ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ୨ଟି ଭିନ୍ନ ସ୍ବାଦର ଚଳଚ୍ଚିତ୍ର

An Independent Media

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଦୁଇଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଗୋଟିଏ ପଟେ ରହିଛି ଶାହାରୁଖ ଖାନଙ୍କ ପ୍ରଯୋଜିତ କାମୟାବ୍, ଅନ୍ୟପଟେ ରହିଛି ଆକ୍ସନ ଫିଲ୍ମ ବାଗୀ ଥ୍ରୀ । ବାଗୀର ୨ୟ ସିକ୍ୱେଲ ଭାବେ ନିମିତ ହୋଇଛି ବାଗୀ ଥ୍ରୀ । ମୁଖ୍ୟ ଭୂମିକାରେ ଟାଇଗ ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖଙ୍କ ଅଭିନୟ ରହିଛି । ଫିଲ୍ମରେ ସ୍ଥାନ ପାଇଥିବା ଆଇଟମ ଗୀତରେ ଦିଶା ପଠାନିଙ୍କୁ ଦେଖିବାକୁ ମିଳିଛି । ଅହମ୍ମଦ ଖାନ ନିର୍ଦ୍ଦେଶିତ ବାଗୀ ଥ୍ରୀରେ ଭରପୂର ଆକ୍ସନ,ଦମଦାର ଷ୍ଟଂଟ,ମନକୁ ଛୁଉଁଥିବା ଡାଇଲଗ ଦେଖିବାକୁ ମିଳିଛି ।ଏଥିସହ କାହାଣୀ ଓ ଗୀତକୁ ମଧ୍ୟ ମିଳୁଛି ଦର୍ଶକଙ୍କ ପ୍ରଶଂସା ।

ବାଗୀ ଥ୍ରୀ ସହିତ ପରଦାକୁ ଆସିଛି  ଡ୍ରାମା ଫିଲ୍ମ କାମୟାବ । ଶାହାରୁଖ ଖାନଙ୍କ ପ୍ରଯୋଜିତ ଓ ରେଡ ଚିଲି ବ୍ୟାନରରେ ରିଲିଜ ହେଇଥିବା କାମୟାବରେ ରହିଛି ଜଣେ କଳାକାରଙ୍କ ସଂର୍ଘଷର କାହାଣୀ । ମୁଖ୍ୟ ଭୁମିକାରେ ବଲିଉଡ ଭର୍ସାଟାଇଲ ଅଭିନେତା ସଂଜୟ ମିଶ୍ରଙ୍କ ଅଭିନୟ ରହିଛି । ଗୋଟେ ଫିଲ୍ମରେ ବିଭିନ୍ନ ଅବତାରରେ ସଂଜୟଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । କାହାଣୀ ଓ ଗୀତକୁ ସବୁ ବର୍ଗର ଦର୍ଶକ ପସନ୍ଦ କରୁଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ହାର୍ଦ୍ଦିକ ମେହେତା  । ଚଳିତ ସପ୍ତାହରେ ରିଲିଜ ହୋଇଥିବା ଏହି ଦୁଇଟି ଭିନ୍ନ ସ୍ୱାଦର ସିନେମାକୁ ମିଳିଛି ଦର୍ଶକଙ୍କ ମିଳିତ ପ୍ରତିକ୍ରିୟା।

error: Thank You Keep Visiting