‘ସାହୋ’ ରିଲିଜ୍ ପୂର୍ବରୁ ୩୨୦ କୋଟି ଇନ୍ କମ୍

Straight to the Point

ମୁମ୍ବାଇ: ‘ସାହୋ’ ଚଳଚିତ୍ର ଚଳିତ ମାସ ୩୦ ତାରିଖରେ ରିଲିଜ୍ ହେବ । ଫିଲ୍ମ ନିର୍ମାଣରେ ୩୫୦ କେ୍ାଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରିଲିଜ ପୂର୍ବରୁ ୩୨୦ କୋଟି ଟଙ୍କା ଇନ୍ କନ୍ କରିସାରିଥିବା ଜଣାପଡ଼ିଛି । ଏଥିରେ ମୁଖ୍ୟ ଭୂମିକାରେ ସାଉଥ୍ ସୁପର୍ଷ୍ଟାର ପ୍ରଭାସ୍ ଓ ବଲିଉଡ୍ ଷ୍ଟାର୍ ଶ୍ରଦ୍ଧା କପୁରଙ୍କ ଅଭିନୀତ କରିଛନ୍ତି । ଟ୍ରେଲର୍ ରିଲିଜ୍ ହେବା ପରେ ସିନେ ପ୍ରେମୀମାନେ ଏହାକୁ ଦେଖିବାକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଏବେ ଫିଲ୍ମର ପ୍ରମୋସନ୍ ପାଇଁ ଦୁହେଁ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ଶୁଣାଯାଇଛି ଯେ, ଏହି ସିନେମା ପାଇଁ ପ୍ରଭାସ ୧୦୦ କୋଟି ଟଙ୍କା ନେଇଛନ୍ତି । ମାତ୍ର ସେ ଏହି ଖବରକୁ ଖଣ୍ଡନ କରିବା ସହ ମଥ୍ୟବୋଲି ପ୍ରକାଶ କରିଛନ୍ତି । “ସାହୋ’ ଚଳଚିତ୍ରରେ ସୁଜିତ ରେଡ୍ଡି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ମନ୍ଦିରା ବେଦୀ, ନୀଲ୍ ନିତିନ ମୁକେଶ, ଜ୍ୟାକି ଶ୍ରଫ୍ ଓ ଚୁଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଛନ୍ତି ।

error: Thank You Keep Visiting