ଫିଲ୍ମ ଫ୍ରାଇଡେରେ ରିଲିଜ ଅପେକ୍ଷାରେ ବାଗୀ-3

An Independent Media

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବାକୁ ଆସୁଛି ‘ବାଗୀ ୩’। ଏହି ଫିଲ୍ମରେ ପୁଣିଥରେ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ। ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍‌ ଅନ୍ଦାଜ ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳିସାରିଛି। ତେଣୁ ଫିଲ୍ମକୁ ମଧ୍ୟ ଭଲ ରେସପନ୍ସ ମିଳିବ ବୋଲି ନିର୍ମାତା ଆଶା ରଖିଛନ୍ତି।
‘ବାଗି’ ଓ ‘ବାଗି ୨’ର ସଫଳତା ପରେ ‘ବାଗି ୩’ରେ ତିନି ଗୁଣା ଅଧିକ ସସ୍‌ପେନ୍ସ, ଥ୍ରୀଲର ଓ ଆକ୍ସନ୍‌ ରହିବ। ଫିଲ୍ମର ହିରୋ ରୋନି ସବୁଠୁ ଖତରନାକ୍‌ ମିଶନ୍‌ରେ ବାହାରିଛନ୍ତି। କାରଣ ତାଙ୍କ ମୁକାବିଲା କୌଣସି ଛୋଟମୋଟ ଭିଲେନ୍‌ ସହ ନୁହେଁ ପୂରା ଦେଶ ଓ ଆତଙ୍କବାଦ ସହ ରହିଛି।
ଏହି ଫିଲ୍ମଟି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ର ତୃତୀୟ ପାର୍ଟ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍‌ ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଚଙ୍କି ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅହମଦ ଖାନ୍ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସାଜିଦ୍‌ ନାଡିଆଦବାଲା ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୬ରେ ରିଲିଜ୍‌ ହେବ। ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ‘ବାଗୀ ୨’ରେ ଟାଇଗର୍‌ଙ୍କ ସହ ଦିଶା ପଟାନୀ ଥିଲେ।

error: Thank You Keep Visiting