ପୁଣି ଥରେ ଧମାକାଦାର୍ ଏଣ୍ଟ୍ରୀ ନେବାକୁ ଯାଉଛନ୍ତି ହଟ୍ ଗର୍ଲ ଶିଳ୍ପା ଶେଟ୍ଟୀ

Straight to the Point

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସର୍ବଦା ଛୋଟ ପରଦାରେ ଦେଖିବାକୁ ମିଳିଥାନ୍ତି । ସେ ବହୁତ ବର୍ଷ ଧରି ବଲିଉଡ୍ ଦୁନିଆଠାରୁ ନିଜକୁ ଦୂରେଇ ରଖିଥିଲେ ।

ଏଥର ଖବର ମିଳିଛି ଯେ ବହୁତ ଶୀଘ୍ର ବଲିଉଡ୍ ଦୁନିଆକୁ ଫେରିବାକୁ ଯାଉଛନ୍ତି । ସୂଚନାନୁସାରେ ଶିଳ୍ପା ଏକ ଆକ୍ସନ ଫିଲ୍ମ ‘ନିକ୍କମା’ ଜରିଆରେ ଆଉଥରେ ବଲିଉଡ୍ ଦୁନିଆରେ ଏଣ୍ଟ୍ରୀ ନେବାକୁ ଯାଉଛନ୍ତି ।

ଏହାପୂର୍ବରୁ ୨୦୦୭ରେ ଚଳଚ୍ଚିତ୍ର ‘ଅପନେ’ ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଶିଳ୍ପା ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ ଏବଂ ‘ଦୋସ୍ତାନା’ ମାଧ୍ୟମରେ ନଜର ଆସିଥିଲେ ।

ଶିଳ୍ପା ନିଜର ପ୍ରତିକ୍ରିୟରେ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ସେ ଆଉଥରେ ଫିଲ୍ମ ଦୁନିଆରେ ପ୍ରବେଶ ଓ ବଡ଼ ପରଦାକୁ ଆସବା ପାଇଁ ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି ।

error: Thank You Keep Visiting