ଚାଚା ନେହେରୁ

An Independent Media

ଯୁଗଯୁଗ ଧରି ମଣିଷ ପ୍ରକୃତି ସହିତ ସଂଗ୍ରାମ କରିଆସିଛି, ଧୂଳି ଧୂସରିତ ଏଇ ଧରାବକ୍ଷରେ ସ୍ୱର୍ଗର ପାରିଜାତ କାନନ ସୃଷ୍ଟି କରିବାକୁ । ସଭ୍ୟତାର ସୂର୍ଯ୍ୟୋଦୟ ଠାରୁ ଲୋକେ ସଂସାରକୁ ଆସନ୍ତି, ଖାଆନ୍ତି, ପିଅନ୍ତି ଆଉ ଦିନେ ବିଦାୟ ନେଇ ଚାଲିଯାଆନ୍ତି । ଏତ ପୋକ ମାଛିର ଜୀବନ । ଯେଉଁ ମଣିଷ ମାନବ ସେବାକୁ ବ୍ରତ କରି, ଜୀବନକୁ ଶିବଭାବି ସେବା କରେ, ତାକୁ ହରାଇଲେ ସମସ୍ତ ଜୀବଜଗତ ଓ ମନୁଷ୍ୟ ସମାଜ ଦୁଃଖୀ ହୁଏ । ଆଖିରୁ ଲୁହ ଝରାଇ ତାର ଗୁଣ ବାହୁନେ । ଏମିତି ଜୀବନ ଥିଲା ଜବାହାରଲାଲାଙ୍କର । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସ୍ୱରପାରାଣୀଙ୍କ ଗର୍ଭରୁ ମୋତିଲାଲଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କଲା । ପୁତ୍ରଟିର ନାମ କରଣ କରାଗଲା ଜବାହାରଲାଲ । ଜହର ଅର୍ଥାତ ରତ୍ନ, ଲାଲ ଅର୍ଥ ପୁତ୍ର ।

“ଆନନ୍ଦ ଭବନ” ରେ ଜବାହାରଲାଲ ଖୁସୀରେ ବଢିବାକୁ ଲାଗିଲେ । ସେ ମୁବାରକ ଅଲ୍ଲୀଙ୍କ ଠାରୁ ନାନାଦି ଗପ ଶୁଣନ୍ତି । ସିପାହୀ ବିଦ୍ରୋହର ଘଟଣାବଳୀ ତାଙ୍କ ଉପରେ ପ୍ରଭାବ ପକାଇଥିଲା । ଛୋଟବେଳରୁ ଭାରତକୁ ସ୍ୱାଧୀନତା କିପରି ମିଳିବ ସେ ଚିନ୍ତା କରୁଥିଲେ । ୧୫ ବର୍ଷ ବୟସରେ ଇଂଲଣ୍ଡର ହ୍ୟାରୋ ସ୍କୁଲରେ ନାମ ଲେଖାଇ ପଢା ପଢିରେ ମନ ଲଗାଇ ଦେଲେ । ହ୍ୟାରୋ ସ୍କୁଲରେ ପାଠ ପଢା ଶେଷ କରି, କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ନାଁ ଲେଖାଇଲେ । ସେଠି ସେ ବିଜ୍ଞାନ ପଢିଲେ, କେମଷ୍ଟ୍ରୀ, ବଟାନି ଓ ଖଣିତତ୍ୱ୍ ବିଷୟ ନେଇ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ରୁ ଡ଼ିଗ୍ରୀ ପାଶ୍ କରି ସେ ଆୟାରଲ୍ୟାଣ୍ଡ ଓ ନରୱେ ଭ୍ରମଣରେ ଯାଇଥିଲେ । ବହୁତ ଦୁର୍ଗମ ପାହାଡ଼ିଆ ଅଂଚଳ ଭ୍ରମଣ ସାରି ଏକ ହୋଟେଲରେ ବିଶ୍ରାମ ନେଲେ । ସ୍ନାନ ପାଇଁ ହୋଟେଲରେ ସୁବିଧା ନଥିବାରୁ , ଏକ ଝରଣାରେ ସ୍ନାନ ସମୟରେ ଗୋଡ଼ ଖସିଗଲା । ସେ ଝରଣା ସ୍ରୋତରେ ଭାସିଗଲେ । ବହୁ କଷ୍ଟରେ କୂଳରେ ପହଂଚିଲେ ତାଙ୍କ ବନ୍ଧୁ ଟାଣି ଉପରକୁ ଉଠଇଲେ । ଏକ ପ୍ରକାର ମୃତ୍ୟୁ ମୁଖରୁ ରକ୍ଷା ପାଇଗଲେ । ୧୯୧୨ ଖ୍ରୀଷ୍ଟାଦ୍ଧରେ ଲଣ୍ଡନରୁ ବାରିଷ୍ଟରି ପରୀକ୍ଷାରେ ଉତିର୍ଣ୍ଣ ହେଲେ । ଭାରତକୁ ଫେରି ବମ୍ବେ ବନ୍ଦରରେ ପହଂଚିଲେ । ଏଲ୍ଲାହାବାଦରେ ପିତାଙ୍କୁ ନପାଇ ସେ ମସୋରୀକୁ ଗଲେ । ପିତାଙ୍କ ଜୁନିୟର ଭାବେ ଏଲହାବାଦ କୋର୍ଟରେ ଓକିଲାତି ଆରମ୍ଭ କଲେ । ମୋତିଲାଲ ପୁଅ ଜବାହରଙ୍କୁ ପଚାରିଲେ “ ସ୍ତ୍ରୀ ସୁନ୍ଦରୀ ଚାହୁଁଚ ନା ଶିକ୍ଷିତା ଚାହୁଁଚ” ଜବାହର ଉତ୍ର ଦେଲେ ଆପଣଙ୍କର ନାକ ଦରକାର କି ଆଖି? ଆପଣଙ୍କ ପ୍ରଶ୍ନ ଠିକ୍ ଏମିତି ମୋର ଦୁଇଟି ଯାକ ଦରକାର । ମୋତିଲାଲ ଷୋଡଷ ବର୍ଷୀ ଅନିନ୍ଦ୍ୟ ସୁନ୍ଦରୀ ଉଚ୍ଚା, ପତଳା ଓ ଗୌରବର୍ଣ୍ଣ କମଳା କୁ ପୁତ୍ରବଧୁ କରିବାକୁ ସ୍ଥିର କଲେ । ୧୯୧୬ ମସିହା ଶ୍ରୀ ପଂଚମୀ ଦିନ ମୋତିଲାଲ ନିଜର ପୁତ୍ରର ବିବାହ ଉତ୍ସବ ବହୁତ ଆଡ଼ମ୍ବର ସହକାରେ ଶେଷ କଲେ । ଜବାହାରଲାଲ ଓ କମଳା ଦୁହିଁଙ୍କ ଜୀବନରେ ନୂଆ ରୂପ, ନୂଆ ମହକ ଓ ସୁଖ ସନ୍ତୋଷ ଭରି ହୋଇଗଲା । ଦେଶ ସେବା ପାଇଁ କମଳାଙ୍କ ମନରେ ଯେଉଁ ଆଗ୍ରହ ତାହା ଜବାହାରଙ୍କୁ ଖୁସି ଦେଉଥିଲା । ନୂଆ ସୁଖ ଦୁଇ ଜୀବନକୁ ଭଲ ଲଗୁଥିଲା । ସରୋଜିନୀ ନାଇଡ଼ୁଙ୍କର ଭାଷଣରେ ଜବାହାରଙ୍କ ମନରେ ଦେଶ ପ୍ରେମ ଓ ଜାତୀୟତାଭାବ ସୃଷ୍ଟି ହେଲା । ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଓ ଚମ୍ପାରଣର ନୀଳଚାଷୀଙ୍କ ବିଜୟ ଜବାହାରଙ୍କୁ ପ୍ରଭାବିତ କରିଥିଲା । କମଳା ନେହୁରୁଙ୍କ ଗର୍ଭରୁ ଏକ କନ୍ୟାଜାତ ହେଲା । ଯାର ନାମ ଦିଆଗଲା ଇନ୍ଦିରା । ପିତାଙ୍କ ବାରଣ ହେତୁ ଜବାହାର ସତ୍ୟାଗ୍ରହରେ ଯୋଗ ଦେଇ ପାରିଲେ ନାହିଁ । ଗାନ୍ଧୀ ଆସି ଆନନ୍ଦ ଭବନରେ ଚାରିଦିନ ରହି ପିତାଙ୍କ ମନକଷ୍ଟ ନକରିବାକୁ ଜବାହାରଙ୍କୁ ପରାମର୍ଶ ଦେଲେ । ଗାନ୍ଧିଜୀ ସତ୍ୟାଗ୍ରହ ଆନ୍ଦୋଳନରେ ଗିରଫ ହେଲେ । ଗାନ୍ଧିଜୀଙ୍କ ଗିରଫ ଯୋଗୁ ଜନତା ପୋଲିସ ସହ ଧସ୍ତା ଧସ୍ତି ଆରମ୍ଭ ହୋଇଗଲା । ପୋଲିସ ଗୁଳିରେ ନିରୀହ ଲୋକଙ୍କୁ ହତ୍ୟା କଲେ । ଡ଼ାୟାର ସାହେବ ପଞ୍ଜାବରେ ଆତଙ୍କ ସୃଷ୍ଟି କରି କେତେକଙ୍କୁ ବନ୍ଦୀ କଲେ । ହଣ୍ଟର କମିଶନକୁ କଂଗ୍ରେସ ବିରୁଦ୍ଧ କଲା ।

ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କର ମୃତ୍ୟ ଶୋଭାଯାତ୍ରାରେ ଗାନ୍ଧୀଙ୍କ ସହିତ ଜବାହାର ଯୋଗଦେଲେ । ଏହି ସମୟରେ କମଳା ଏକ ପୁତ୍ରଙ୍କୁ ଜନ୍ମ କରିବାର ସାତ ଦିନ ପରେ ତାର ମୃତ୍ୟୁ ହୋଇଗଲା । କମଳା ଯକ୍ଷ୍ମାରେ ଅସୁସ୍ଥ ହୋଇଗଲେ । ସେଥିପାଇଁ କମଳାଙ୍କୁ ସଙ୍ଗରେ ଧରି ଜବାହାର ଇଉରୋପ ଚାଲିଗଲେ । ଜେନେଭା ଠାରେ କିଛି ଦିନ ରହିଲେ । ମୋତିଲାଲ କନ୍ୟା କୃଷ୍ଣାଙ୍କୁ କମଳା ନେହେରୁଙ୍କର ସେବା କାର୍ଯ୍ୟ ପାଇଁ ଜେନେଭା ପଠାଇ ଦେଲେ । ଋଷ୍ ଆନ୍ଦୋଳନର ଦଶମ ବାର୍ଷିକୋତ୍ସବର ଆମନ୍ତ୍ରଣ ରକ୍ଷାକରି ମୋତିଲାଲ, ଜବାହର ଓ କୃଷ୍ଣା ବର୍ଲିନ ଠାରୁ ଋଷ୍ ଅଭିମୁଖେ ରେଳ ଯାତ୍ରା କଲେ । ସେମାନେ ପହଂଚିବା ବେଳକୁ ଉତ୍ସବ ସମାପ୍ତି ହୋଇଥିଲା । ତଥାପି ସେମାନେ ଋଷ୍ରେ •ରି ଦିନ ରହିଗଲେ । କମଳା ନେହୁରଙ୍କ ସ୍ୱାସ୍ଥ୍ୟ ସ୍ୱଭାବିକ ହେବାରୁ ଜବାହାର ସପରିବାରେ ଭାରତକୁ ଫେରିଆସିଲେ ।

ପଞ୍ଜାବ କେଶରୀ ଲାଲା ଲଜପତ ରାୟ ସାଇମନ କମିଶନଙ୍କୁ ବିରୋଧ କଲେ । ଗୋରା ସିପାହୀ ମାନେ ଜନସାଧାରଣଙ୍କୁ ଗୋରୁ ଗାଈଙ୍କ ଭଳି ଲାଠିରେ ମାଡ ଦେଲେ । ଗୋରା ସିପାହୀ ମାଡରେ ଲାଲା ଲଜପତ ରାୟ କିଛି ଦିନ ପରେ ମୃତ୍ୟୁ ମୁଖରେ ପଡିଲେ । ଲାଲାଙ୍କ ମୃତ୍ୟୁ ପରେ ଭାରତ ବର୍ଷରେ ଆନ୍ଦୋଳନ ତେଜି ଉଠିଲା । ଭଗତ୍ସିଂହ ଲାଲା ଲଜପତ ରାୟଙ୍କୁ ହତ୍ୟା କରିଥିବା ଗୋରା ପୋଲିସଙ୍କୁ ହତ୍ୟା କରି ଗିରଫ ହେଲେ । ଜବାହାରଙ୍କୁ ପୋଲିସ୍ ମାଡ଼ ମାରିଥିବା କଥା •ରି ଆଡେ ପ୍ର•ରିତ ହୋଇଗଲା । ଲାଠି ମାଡରେ ଜବାହାରଙ୍କର ସର୍ବାଙ୍ଗ ଶରୀର ବ୍ୟଥା ହେଉଥାଏ । ମୋତିଲାଲ ଖବର ପାଇ ଏହ୍ଲାବାଦରେ ପହଂଚି ଜବାହାରଙ୍କୁ ଦେଖା କଲେ । ମୋତିଲାଲ ଏକ ସମ୍ବିଧାନ ତିଆରି କଲେ ତାହା ନେହେରୁ ରିପୋର୍ଟ ନାମରେ ପ୍ରସିଦ୍ଧ । ଏହି ରିପୋର୍ଟରେ େଔପନିବେଶିକ ସ୍ୱାଧୀନତା ଥିଲା । ଏହାକୁ ସୁବାଷ ବୋଷ ଓ ଅନ୍ୟାନ୍ୟ ସତ୍ୟାଗ୍ରହୀମାନେ ବିରୋଧ କଲେ । କଂଗ୍ରେସର କଲିକତା ଅଧିବେସନରେ ଏକ ସୁତ୍ର ବାହାରିଲା । କଂଗ୍ରେସ େଔପନିବେଶିକ ସ୍ୱାଧୀନତା କରାଇ ନପାରିଲେ ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ନିମିତ ଦାବି କରାଯିବ । ଏହି େଔପନିବେଶକ ବାଦରୁ କଂଗ୍ରେସର ସଂପାଦକ ଜବାହାରଲାଲ ଓ ସୁବାଷ ବୋଷ ବିରୋଧ କରି କଲିକତା ଅଧିବେସନକୁ ଗଲେ ନାହିଁ । ମୋତିଲାଲ ସ୍ୱରାଜ ଦଳ ଗଠନ କଲେ । ମୋତିଲାଲ ଇସ୍ତଫା ଦେବାପରେ ଜବାହାର ୧୯୨୯ ମସିହାରେ କଂଗ୍ରେସର ସଭାପତି ହେଲେ । ପୂର୍ଣ୍ଣ ସ୍ୱରାଜକୁ କଂଗ୍ରେସର ଲକ୍ଷ ବୋଲି ଗ୍ରହଣ କରିନିଆଗଲା । ଇଂରେଜ ସରକାର ୧୯୨୯ରେ ଭାରତକୁ େଔପନିବେଶିକ ସ୍ୱାଧୀନତା ଦେଲେ ନାହିଁ । କଂଗ୍ରେସ ଲାହୋର ଅଧିବେଶନରେ ପୂର୍ଣ୍ଣ ସ୍ୱାଧୀନତା ପାଇବା ନିମିତ ଆନ୍ଦୋଳନ ଆରମ୍ଭ କରିଦେଲେ । ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ କୁ ସ୍ୱାଧିନତା ଦିବସ (ଶପଥ ଦିବସ) ରୂପେ ଘୋଷଣା କଲେ । ଜବାହାର ଲାଲଙ୍କୁ ଗାନ୍ଧିଜୀ ବୁଝାଇଲେ ଅହିଂସା ଅସ୍ତ୍ର ପ୍ରତ୍ୟେକ ଅସ୍ତ୍ର ଠାରୁ ବଳଶାଳୀ ଓ ଭୟଙ୍କର । ଭାରତର ପୂର୍ଣ୍ଣ ସ୍ୱାଧୀନତା ଗାନ୍ଧିଜୀଙ୍କ ଉପରେ ନ୍ୟସ୍ତ କରାଗଲା ।
ଗାନ୍ଧିଜୀ ପ୍ରଥମେ ଲବଣ କର ଉଠାଇ ନେବା ଓ ଲବଣ ଆଇନ ଭଙ୍ଗ ହିଁ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତିର ପ୍ରଥମ ପାହାଚ, ତେଣୁ ଗାନ୍ଧିଜୀ ୧୯୩୦ ଖ୍ରୀଷ୍ଟାଦ୍ଧ ଅପ୍ରେଲ ୬ ତାରିଖରେ ଦାଣ୍ଡିଠାରେ ଲୁଣ ମାରି ସରକାରଙ୍କ ଲବଣ ଆଇନକୁ ଅମାନ୍ୟ କଲେ । ଲବଣ ସତ୍ୟାଗ୍ରହ ବିରାଟ ରୂପ ଧାରଣ କଲା । ଗାନ୍ଧିଜୀଙ୍କୁ ୧୯୩୦ ମସିହା ମେ ମାସ ୫ତାରିଖରେ ଇଂରେଜ ସରକାର କାରାରୁଦ୍ଧ କଲେ । କୃଷକ ମାନଙ୍କ ଡାକରାରେ ଜହରଲାଲ କୃଷକ ମାନଙ୍କ ବୈଠକରେ ଯୋଗ ଦେଇ ସରକାରଙ୍କୁ ଖଜଣା ନ ଦେବାକୁ ଆହ୍ୱାନ କଲେ । ପୋଲିସ ତାଙ୍କୁ ଗିରଫ କରି ନୈନି ଜେଲକୁ ପଠାଇ ଦେଲେ । ବିଚାରରେ ଦୁଇ ବର୍ଷ ଜେଲ ଦଣ୍ଡ ଓ ଦୁଇଶତ ଟଙ୍କା ଜୋରିମାନା, ଏହା ଥିଲା ତାଙ୍କର ପଂଚମ ଜେଲଦଣ୍ଡ । ୧୯୩୦ ନଭେମ୍ବର ୧୪ ତାରିଖ ରେ ଜବାହାର ଲାଲଙ୍କ ଜନ୍ମ ଦିବସରେ ସାରା ଭାରତରେ ସଭା ସମିତିରେ ତାଙ୍କର ଭାଷଣ ପଠନ କରାଗଲା । ଜହର ଲାଲ ନୈନି ଜେଲରେ ଥିବା ସମୟରେ ମୋତିଲାଲ ଗିରଫ ହୋଇ ଉକ୍ତ ଜେଲରେ ରହିଲେ । ମୋତିଲାଲଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମୁକ୍ତ କରିଦିଆଗଲା ।

କୃଷକମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବେତ୍ରାଘାତର ପ୍ରତିବାଦରେ ଜହର ଲାଲ ଅନଶନ ଆରମ୍ଭ କରିଦେଲେ । ବେତ୍ରାଘାତ ସ୍ଥଗିତ ହେଲା । ୧୯୩୧ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଜହରଲାଲ କାରାମୁକ୍ତ ହେଲେ । ଜାନୁଆରୀ ୨୭ ତାରିଖରୁ ସ୍ୱାଧୀନତା ଦିବସ ରୂପେ ସାରା ଭାରତରେ ପାଳନ କରାଗଲା । କମଳା ନେହେରୁ ଆନ୍ଦୋଳନରେ ଯୋଗ ଦେଇ ସ୍ୱାମୀଙ୍କ ପଥର ଯାତ୍ରୀ ହୋଇ ୧୯୩୧ ଖ୍ରୀଷ୍ଟାଦ୍ଧରେ ବନ୍ଦୀ ହେଲେ । ମୋତିଲାଲ ନେହେରୁ ୧୯୩୧ ମସିହା ଅପ୍ରେଲ ଛଅ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କଲେ । ବିରାଟ ଶୋଭାଯାତ୍ରାରେ ଗଙ୍ଗା ନଦୀ କୂଳରେ ମୋତିଲାଲଙ୍କ ମରଶରୀରକୁ ସଂସ୍କାର କରାଗଲା । ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଓ ଅନ୍ୟାନ୍ୟ ନରସଂହାରକୁ ମନେପକାଇ ଅପ୍ରେଲ ୬ ରୁ ୧୩ ତାରିଖ ଯାଏ ଜାତୀୟ ଦିବସ ପାଳନ କରାଗଲା । ମୋତିଲାଲଙ୍କ ପତ୍ନୀ ସ୍ୱରୂପାରାଣୀଙ୍କୁ ଇଂରେଜ ସିପାହୀ ଧକ୍କା ମାରି ତଳେ ପକାଇ ଦେବାରୁ ସେ ଆଘାତ ପାଇଲେ । ଏହି ଆଘାତ ଖବର ଭୁଲ କ୍ରମେ ସ୍ୱରୂପାରାଣୀଙ୍କର ମୃତ୍ୟୁ ରୂପେ ପ୍ରଚାରିତ ହୋଇଯିବାରୁ ବିଭିନ୍ନ ସ୍ଥାନରେ ଦଙ୍ଗା ଆରମ୍ଭ ହୋଇଗଲା । ଜହରଲାଲ ଶେଷ ତାରିଖ ପୂର୍ବରୁ କାରାମୁକ୍ତ ହେଲେ । କମଳାଙ୍କ ମୃତ୍ୟୁ ପରେ ନେହେରୁ ଭାଙ୍ଗି ପଡିଲେ । ତେଣୁ ସେ ଇନ୍ଦିରା ଗାନ୍ଧୀଙ୍କୁ ଇଂଲଣ୍ଡର କ୍ରିଷ୍ଟଲ ବ୍ୟାଡମିଣ୍ଟନ ବିଦ୍ୟାଳୟରେ ପାଠ ପଢାଇଲେ । ଜାପାନ ଚାଇନା ଉପରେ ବୋମା ବର୍ଷଣ କରୁଥାଏ କଂଗ୍ରେସର ପ୍ରତିନିଧି ରୂପେ ନେହେରୁ ଚୀନ ଗଲେ । ଚୀନର ତତ୍କାଳୀନ ଶାସକ ଓ ତାଙ୍କର ସ୍ତ୍ରୀ ତାଙ୍କୁ ବହୁତ ସମ୍ବର୍ଦ୍ଧନା ଦେଲେ । ଦ୍ୱିତୀୟ ମହାଯୁଦ୍ଧରେ ଇଂଲଣ୍ଡ ସରକାର କଂଗ୍ରେସର ସହାୟତା ଇଚ୍ଛା କରିବାରୁୁ କଂଗ୍ରେସ ସ୍ୱାଧୀନତା ଦାବୀ କଲା । ୧୯୪୨ ମସିହା ମାର୍ଚ୍ଚ ମାସରେ ଇନ୍ଦିରାଙ୍କ ବିବାହ ଫରାସି ଜାତିର ଫିରୋଜ ସହିତ ଆନନ୍ଦ ଭାବନରେ ଅନୁଷ୍ଠିତ ହେଲା । ଦ୍ୱିତୀୟ ମହାଯୁଦ୍ଧରେ ଇଂଲଣ୍ଡର ଆର୍ଥିକ ସ୍ଥିତି ଦୋହଲି ଗଲା । ତା ପକ୍ଷେ ଭାରତକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଲା । ତେଣୁ ଇଂରେଜ ସରକାର ଭାରତରୁ ତଡାଖାଇ ଯିବା ଅପେକ୍ଷା ଭାରତକୁ ସ୍ୱାଧୀନତା ଦେବା କଥା ଚିନ୍ତାକଲେ । ତେଣ ୁ ୧୯୪୬ ମସିହାରେ ଭାରତରେ ସାଧାରଣ ଭୋଟ ଅନୁଷ୍ଠିତ ହେଲା । ଇଂରେଜ ମାନେ କୌଶଳରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଗୃହ ଯୁଦ୍ଧ ଆରମ୍ଭ କରିଦେଲେ । ଏହି ଗୃହ ଯୁ୍ଦ୍ଧରେ ବହୁ ନର ନାରୀ ଓ ଶିଶୁ ବଳି ପଡିଗଲେ । ଭାରତର ସ୍ୱାଧୀନତା ବ୍ରିଟିଶ ପାର୍ଲିଆମେଣ୍ଟରେ ମଞ୍ଜୁର ହୋଇଗଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବିଭାଜିତ ହୋଇ ସ୍ୱାଧୀନତା ଲାଭ କଲା । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ରୂପେ ଜବାହରଲାଲ ନେହେରୁ ଶପଥ ଗ୍ରହଣ କଲେ । ରାଷ୍ଟ୍ରର ଶାନ୍ତି ପାଇଁ ସେ ପଂଚଶୀଳ ନୀତିକୁ ଗ୍ରହଣ କରିଥିଲେ । ନିଜ ପରିବାରରେ ଚାଚା ଥାଆନ୍ତି, ଗାଁ ଗହଳିରେ କିଛି ଲୋକ ଥାଆନ୍ତି ଯାହାକୁ ସମସ୍ତେ ଭଲ ପାଆନ୍ତି ତାଙ୍କୁ ଚାଚା କହନ୍ତି । ଯାହାଙ୍କୁ ସାରା ଦେଶ ଭଲପାଏ ଓ ଚାଚା ବୋଲି ସମ୍ବୋଧନ କରନ୍ତି, ସେ ହେଉଛନ୍ତି ଚାଚା ନେହେରୁ । ୧୯୬୪ ମସିହା ମେ ମାସ ୨୭ ତାରିଖରେ ଜବାହାରଲାଲଙ୍କ ଦେହାନ୍ତ ହୋଇଗଲା । ଦେଶ ପାଇଁ ତାଙ୍କର ମହାନ୍ ତ୍ୟାଗ, ଆଦର୍ଶ ଓ ସଂଗ୍ରାମ ଦେଶ ବାସୀଙ୍କ ହୃଦୟ ରାଜ୍ୟରେ ଅଦ୍ୟାବଧି ଅବିସ୍ମରଣୀୟ ହୋଇ ରହିଛି ଓ ଯୁଗ ଯୁଗକୁ ରହିଥିବ ।

One thought on “ଚାଚା ନେହେରୁ

  • November 27, 2018 at 8:00 am
    Permalink

    nice article

Comments are closed.

error: Thank You Keep Visiting