ବିବାହ ପ୍ରସଙ୍ଗରେ କ’ଣ କହୁଛନ୍ତି ପ୍ରଭାସ?

Straight to the Point

ମୁମ୍ବଇ : ଅଗଷ୍ଟ ଶେଷବେଳକୁ ବହୁ ପ୍ରତୀକ୍ଷିତ ବଲିଉଡ଼୍ ଚଳଚ୍ଚିତ୍ର ‘ସାହୋ’ ମୁକ୍ତିଲାଭ କରିବାକୁ ଯାଉଛି। ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ଉଭୟରେ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟ ଭୂମିକାରେ ବାହୁବଳୀ ପ୍ରଭାସ, ଶ୍ରଦ୍ଧା କପୁର, ନିଲ୍ ନିତିନ୍ ମୁକେଶ, ଜ୍ୟାକି ଶ୍ରଫ୍ ଅଭିନୟ କରୁଛନ୍ତି। ନିକଟରେ ଏଇ ଚଳଚ୍ଚିତ୍ରର ପ୍ରଚାର ଅବସରରେ ପ୍ରଭାସ ନିଜ ମନକଥା ପ୍ରକାଶ କରିଛନ୍ତି। ତାଙ୍କ ମତରେ ବଲିଉଡ ଚଳଚ୍ଚିତ୍ରରେ କାମ କରି ସେ ଖୁବ୍ ଖୁସି। ଏବେ ତାଙ୍କର ଲକ୍ଷ୍ୟ ହେଲା କିଙ୍ଗ୍ ଖାନ୍ ଶାହରୁଖ୍ ଓ ସୁଲତାନ୍‌ ସଲମାନ୍‌‌ଙ୍କ ସହ କାମ କରିବାର ସୁଯୋଗ ପାଇବା। ତାଙ୍କ ପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ସୋଲେ’ ବୋଲି କହିଥିବାବେଳେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସେ ଜଣେ ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ବିବାହ ପ୍ରସଙ୍ଗରେ ପ୍ରଭାସ ଲାଜେଇ ଯିବାବେଳେ ଖୁବ୍ ଶୀଘ୍ର ପ୍ରଶଂସକଙ୍କୁ ଶୁଭ ଖବର ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Thank You Keep Visiting