ଚାଣକ୍ୟ ଭୂମିକାରେ ଆସୁଛନ୍ତି ଅଜୟ ଦେବଗନ

An Independent Media

ଅଜୟ ଦେବଗନ ଆସୁଛନ୍ତି ଚାଣକ୍ୟ ହୋଇ । ନିର୍ମାତା ନିରଜ ପାଣ୍ଡେଙ୍କ ଆଗାମୀ ଚଳଚ୍ଚିତ୍ର ‘ଚାଣକ୍ୟ’ରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ୍ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି। ଅକ୍ଟୋବରରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ। ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କାମ ଚାଲିଥିବାବେଳେ ଏହି ଐତିହାସିକ ଚଳଚ୍ଚିତ୍ର ପାଇଁ ଅଜୟଙ୍କ ଲୁକ୍ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଅଜୟଙ୍କୁ ୫-୬ କିଲୋ ଓଜନ ବଢ଼ାଇବାକୁ ହେବ, ଏଥିପାଇଁ ସେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି। ପ୍ରଥମଥର ପାଇଁ ଅଜୟଙ୍କ ପରି ଜଣେ ଅଭିଜ୍ଞ କଳାକାରଙ୍କ ସହ ନିରଜ୍ କାମ କରିବାକୁ ଯାଉଛନ୍ତି। ସାକ୍ଷାତକାର୍‌ରେ ସେ କହିଛନ୍ତି, ଅଜୟଙ୍କ ସହ ଯେତେବେଳେ ସେ ଫୋନ୍‌ରେ ବାର୍ତ୍ତାଳାପ କଲେ, ସେଇ ସମୟରେ ହିଁ ସେ ସବୁଜ ସଙ୍କେତ ଦେଇଦେଲେ। କାରଣ ଚାଣକ୍ୟ ପରି ଚରିତ୍ରରେ ଅଭିନୟ କରିବା ନିମନ୍ତେ କାହାଣୀ ଶୁଣିବାର ଆବଶ୍ୟକତା ନଥିଲା ବୋଲି ଅଜୟଙ୍କ ଯୁକ୍ତି। ନିରଜ ପାଣ୍ଡେ ‘ସ୍ପେଶଲ୍-୨୬’, ‘ବେବି’, ‘ଏମ୍‌.ଏସ୍.ଧୋନି’ ପରି ହିଟ୍ ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି।

error: Thank You Keep Visiting