ବିବାଦରେ ଫସିଥିବା ମହାକ୍ଷୟଙ୍କ ସହ ତାଙ୍କ ବାନ୍ଧବୀ ମଦାଳସାଙ୍କ ବିବାହ

Straight to the Point

ନୂଆଦିଲ୍ଲୀ: ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ତଥା ବଳାତ୍କାର ଅଭିଯୋଗରେ ବିବାଦରେ ଫସିଥିବା ମହାକ୍ଷୟଙ୍କ ସହ ତାଙ୍କ ବାନ୍ଧବୀ ମଦାଳସାଙ୍କ ବିବାହ ଅନୁଷ୍ଠିତ ହୋଇଛି। ବିବାହ ପରେ ନବଦମ୍ପତି ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପୂର୍ବରୁ ଏହି ବିବାହ ୭ଜୁଲାଇରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇ ଥିଲା। ତେବେ ପୁଲିସ ବିବାହସ୍ଥଳରେ ତଦନ୍ତ ପାଇଁ ପହଞ୍ôଚବା ପରେ ବିବାହୋତ୍ସବକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ପରିବାରବର୍ଗ ନିଷ୍ପତ୍ତି ନେଇଥିଲେ। ମଦାଳସା- ମହାକ୍ଷୟଙ୍କ ବିବାହ କେଉଁଠି ହେଲା ଏହା ଅଦ୍ୟାବଧି ଜଣା ପଡ଼ିନାହିଁ।
ବିବାହର ମାତ୍ର କିଛି ଦିନ ପୂର୍ବେ ଜଣେ ଭୋଜପୁରୀ ଅଭିନେତ୍ରୀ ମହାକ୍ଷୟ ଓ ତାଙ୍କ ମା’ ଯୋଗିତାବାଲୀଙ୍କ ନାମରେ ଗର୍ଭପାତ ଓ ବଳାତ୍କାର ଅଭିଯୋଗ ଆଣିବା ପରେ ବିବାଦ ଘନୀଭୂତ ହୋଇଥିଲା। ଦିଲ୍ଲୀର ରୋହିଣୀ କୋର୍ଟରେ ମହାକ୍ଷୟ ଓ ଯୋଗିତାବାଲୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦିଆଯାଇ ଥିଲା। ଫଳରେ ଯୋଗିତା ବାଲୀ ଓ ମହାକ୍ଷୟ ମୁମ୍ବଇ ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଦିଲ୍ଲୀର ଏକ କୋର୍ଟ ଯୋଗୀତାବାଲି ଓ ମହାକ୍ଷୟଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ। ତାମିଲନାଡ଼ୁର ନୀଲଗିରି ସ୍ଥିତ ଉଟିରେ ମିଥୁନଙ୍କ ହୋଟେଲରେ ମହାକ୍ଷୟ ଓ ମଦାଳସାଙ୍କ ବିବାହ ଅନୁଷ୍ଠିତ ହେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ବିବାହ ପୂର୍ବରୁ ମଦାଳସାଙ୍କ ମା’ ତଥା ଅଭିନେତ୍ରୀ ଶୀଲା ଶର୍ମା ଜ୍ୱାଇଁ ମହାକ୍ଷୟଙ୍କୁ ସମର୍ଥନ କରିଥିଲେ। ଘଟଣାର ବାସ୍ତବତା ସେ ଜାଣିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ମଧ୍ୟ କରିଥିଲେ।
ଭୋଜପୁରୀ ଅଭିନେତ୍ରୀଙ୍କ ପାନୀୟରେ ନିଶା ଔଷଧ ମିଶାଇ ମହାକ୍ଷୟ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପରେ ମହାକ୍ଷୟ ବିବାହ ପ୍ରତିଶ୍ରୁତି ଦେବାରୁ ଦୀର୍ଘ ୪ବର୍ଷ ଧରି ଏହାକୁ ନେଇ ଅଭିନେତ୍ରୀ ଜଣକ ଚୁପ୍‍ ରହିଥିଲେ ବୋଲି ଅଭିନେତ୍ରୀଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ଗଣମାଧ୍ୟମରେ କହିଛନ୍ତି।
ଅପରପକ୍ଷରେ ମଦାଳସା ବଲିଉଡ୍‍ରେ ସୁଯୋଗ ପାଇବା ପୂର୍ବରୁ ୨୦୦୯ରେ ତେଲୁଗୁ ସିନେମା “ଫିଟିଙ୍ଗ୍‍’ରେ ନିଜ କଳା ନୈପୁଣ୍ୟ ପ୍ରମାଣିତ କରିଥିଲେ। ଅଦ୍ୟାବଧି ବଲିଉଡ୍‍ରେ ଗଣେଶ ଆଚାର୍ଯ୍ୟଙ୍କ ପ୍ରଡକସନ୍‍ ବ୍ୟାନରରେ ନିର୍ମିତ “ଏଞ୍ଜେଲ’ରେ ମଦାଳସା କାମ କରିଛନ୍ତି।

 

[amazon_link asins=’B077XXRDJM,B07D7WT3BF,B07DCS3FWQ,B075Q7TP91,B07B73JX6W,B079DVC8S1,B07DC5ZWQV,B07BPZJ9VT,B07BPYFSZX’ template=’ProductCarousel’ store=’odishajournal-21′ marketplace=’IN’ link_id=’a19350ad-8456-11e8-8bf7-ed5a22307f11′]

error: Thank You Keep Visiting