆସୁଛନ୍ତି ଗଣତାନ୍ତ୍ରିକ ପଦ୍ଧତିରେ । ଓଡିଶାର ସାମଗ୍ରୀକ ଉନ୍ନତି ପ୍ରତି ଧ୍ୟାନ ଦେବା, ତାଙ୍କର ଶାସନଗତ ଏବଂ ପରିଚାଳନାର ଶୈଳୀ, ନୂତନ ପ୍ରଥାର ପ୍ରବର୍ତନ, ଗରିିବ ଓ ଆଦିବାସୀମାନଙ୍କ ବିକାଶ, ଏବଂ ସ୍ୱତନ୍ତ୍ର ଭାବରେ ଶିଶୁ, ମହିଳା ଏବଂ ବରିଷ୍ଠ ନାଗରିକ ମାନଙ୍କୁ ସାହାଯ୍ୟ ସଦା ପ୍ରଶଂସନୀୟ । ସେ ଅନ୍ୟାୟ ଓ ଦୁର୍ନୀତିକୁ ବରଦାସ୍ତ ନ କରିବା, ଦଳୀୟ ବ୍ୟକ୍ତି ବୃନ୍ଦ ଏବଂ ଏପରିକି ନିଜ ସହିତ କାର୍ଯ୍ୟ କରୁଥିବା ମନ୍ତ୍ରୀ ବା ନେତା ବୃନ୍ଦଙ୍କର ଅନ୍ୟାୟ ଦେଖିଲେ ବରଦାସ୍ତ ନ କରିବା ଶୁଭ ଲକ୍ଷଣ । କାର୍ଯ୍ୟ ହାସଲରେ ଥାନା ବା ଦୋଷୀକୁ ଦଣ୍ଡରୁ କୋହଳ ପାଇଁ କୌଣସି ସଂସ୍ଥାକୁ ନ ଜଣାଇବା କାହାକୁ ପାତର ଅନ୍ତର ଭାବ ନ ରଖିବା ବା କାହାକୁ ପ୍ରହୋସନ ଦେବା ତାଙ୍କର ଜାତକରେ ନାହିଁ । ତେଣୁ ସେ ସଚ୍ଚୋଟ, ନୀତିବାନ ତଥା ନୀତିନିଷ୍ଠ ବ୍ୟକ୍ତି । ନିକଟରେ ୨୬ ଡିସେମ୍ବର ୨୦୧୭ରେ ପୁରୀର ୨୦ତମ ପ୍ରତିଷ୍ଠା ଦିବସରେ ମନ୍ତ୍ରୀ, ନେତୃବୃନ୍ଦ ଏବଂ ଦନୀୟ କର୍ମୀମାନଙ୍କୁ ବାର୍ତା ଥିଲା ତାଙ୍କର ମନର ଚିନ୍ତନ ଓ ଓଡିଶାକୁ ଉନ୍ନତ ପଥରେ ନେବାକୁ ଏକ ମନ୍ତ୍ର ସ୍ୱରୂପ ।
ପୁରୀ ତାଳବଣିଆର ସଭା ସ୍ଥଳକୁ ଯିବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କର ଦର୍ଶନରେ ଆଶୀର୍ବାଦ ଭିକ୍ଷା ଏବଂ ପିତା ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳରେ ସ୍ୱର୍ଗଦ୍ୱାରରେ ମାଲ୍ୟାର୍ପଣ ପରେ ସଭାସ୍ଥଳକୁ ଯିବା ଏକ ଐତିହାସିକ ଘଟଣା । ସଭାସ୍ଥଳଟି ନବୀନ ପରି ନେତାଙ୍କ ଉପସ୍ଥିତରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇ ସଭା ମଣ୍ଡପ କମ୍ପି ଉଠିଥିଲା, ସେ ଦଳ ଓ ନେତାଙ୍କୁ ସ୍ୱାଗତ ଜଣାଇଲେ । ବକ୍ତୃତାରେ ତିଳେ ମାତ୍ର୍ର ରାଜନୀତି ବା କେନ୍ଦ୍ରକୁ ଦୋଷ ଦେଇ ନଥିଲେ । ରାଜ୍ୟର ଉନ୍ନତି, ଦଳୀୟ କର୍ମୀଙ୍କୁ ତ୍ୟାଗ ସେବା ଓ କର୍ମର ମନ୍ତ୍ର ଶୁଣାଇ ବିମୋହିତ କରିଥିଲେ । ଦଳୀୟ କର୍ମୀଙ୍କୁ ବିକାଶ ତତ୍ୱ, ବିକାଶ ପାଇଁ ଆହ୍ୱାନ, କର୍ମ କରିବାର ପ୍ରେରଣା, ସେବାରେ ନିଜକୁ ସମର୍ପିତ କରିବା ଦୁର୍ନୀତ ମୁକ୍ତି ଭାବରେ ଲୋକସେବା ମନ୍ତ୍ରରେ କର୍ମୀମାନଙ୍କୁ ମୁଗ୍ମ କରିଥିଲେ । ତାଙ୍କର ଭାଷଣ ଥିଲା ଏକ ନୂତନ ଆଲୋକର ସନ୍ଧାନ । ତାଙ୍କର ଦର୍ଶନ ଓ ଆଧ୍ୟାତ୍ମିକ ଚେତନାର ବିଭୋର ବକ୍ତୃତା, ଶୃଙ୍ଖଳିତ ଓ ଦୁର୍ନୀତିମୁକ୍ତ ସେବା ହିଁ ବଡ ସଫଳତା, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଇତ୍ୟିାଦ ମହତପୂର୍ଣ୍ଣ ମନ୍ତ୍ରର ବିିଶେଷତ୍ୱ ଥିଲା । ସାଂସଦ ମନ୍ତ୍ରୀ, ବିଧାୟକ, ସରପଞ୍ଚ, ପ୍ରଭୃତିଙ୍କର ଭଲ କାମ ତାଙ୍କୁ ଭଲଲାଗେ । ସତ୍ୟ ଓ ସେବା ଦ୍ୱରା ଲୋକଙ୍କର ହୃଦୟ ଜିତିବା, ଉତ୍କଳ ମଣି ଗୋପବନ୍ଧୁଙ୍କ ପରି ରାଜ୍ୟ ବାସୀଙ୍କର ସେବା କରିବାକୁ ବାର୍ତା ଥିଲା । ଦଳର ଆଦର୍ଶକୁ ଭୁଲି ନ ଯିବା, ଏପରିକିି ସେବା ପାଖରେ କ୍ଷମତା, ସମ୍ମାନ ଓ ସଂପଦ ମୂଲ୍ୟହୀନ ବୋଲି ପ୍ରକାଶ କରିଥିଲେ ।
ଆଉ ମଧ୍ୟ କର୍ମୀ ଓ ମନ୍ତ୍ରୀମାନେ ସରଳଜୀବନ ଯାପନ, ନିର୍ମଳ ସ୍ୱଭାବ, ଲୋକଙ୍କୁ ଭଲ ପାଇବା, ଲୋକଙ୍କ ସହିତ ରହିବା ଲୋକଙ୍କ କଥା ବୁଝିବା ଓ ସମାଧାନର ସୂତ୍ର ଦେବା, ପରୋପକାର ପ୍ରଭୃତି ମାନବିକ ଗୁଣ ଓ ଧର୍ମୀ ହେବା ଦରକାର । ପଦୁଟିଏ ମଧ୍ୟ ଭାଷଣ ନ ଥିଲା, ଭୋଟ ପ୍ରଚାର ବା ଆଗାମୀ ନିର୍ବାଚନରେ ଜିତିବାର ପ୍ରୟାସ । ରାଜନୀତି ବିଜ୍ଞାନ ତତ୍ୱ କହେ “A politician thinks for the next election but a statesman thinks for the next generation”. ଏଠାରେ ତାଙ୍କର ବକ୍ତୃତାର ମନ୍ତ୍ର ବାଣୀର ଜଣାଯାଏ । ସେ ଜଣେ କେବଳ ରାଜନୀତିଜ୍ଞ ନୁହେଁ , ତାଙ୍କର ପିତାଙ୍କ ପରି ଜଣେ ରାଷ୍ଟ୍ରନୀତିଜ୍ଞ ବୋଲି ପ୍ରମାଣ କରିଥାଏ । ଏହି ପରି ଭାବରେ ବକ୍ତୃତାରେ ଥିଲା, ଲୋକଙ୍କର ହୃଦୟକୁ ଜିତିବାର ନିର୍ଦ୍ଦେଶନା । ତାଙ୍କର ସରଳ ଜୀବନ, କାହା ପ୍ରତି ରାଗ, ହିଂସା, ବିରୋଧ ଏବଂ ପ୍ରତିଶୋଧମୂଳକ ନ ଥାଏ । ଏପରି ବରଦୀ ନେତାଙ୍କୁ ଶତ ଧନ୍ୟବାନ । ମଣିଷ ପରି ମଣିଷଟିଏ ।
ଗତ ଜାନୁୟାରୀ ୫ ତାରିଖ ଦିନ ଭୁବନେଶ୍ୱର ରବିନ୍ଦ୍ରମଣ୍ଡପ ଠାରେ ଆୟୋଜିତ ପୁଲିସ – କମିଶନରେଟ୍ ଓ ବରିଷ୍ଠ ନାଗରିକଙ୍କ ଦୈତନଗରୀ କମିଶନରେଟ ପୁଲିସ ୧୦ ବର୍ଷ ପୂର୍ତ୍ତି ଅବସରରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଯୋଗଦାନ ଏବଂ ସଂକ୍ଷିପ୍ତ ଭାଷଣ ହୃଦୟ ସ୍ପର୍ଶୀ ଥିଲା । ବରିଷ୍ଠ ନାଗରିକଙ୍କ ଭଲ ମନ୍ଦରେ ଭାଗୀନ୍ଦାର ନିମନ୍ତେ ପୁଲିସ ବିଭାଗକୁ ଆହ୍ୱାନ, ସେମାନଙ୍କର ଅନଲାଇନ ପଞିକରଣର ଶୁଭାରମ୍ଭ କରିଥିଲେ । ଏହି ଲେଖକ ଜଣେ ବରିଷ୍ଠ ନାଗରୀକ ଭାବରେ ଉକ୍ତ ସଭାରେ ଯୋଗ ଦେବାର ସୁଯୋଗ ଥିଲା । ଆଉମଧ୍ୟ ତାଙ୍କ ଭାଷଣରେ ଥିଲା ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ତ୍ୱରିତ ଅନୁସନ୍ଧାନ ସହ ସମାଧାନ କରିବାକୁ ଉଦ୍ୟମ ଓ ସଦାବେଳେ ଦୃଷ୍ଟି ଦେବା ବିଷୟ । ଶେଷରେ ଶିଶୁ, ମହିଳା, ଓ ବରିଷ୍ଠ ନାଗରିକମାନଙ୍କର ହିତ ପାଇଁ କାର୍ଯ୍ୟ କରିବା । ଜନତାର ସେବା ସହିତ “ସେବା କର ଏବଂ ବିଶ୍ୱାସ ଜିତ” । ଏହି ପରି ଭାବରେ ତାଙ୍କର ସଂକ୍ଷିପ୍ତ ଭାଷଣ ବଡ ହୃଦୟ ସ୍ପର୍ଶୀ ଓ ପ୍ରେରୁଣାର ଉତ୍ସ ଥିଲା ।
ଉପରୋକ୍ତ କେତୋଟି ଘଟଣା ତାଙ୍କର ଜୀବନର ଧାରା ଓ ଓଡିଶାର ଉନ୍ନତିରେ ତାଙ୍କର ସାଧନର ପଥ ଉଜ୍ୱଳ ହେଉ । ପ୍ରକୃତରେ ସେ ଜଣେ ଉତମ ମଣିଷ , ଦକ୍ଷ ପ୍ରଶାସକ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ । ଆମର ବଡ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଓଡିଶାର ସାମଗ୍ରିକ ଉନ୍ନତିରେ ପ୍ରେରଣା ଦିଅନ୍ତୁ ।

error: Thank You Keep Visiting