ନାକ ପାଇଁ ହରାଇଲେ ୮ଟି ଫିଲ୍ମ

Straight to the Point

ବଲିଉଡ୍‌ରେ ବହୁ ଚଚ୍ଚିର୍ତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ । ଏବେ ତାଙ୍କର ଲଭ ଲାଇଫ୍କୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା । କୁହାଯାଉଛି ସେ କୁଆଡ଼େ ତାଙ୍କ ଠାରୁ ୧୦ ବର୍ଷ ସାନ ଆମେରିକା ବୟଫ୍ରେଣ୍ଡ ଆକ୍ଟର ତଥା ସିଙ୍ଗର ନିଜ୍ ଜୋନ୍ଧିଙ୍କ ସହ ଡେଟ୍‌ କରୁଛନ୍ତି । ଏହା ବ୍ୟତୀତ ପ୍ରିୟଙ୍କା ୨ ବର୍ଷ ପରେ ଫିଲ୍ମ ‘ଭାରତ’ ଜରିଆରେ ବଲିଉଡ୍ ଫେରୁଛନ୍ତି । ସନ୍ତି ଦେଓଲ ଓ ପ୍ରୀତି ଜିଟାଙ୍କ ଫିଲ୍ମ ‘ହିରୋ’ରେ ପ୍ରିୟଙ୍କା ଡେବ୍ୟୁ କରିଥୁଲେ । ଏହି ଫଇଲ୍ମରେ ସେ ଦ୍ବିତୀୟ ଲିଡ୍ ଭୂମିକାରେ ଅଭିନୟ କରିଥିଲେ। ଏବେ ସେ ଇଂଟରନ୍ୟାସନାଲ ଷ୍ଟାର ମାନ୍ୟତା ହାସଲ କରିସାରିଛନ୍ତି । ନିଜର ବ୍ୟାଲେଟ ବଳରେ ସେ ଶୀର୍ଷରେ ପହଁଚିପାରିଛନ୍ତି । କିନ୍ତୁ ଏକଦା ଡେବ୍ୟୁ କରିବା ପୂର୍ବରୁ ତାଙ୍କ ହାତରୁ ବହୁ ଫିଲ୍ମ ଚାଲିଯାଇଥିଲା । ଯେଉଁଥୁପାଇଁ ଆଜି ବି ତାଙ୍କର ଅବଶୋଷ ରହିଛି । ନିକଟରେ ପ୍ରିୟଙ୍କା ବାୟୋଗ୍ରାଫି ଆସିଥୁଲା ଏହାକୁ ଲେଖୁଛନ୍ତି ସାମ୍ବାଦିକା ଭାରତୀ ପ୍ରଧାନ ଏହି ବହିର ନାଁ ହେଉଛି ‘ପ୍ରିୟଙ୍କା ଚୋପ୍ରା: ଦ ଡାର୍କ ହର୍ସ । ଏଥିରେ ପ୍ରିୟଙ୍କାକ କ୍ୟାରିୟର ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି । ସେଥିରେ ଲେଖାହୋଇଛି ଯେ ବିଜୟ ଗିଲାନି ପ୍ରଥମେ ପ୍ରିଅୟଙ୍କାକୁ ଫିଲ୍ମ ଅଫର କରିଥିଲେ । ଏହି ଫଇଲ୍ମରେ ପ୍ରିୟଙ୍କାଙ୍କ ସହ ବବି ଦେଓଲଙ୍କୁ ନିଆଯାଇଥୁଲା । ସୁଟିଂର ପ୍ରଥମ ଦିନରେ ପ୍ରଯୋଜକ ଗିଲାନି ପ୍ରିୟଙ୍କାଙ୍କୁ ଭ୍ୟାନିଟି ଭ୍ୟାରେ ଭେଟିଥୁଲେ । ସେତେବେଳେ ପ୍ରିୟଙ୍କା ଲଣ୍ଡନରେ ନାକ ସର୍ଜରୀ କରିଥିଲେ ଯାହା ଫଳରେ ସେ ଦେଖୁବାକୁ ଅଜବ ଲାଗୁଥିଲେ ବୋଲି ଗିଲାନି କହିଲେ । ତେଣୁ ତାଙ୍କୁ ନେଇ ଫଇଲ୍ମ କରିବାକୁ ଗିଲାନି ରାଜି ହୋଇନଥୁବା ବାୟୋଗ୍ରାଫିରେ ଲେଖାହୋଇଛି । କେବଳ ସେତିକି ନୁହେଁ, ବବି ଦେଓଲ ମଧ୍ୟ ପ୍ରିୟଙ୍କା ସହ କାମ କରିବାକୁ ରାଜି ହୋଇନଥିଲେ। ଏପରିକି ବବି ଫିଲ୍ମ ପାଇଁ ମିଳିଥିବା ଟଙ୍କା ମଧ୍ୟ ଫେରସ୍ତ କରିଦେଇଥୁଲେ। ଯାହାଫଳରେ ଫିଲ୍ମ ଅଧାରୁ ଅଟକିଗଲା । ଆଉ ପ୍ରିୟଙ୍କା ମାର୍କେଟ ଭାଲଭ୍ୟ କମିଯାଇଥିଲା । କେବଳ ନାକ ପାଇଁ ପ୍ରିୟଙ୍କାଙ୍କୁ ୮ଟି ଫିଲ୍ମର ସୁଯୋଗ ହାତଛଡ଼ା କରିବାକୁ ପଡ଼ିଥିଲା ।

error: Thank You Keep Visiting