ଧର୍ମପ୍ରାଣା ଅପର୍ଣ୍ଣା

Straight to the Point

ଧର୍ମ ଓ ପୂଜାପାଠକୁ ପ୍ରାଧାନ୍ୟ ଦେଉଥିବା ଅଭିନେତ୍ରୀ ଅପର୍ଣ୍ଣା ବାଜପେୟୀ । ଅପର୍ଣ୍ଣାର ଅର୍ଥ ପାର୍ବତୀ । ଅପର୍ଣ୍ଣା ଧାର୍ମିକା: ପ୍ରତି ଦିନ ପୂଜା ପାଠ ଓ ନିୟମିତ ବ୍ୟବଧାନରେ ପ୍ରସିଦ୍ଧ ଦେବାଳୟମାନ ଦର୍ଶନ କରନ୍ତି । ସେ ଚଣ୍ଡୀଗଡ଼ର ଝିଅ । ସଂଟ ଜାଭିୟର୍ସ ସିନିୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ୨ ଯାଏ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଆସିଥିଲେ । ଦିଲ୍ଲୀରେ ତାଙ୍କର ସହପାଠୀ ଥିଲେ ରାଜସ୍ଥାନର ଝିଅ ଦିଶା ପାଣ୍ଡ । ୨୦୦୯ରେ ଦୁହେଁ ପାଠ ଛାଡ଼ି ଗ୍ରାମର ଦୁନିଆରେ ପ୍ରବେଶ କରିଥିଲେ । ଏକତ୍ର ମୁମ୍ବାଇ ଆସିଥିଲେ ଏବଂ ଦିଶାଙ୍କୁ ମିଳିଥିଲା ‘ବୋଲା ରାମ’ । ଅପର୍ଣ୍ଣା ପାଇଥିଲେ ଏକ ତାମିଲ ଫିଲ୍ମ । ଆଜିକାଲି ଦୁହେଁ ରହୁଛନ୍ତି

ଚେନ୍ନାଇରେ ଏବଂ ମୁଖ୍ୟତଃ ଦକ୍ଷିଣୀ ଫିଲ୍ମରେ ଅଭିନୟ କରୁଛନ୍ତି । ଅପର୍ଣ୍ଣା ଚାରିବର୍ଷରେ ଛଅଟି ଫିଲ୍ମରେ ଅଭିନୟ କରିଛନ୍ତି । ଅମିର ଖାନ୍‌ଙ୍କ ସହ ଏକ ମୃଦୁଃପାନୀୟ ବିଜ୍ଞାପନ ଫିଲ୍ମରେ ମଧ୍ୟ ସେ କାମ କରିଥିବା ଜଣାଯାଏ। ସେ ଇତି ମଧ୍ୟରେ ତାମିଲ ଶିଗଲେଣି। ଅନ୍ୟଦ୍ଵାରା ଡବିଂ କରାଇବାକୁ ପଡୁନାହିଁ । ତାଙ୍କର ଆଗାମୀ ଫିଲ୍ମ ‘ଏକସ୍ ଏସ ଏସ’ ମୁକ୍ତିଲାଭ ଅପେକ୍ଷାରେ ।

error: Thank You Keep Visiting